Advertisment

ଦେଶ ଏବେ ଖରାପ ପରିସ୍ଥିତିରେ ଅଛି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଆମ୍ ଆଦ୍‌ମୀ ପାର୍ଟି ଘରକୁ ଘର ଅଭିଯାନ ଆରମ୍ଭ କରିବ।

Arvind Kejriwal

Arvind Kejriwal

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମା ଟପୁଛନ୍ତି। ଦେଶ ଏବେ ବିପଦଜନକ ପରିସ୍ଥିତିରେ ଅଛି। ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀ ଏପରି ହୋଇଛି ଯେ, ଯଦି ଦେଶର କୌଣସି ରାଜ୍ୟରେ ବିଜେପି ବ୍ୟତୀତ ଅନ୍ୟ ଦଳର ସରକାର ଥାଏ, ତେବେ ସେ ସରକାରଙ୍କୁ କାମ କରିବାକୁ ଦିଆଯାଉନି। ହଇରାଣ କରାଯାଉଛି। ଏହା ଅତି ବିପଜ୍ଜନକ। ପ୍ରଧାନମନ୍ତ୍ରୀ ଯେକୌଣସି ଦେଶର ପିତାଙ୍କ ପରି ଅଟନ୍ତି। ଆମେ ନିର୍ବାଚନରେ ପରସ୍ପର ସହ ଲଢୁ, କିନ୍ତୁ ନିର୍ବାଚନ ପରେ ଯଦି କାହାର ସରକାର ଗଠନ ହୁଏ, ତା’ହେଲେ ଆମେ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବୁ। ଏହା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ। କିନ୍ତୁ ଆମ ଦେଶରେ ଏବେ ତାହା ଦେଖିବାକୁ ମିଳୁନାହିଁ।

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି, ଯଦି ଆପଣ ବିଜେପିକୁ ଭୋଟ ନ ଦିଅନ୍ତି ଏବଂ ଅନ୍ୟ କୌଣସି ଦଳକୁ ଭୋଟ ଦିଅନ୍ତି ତେବେ ସରକାରଙ୍କୁ କୌଣସି ପରିସ୍ଥିତିରେ କାମ କରିବାକୁ ଦିଆଯିବ ନାହିଁ। ଏମିତି କିଛି ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଯଦି ବିଜେପି ବ୍ୟତୀତ ଏକ ସରକାର ଗଠନ ହୁଏ, ତା’ପରେ ଇଡି ଏବଂ ସିବିଆଇ ଏହାର ସମସ୍ତ ନେତାଙ୍କୁ ଗିରଫ କରିବେ। ସେମାନଙ୍କୁ ବିଭିନ୍ନ ଉପାୟରେ ହଇରାଣ କରିବାକୁ ଚେଷ୍ଟା କରାଯିବ।

ଆମ୍ ଆଦ୍‌ମୀ ପାର୍ଟି (ଆପ୍) ଘରକୁ ଘର ଅଭିଯାନ ଆରମ୍ଭ କରିବ। ଆପ୍ ପ୍ରତି ଘରକୁ ଯିବ। ପ୍ରତି ଲୋକଙ୍କ ସହ କଥା ହେବ। ମୋଦି କେମିତି ସୀମା ଟପିଛନ୍ତି ତାହା ଲୋକଙ୍କୁ ବୁଝାଇବ। ଲୋକମାନେ ଉତ୍ତର ଦେବେ। ସେମାନେ ସବୁ ଦେଖୁଛନ୍ତି ଓ ରାଗିକରି ଅଛନ୍ତି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe