Advertisment

ଇସ୍ତଫା ଦେବାକୁ ମନା କଲେ କେଜ୍ରିଓ୍ୱାଲ, କହିଲେ- ଜେଲ୍‌ରେ ରହି ଚଲାଇବି ସରକାର

କେଜ୍ରିଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

author-image
Madhupriya Mistry
Arvind Kejriwal

Arvind Kejriwal

ଦିଲ୍ଲୀର ତଥା କଥିତ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇସାରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମ ଅରବିନ୍ଦ କେଜ୍ରିଓ୍ୱାଲ। ତେବେ ଗିରଫ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଏକ ଜନସାର୍ଥ୍ୟ ମାମଲା ରୁଜୁ ହୋଇଛି। ହେଲେ କେଜ୍ରିଓ୍ୱାଲ କିନ୍ତୁ ଇସ୍ତଫା ଦେବାକୁ ସଫା ସଫା ମନା କରିଦେଇଛନ୍ତି। ଏଥିସହ ଜେଲ୍‌ରେ ରହିଛି ସରକାର ଚଲାଇବେ ବୋଲି କହିଛନ୍ତି।

Advertisment

କେଜ୍ରିଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଶଶି ରଞ୍ଜନ କୁମାର ସିଂହଙ୍କ ଜରିଆରେ ସୁରଜିତ ସିଂହ ଯାଦବ ଏହି ଆବେଦନ ଦାଖଲ କରିଛନ୍ତି। ଏଥିରେ କୁହାଯାଇଛି ଯେ, 'ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ରହିବା ଉଚିତ ନୁହେଁ। ଏହା ସାଧାରଣ ଜନତାଙ୍କ ଦୃଷ୍ଟିରେ ଦିଲ୍ଲୀ ସରକାରଙ୍କ ବିଶ୍ୱସନୀୟତା ଏବଂ ଭାବମୂର୍ତ୍ତିକୁ ଖରାପ କରୁଛି। ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଜାୟ ରଖିବା ଅର୍ଥ ନ୍ୟାୟ ପ୍ରକ୍ରିୟାରେ ବାଧା ସୃଷ୍ଟି କରି। ଏହା ରାଜ୍ୟର ସାମ୍ବିଧାନିକ ବ୍ୟବସ୍ଥାକୁ ମଧ୍ୟ ଭାଙ୍ଗିଦେବ।'

ସେପଟେ କେଜ୍ରିଓ୍ୱାଲ କହିଛନ୍ତି, 'ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁ। ଆବଶ୍ୟକ ପଡିଲେ ଜେଲରୁ ସରକାର ଚଳାଇବି। ବାହାରେ ରୁହେ କି ଭିତରେ, ସରକାର ଯେଉଁଠାରେ ରହିଲେ ବି ଚଳାଇବି।'

Advertisment

ଇଡି ଦ୍ୱାରା ଗୁରୁବାର ଗିରଫ ହେବାର ପରଦିନ କେଜ୍ରିଓ୍ୱାଲଙ୍କୁ ୩ ଘଣ୍ଟା ଧରି ଜେରା କରା ଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତି ଇଡି ହେପାଜତକୁ ପଠାଇଛନ୍ତି। ୧୦ ଦିନ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଥିବା ବେଳେ କୋର୍ଟ ୬ ଦିନ ପାଇଁ ଅନୁମତି ଦେଇଛନ୍ତି। କୋର୍ଟଙ୍କ ଅନୁମତି ମିଳିବା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ନିଜ ହେପାଜତକୁ ନେଇଛି। ଆସନ୍ତା ୨୮ ତାରିଖରେ ପୁଣି ଥରେ ରାଉଜ ଆଭେନ୍ୟୁ କୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହାଜର ହେବେ।

ED Raid Arvind Kejriwal AAP