Advertisment

ସିସୋଦିଆଙ୍କ ଗିରଫଦାରୀକୁ ନେଇ ବିଜେପି ଉପରେ ବର୍ଷିଲେ କେଜ୍ରିୱାଲ

ସେ ମଦ ଦୁର୍ନୀତି ଘଟଣାକୁ ଗୋଟିଏ ବାହାନା ବୋଲି କହିଛନ୍ତି ଓ ଯଦି ମନୀଷ ସିସୋଦିଆ ଆଜି ବିଜେପିରେ ମିଶିଯିବେ, ତା’ହେଲେ ଆସନ୍ତାକାଲି ସେ ଜେଲରୁ ଖଲାସ ହୋଇଯିବେ ବୋଲି ମଧ୍ୟ ଦାବି କରିଛନ୍ତି।

Arvind Kejriwal

Arvind Kejriwal

Advertisment

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆପ୍‌ ନେତା ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ଆଜି ବିଜେପିକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପ୍‌ ସରକାର କରିଥିବା ବିକାଶମୂଳକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବା ପାଇଁ ବିଜେପି ଏପରି ଗିରଫଦାରୀ କରାଇଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି।

Advertisment

ସେ ମଦ ଦୁର୍ନୀତି ଘଟଣାକୁ ଗୋଟିଏ ବାହାନା ବୋଲି କହିଛନ୍ତି ଓ ଯଦି ମନୀଷ ସିସୋଦିଆ ଆଜି ବିଜେପିରେ ମିଶିଯିବେ, ତା’ହେଲେ ଆସନ୍ତାକାଲି ସେ ଜେଲରୁ ଖଲାସ ହୋଇଯିବେ ବୋଲି ମଧ୍ୟ ଦାବି କରିଛନ୍ତି।

ସିସୋଦିଆଙ୍କ ଗିରଫଦାରୀମାନେ ପ୍ରଥମଥର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି କେଜ୍ରିୱାଲ କହିଛନ୍ତି, “ଦୁର୍ନୀତି ଏଠାରେ ପ୍ରସଙ୍ଗ ନୁହେଁ। ମନ୍ତ୍ରୀମାନେ କରୁଥିବା ଭଲ କାମକୁ ଅଟକାବା ହିଁ ଏଠାରେ ଏକମାତ୍ର ଲକ୍ଷ୍ୟ। ବିଜେପି ଏବେ ଆପକୁ ଅଟକାଇବାକୁ ଚାହୁଁଛି।

Advertisment

ଆମେ ଯେବେଠାରୁ ପଞ୍ଜାବରେ ଜିତିଛୁ, ସେବେଠାରୁ ସେମାନେ ଆମକୁ ଛିଡ଼ା କରାଇ ଦେଉନାହାନ୍ତି। ଶିକ୍ଷା ମନ୍ତ୍ରୀ ଭାବେ ସିସୋଦିଆ ପୂରା ଶିକ୍ଷା ବ୍ୟବସ୍ଥାକୁ ବଦଳାଇ ଦେଇଥିଲେ। ସତ୍ୟେନ୍ଦ୍ର ଜୈନ ଦିଲ୍ଲୀକୁ ମହଲା କ୍ଲିନିକ ଦେଇଛନ୍ତି। ସେମାନେ ଭାରତକୁ ଗୌରାବନ୍ୱିତ କରିଛନ୍ତି।

ବିଜେପି ଶାସିତ ରାଜ୍ୟଗୁଡ଼ିକରେ ସେମାନେ ଦୀର୍ଘ ବର୍ଷ ଧରି ଗୋଟିଏ ଭଲ ସ୍କୁଲ କିମ୍ବା ହସ୍ପିଟାଲ କରିପାରୁ ନଥିବା ବେଳେ ଦିଲ୍ଲୀରେ ସବୁ କିଛି ହୋଇପାରିଛି। ଏବେ ଏଥିରେ ବାଧା ସୃଷ୍ଟି କରାଯାଉଛି। କିନ୍ତୁ ମୁଁ ଦିଲ୍ଲୀବାସୀଙ୍କୁ ନିଶ୍ଚିତ କରିବାକୁ ଚାହେଁ ଯେ ସବୁ କିଛି ଚାଲୁ ରହିବ। ଦିଲ୍ଲୀରେ ହେଉଥିବା ଭଲ କାମ ଦ୍ରୁତ ଗତିରେ ଆଗକୁ ଯିବ।”

ଏଥିସହ ଦିଲ୍ଲୀ କ୍ୟାବିନେଟରେ ଦୁଇ ନୂଆ ମୁହଁ ଭାବେ ବିଧାୟକ ଆତିଶି ଓ ସୌରଭ ଭରଦ୍ୱାଜ ସ୍ଥାନ ପାଇବାକୁ ଯାଉଥିବା କେଜ୍ରିୱାଲ ନିଶ୍ଚିତ କରିଛନ୍ତି। ସେ ଉଭୟ ନେତାଙ୍କୁ ଚମତ୍କାର ରାଜନେତା ବୋଲି କହିଛନ୍ତି। 

ଗିରଫଦାରୀ ପରେ ମଙ୍ଗଳବାର ସିସୋଦିଆ ଓ ଜୈନ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ କେଜ୍ରିୱାଲଙ୍କୁ ମିଶାଇ ଦିଲ୍ଲୀ କ୍ୟାବିନେଟରେ ସଦସ୍ୟଙ୍କ ସଂଖ୍ୟା ୫ ରହିଛି। ତେଣୁ ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି କୁହାଯାଉଛି। 

Bjp Delhi Arvind Kejriwal AAP Manish Sisodia Liquor Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe