Advertisment

ମାଗଣା ଯୋଜନା: ଉପ ରାଜ୍ୟପାଳଙ୍କୁ ପ୍ରଶ୍ନ କଲେ କେଜ୍ରିୱାଲ

ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ଲୋକଙ୍କୁ ପାଣି ଓ ବିଜୁଳିରେ ସବସିଡି ଦେଉଥିବାରୁ ସକ୍ସେନା ଏପରି କହିଥିଲେ।

author-image
Hemant Lenka
Kejriwal

Kejriwal

ମାଗଣା ଯୋଜନା ସମ୍ପର୍କରେ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା ଦେଇଥିବା ବୟାନକୁ ତୀବ୍ର ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦେଶର ରାଜଧାନୀ ଦିଲ୍ଲୀରେ କଠିନ ପରିଶ୍ରମ କରୁଥିବା ଲୋକଙ୍କୁ ଉପ ରାଜ୍ୟପାଳ ଆଦୌ ଅପମାନିତ କରନ୍ତୁ ନାହିଁ ବୋଲି ମଧ୍ୟ କେଜ୍ରିୱାଲ ପରାମର୍ଶ ଦେଇଛନ୍ତି।

Advertisment

ବୁଧବାର ଉପ ରାଜ୍ୟପାଳ ସକ୍ସେନା କହିଥିଲେ ଯେ “ଦିଲ୍ଲୀବାସୀ ଏବେ ମାଗଣା ଯୋଜନାର ଲାଭ ଉଠାଇବା ମୋହରେ ଅଭ୍ୟସ୍ତ ହୋଇଗଲେଣି।” ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ଲୋକଙ୍କୁ ପାଣି ଓ ବିଜୁଳିରେ ସବସିଡି ଦେଉଥିବାରୁ ସକ୍ସେନା ଏପରି କହିଥିଲେ। ଏହା ଉପରେ ଆଜି କେଜ୍ରିୱାଲ ପ୍ରତିକ୍ରିୟା ଦେବା ସହ ଉପ ରାଜ୍ୟପାଳଙ୍କୁ ବାହାର ଲୋକ ଓ ସେ ଦିଲ୍ଲୀ ଲୋକଙ୍କୁ ବୁଝନ୍ତି ନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି, “ଦିଲ୍ଲୀର ଲୋକମାନେ କଠିନ ପରିଶ୍ରମୀ। ସେମାନେ ନିଜର କଠିନ ପରିଶ୍ରମ ବେଳେ ଦିଲ୍ଲୀକୁ ସୁନ୍ଦର ଭାବେ ଗଢ଼ି ତୋଳିଛନ୍ତି। ଉପ ରାଜ୍ୟପାଳ ସାର୍‌, ଆପଣ ବାହାରୁ ଆସିଛନ୍ତି। ଆପଣ ଦିଲ୍ଲୀ କିମ୍ବା ଦିଲ୍ଲୀବାସୀଙ୍କୁ ଆଦୌ ବୁଝନ୍ତି ନାହିଁ। ଦିଲ୍ଲୀ ଲୋକଙ୍କୁ ଏପରି ଭାବେ ଆଦୌ ଅପମାନିତ କରନ୍ତୁ ନାହିଁ।”

Advertisment

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି,“ଅନ୍ୟମାନଙ୍କ ଭଳି ଦିଲ୍ଲୀ ସରକାର ଚୋରି କରନ୍ତି ନାହିଁ। ଆମେ ଟଙ୍କା ବଞ୍ଚାଉଛୁ ଓ ଏଥିରେ ଲୋକଙ୍କୁ ସୁବିଧା ଯୋଗାଇ ଦେଉଛୁ। ଏଥିରେ ଆପଣଙ୍କ ସମସ୍ୟା କ’ଣ?”

Arvind Kejriwal Delhi LG