Advertisment

Arvind Kejriwal : ମାୟାବତୀଙ୍କ ବଙ୍ଗଳା ଚାହୁଁଥିଲେ କେଜ୍ରିୱାଲ, ଶେଷରେ ମିଳିଲା ଏହି ସରକାରୀ ଘର

ଆପ୍ ପକ୍ଷରୁ କେଜ୍ରିୱାଲଙ୍କୁ ୩୫ ଲୋଧି ଇଷ୍ଟେଟରେ ଥିବା ଗୋଟିଏ ବଙ୍ଗଳା ଯୋଗାଇ ଦେବାକୁ କେନ୍ଦ୍ରକୁ କୁହାଯାଇଥିଲା। ଉକ୍ତ ବଙ୍ଗଳାକୁ ପୂର୍ବରୁ ବିଏସପି ସୁପ୍ରିମୋ ମାୟାବତୀ ବ୍ୟବହାର କରୁଥିଲେ।

arvind-Kejriwal

ଅରବିନ୍ଦ କେଜ୍ରିୱାଲ (ଫାଇଲ ଫଟୋ)

Advertisment

ପ୍ରାୟ ବର୍ଷେ ହେଲା ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିଥିବା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ(Arvind Kejriwal)ଙ୍କୁ ଶେଷରେ ସରକାରୀ ବଙ୍ଗଳା ମିଳିଛି। ଦିଲ୍ଲୀରେ ସରକାରୀ ବଙ୍ଗଳା ପାଇବାକୁ ଦୀର୍ଘ ସମୟ ଧରି ଆଇନଗତ ଲଢ଼େଇ ଲଢ଼ୁଥିବା ଆପ୍ ଓ କେଜ୍ରିୱାଲଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।

Advertisment

ଦିଲ୍ଲୀ ହାଇକୋର୍ଟରେ କେଜ୍ରିୱାଲ ଗୋଟିଏ ଜାତୀୟ ଦଳର ମୁଖିଆଙ୍କୁ ଭଲ ସରକାରୀ ବଙ୍ଗଳା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଏବେ ଦିଲ୍ଲୀ ହାଇକୋର୍ଟଙ୍କ ହସ୍ତକ୍ଷେପ ଯୋଗୁ କେଜ୍ରିୱାଲଙ୍କୁ ସରକାରୀ ବଙ୍ଗଳା ମିଳିଛି। କେଜ୍ରିୱାଲଙ୍କୁ ୯୫ ଲୋଧି ଇଷ୍ଟେଟରେ ଥିବା ଟାଇପ ୭ ବଙ୍ଗଳା ଦିଆଯାଇଛି। ଏଠାରେ ସେ ପରିବାର ଲୋକଙ୍କ ସହ ରହିପାରିବେ।

ପୂର୍ବରୁ ଆପ୍ ପକ୍ଷରୁ କେଜ୍ରିୱାଲଙ୍କୁ ୩୫ ଲୋଧି ଇଷ୍ଟେଟରେ ଥିବା ଗୋଟିଏ ବଙ୍ଗଳା ଯୋଗାଇ ଦେବାକୁ କେନ୍ଦ୍ରକୁ କୁହାଯାଇଥିଲା। ଉକ୍ତ ବଙ୍ଗଳାକୁ ପୂର୍ବରୁ ବିଏସପି ସୁପ୍ରିମୋ ମାୟାବତୀ ବ୍ୟବହାର କରୁଥିଲେ। ସେହି ବଙ୍ଗଳାରେ କେଜ୍ରିୱାଲ ରହିବାକୁ ଚାହୁଁଥିଲେ। କିନ୍ତୁ ଜୁଲାଇ ମାସରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ କେନ୍ଦ୍ର ସରକାର ଉକ୍ତ ବଙ୍ଗଳା ପ୍ରଦାନ କରିଥିଲେ। 

Advertisment

ପଙ୍କଜ ଚୌଧୁରୀଙ୍କୁ କେଜ୍ରିୱାଲ ଚାହୁଁଥିବା ବଙ୍ଗଳା ମିଳି ସାରିଥିବାରୁ ଏବେ ସେ ସରକାର ଅନୁମୋଦନ କରିବା ସରକାରୀ ଘରେ ରହିବେ। କେଜ୍ରିୱାଲଙ୍କ ନାଁରେ ସରକାରୀ ଘର ଅନୁମୋଦନ ହୋଇଥିବା ସମ୍ପର୍କରେ ଆଜି ସରକାର ଆପକୁ ଜଣାଇ ଦେଇଛନ୍ତି। ଆପ ନେତା ମଧ୍ୟ ସୋମବାର ଅନୁମୋଦନ ହୋଇଥିବା ଘରକୁ ଯାଇ ସୋମବାର ବୁଲାବୁଲି କରିଛନ୍ତି। 

ଟାଇପ ୭ ବଙ୍ଗଳାରେ ସାଧାରଣତଃ ୪ଟି ବେଡ ରୁମ, ଗୋଟିଏ ବିରାଟ ବଗିଚା, ଗୋଟିଏ ଗ୍ୟାରେଜ, ଘରୋଇ ସହାୟକଙ୍କ ପାଇଁ ୩ଟି କ୍ୱାର୍ଟର୍ସ ଓ ଅଫିସ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଥାଏ। କେଜ୍ରିୱାଲଙ୍କୁ ୫ ହଜାର ବର୍ଗଫୁଟ ଅଞ୍ଚଳ ସ୍ଥାନରେ ସରକାରୀ ବଙ୍ଗଳା ମିଳିଛି। ଏହି ନୂଆ ଘରେ ଦୁଇଟି ଘାଷ ବଗିତା ଓ ଅଫିସ ପାଇଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷିତ ରହିଛି। 

ନୂଆ ଘରକୁ ଆସିବା ପରେ କେଜ୍ରିୱାଲ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପଡ଼ୋଶୀ ବନିଯିବେ। କାରଣ ବଙ୍ଗଳା ନମ୍ବର ୯୭ରେ ଥରୁର ରହୁଛନ୍ତି। ବଙ୍ଗଳା ୯୪ ଓ ୯୬କୁ ଆର୍ମି ଅଧିକାରୀଙ୍କୁ ମିଳିଛି। ଆରଜେଡିର ମିଶା ଭାରତୀ ଓ କଂଗ୍ରେସର ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଘର ଠାରୁ ମଧ୍ୟ କେଜ୍ରିୱାଲଙ୍କ ନୂଆ ଠିକଣା ବେଶୀ ଦୂର ନୁହେଁ। ଦୁଇ ମହିଳା ନେତ୍ରୀ ଯଥାକ୍ରମେ ବଙ୍ଗଳା ନମ୍ବର ୮୨ ଓ ୮୧ରେ ରହୁଛନ୍ତି। 

ଦିଲ୍ଲୀ(Delhi) ମୁଖ୍ୟମନ୍ତ୍ରୀ ପଦରୁ ସେପ୍ଟେମ୍ବର ୧୭ରେ ଇସ୍ତଫା ଦେବା ପରେ କେଜ୍ରିୱାଲ ନଭେମ୍ବର ୪ରେ ନିଜର ସରକାରୀ ଘର ଖାଲି କରିଥିଲେ। ସେବେଠାରୁ ତାଙ୍କ ପାଖରେ କୌଣସି ସରକାରୀ ବଙ୍ଗଳା ନଥିଲା। ସେ କିଛି ଦିନ ପାଇଁ ଆପ(AAP)ର ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କ ସରକାରୀ ବାସଭବନରେ ରହିଥିଲେ। ଏବେ କିନ୍ତୁ ତାଙ୍କୁ ନୂଆ ସରକାରୀ ବଙ୍ଗଳା ମିଳିଛି।  

Delhi Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe