Arvind Kejriwal
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୧୪ ଦିନ ନ୍ୟାୟିକ ହେପାଜତକୁ ପଠାଯାଇଛି। CBI ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ନେଇଛି। ତଦନ୍ତ ଏବଂ ନ୍ୟାୟର ସ୍ୱାର୍ଥ ପାଇଁ କେଜ୍ରିୱାଲଙ୍କୁ ରିମାଣ୍ଡରେ ନିଆଯାଇଥିବା କହିଛି CBI।
କେଜ୍ରିୱାଲ ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ସିବିଆଇ। କେଜ୍ରିୱାଲ ତଦନ୍ତରେ ସହଯୋଗ କରିନଥିବା ସିବିଆଇ ଅଭିଯୋଗ କରିବା ସହ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା।
ଏ ଉପରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ଏବଂ ପରେ କେଜ୍ରିୱାଲଙ୍କୁ ୧୪ ଦିନ ପଇଁ ନ୍ୟାୟିକ ହେପାଜତରେ ନେବା ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି। ଆସନ୍ତା ଜୁଲାଇ ୧୨ରେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବେ କେଜ୍ରିୱାଲ।
ପ୍ରକାଶ ଥାଉକି, ଜୁନ୍ ୨୬ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ସିବିଆଇ। ଅବକାରୀ ନୀତିରେ ଅର୍ଥ ହେରଫେର୍ ଅଭିଯୋଗରେ ତିହାର ଜେଲରେ ଥିବାବେଳେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଏହା ପରେ ତିନି ଦିନ ଜେରା କରିବା ପରେ ପୁଣି ନ୍ୟାୟିକ ହେପାଜତକୁ ନେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us