Advertisment

ସୁପ୍ରିମକୋର୍ଟରେ ହୋଇପାରିଲାନି ତୁରନ୍ତ ଶୁଣାଣି, ଜେଲରେ ରହିବେ କେଜ୍ରିୱାଲ

ଏପ୍ରିଲ ୯ରେ ହାଇକୋର୍ଟରୁ ନିରାଶ ହେବା ପରେ ଏହା ପର ଦିନ ଇଡିର ଗିରଫଦାରୀ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ।

author-image
Debibandita Barick
Arvind Kejriwal

Arvind Kejriwal

ଲୋକସଭା ନିର୍ବାଚନ ମାହୋଲ ମଧ୍ୟରେ ଗିରଫ ହୋଇ ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଜାମିନ ପାଇଁ କେଜ୍ରିୱାଲଙ୍କ ପକ୍ଷରୁ ଏକାଧିକ ଆବେଦନ ହେଉଥିଲେ ମଧ୍ୟ ତାଙ୍କୁ ଆଶ୍ୱସ୍ଥି ମିଳିପାରୁ ନାହିଁ। ଆଜି ମଧ୍ୟ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ନିରାଶ ହେବାକୁ ପଡ଼ିଛି।

Advertisment

ଏପ୍ରିଲ ୯ରେ ହାଇକୋର୍ଟରୁ ନିରାଶ ହେବା ପରେ ଏହା ପର ଦିନ ଇଡିର ଗିରଫଦାରୀ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ। ଆଜି ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଦୀପଙ୍କର ଦତ୍ତ ଏହି ଆବେଦନ ଉପରେ ବିଚାର କରି ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୯କୁ ଧାର୍ଯ୍ୟ କରିଛନ୍ତି। 

ସୁପ୍ରିମକୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି କୋର୍ଟରେ ଯୁକ୍ତି ବାଢି କହିଥିଲେ, "କେଜ୍ରିୱାଲଙ୍କ ଗିରଫଦାରୀ ଏବଂ ରିମାଣ୍ଡ ଏକ ଅବିଶ୍ୱସନୀୟ ଡକ୍ୟୁମେଣ୍ଟ ଉପରେ ଆଧାରିତ। କେଜ୍ରିୱାଲଙ୍କୁ ଅନ୍ୟ କାହା ପ୍ରରୋଚନାରେ ଗିରଫ କରାଯାଇଛି, ଯେଉଁମାନଙ୍କ ବିବୃତ୍ତି କ୍ରମେ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା ସେମାନେ ବର୍ତ୍ତମାନ ସରକାରୀ ସାକ୍ଷୀ ହୋଇସାରିଲେଣି। କେଜ୍ରିୱାଲଙ୍କ ଗିରଫଦାରୀ ବେଆଇନ ତାଙ୍କୁ ତୁରନ୍ତ ମୁକ୍ତି କରାଯାଉଛି।" 

Advertisment

ସର୍ବୋଚ୍ଚ ଅଦାଲତ କେଜ୍ରିୱାଲଙ୍କ ଯୁକ୍ତି ଶୁଣିବା ପରେ ତଦନ୍ତକାରୀ ସଂସ୍ଥା ଇଡିକୁ ଏହାର ଜବାବ ରଖିବାକୁ ଦୁଇ ସପ୍ତାହ ସମୟ ଦେଇଛନ୍ତି। ଏହାପରେ ମାର୍ଚ୍ଚ ୨୯ରେ ପରବର୍ତ୍ତୀ ଶୁଣାଣି ହେବ। 

Arvind Kejriwal Supreme Court Delhi Liquor Policy