Advertisment

କେଜ୍ରିୱାଲ ନିରାଶ, ଜେଲରୁ ମୁକୁଳିବାକୁ ମିଳିଲାନି ଅନୁମତି

ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଥିବାରୁ ସେ ପୂର୍ବଭଳି ତିହାର ଜେଲରେ ରହିବେ।

author-image
Hemant Lenka
ଅଦ୍ୟତନ ହୋଇଛି
AK

AK

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିନି କୌଣସି ଆଶ୍ୱସ୍ତି। ଇଡି ଗିରଫଦାରୀ ଓ ରିମାଣ୍ଡ ବିରୋଧରେ ସେ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଖାରଜ ହୋଇଯାଇଛି।

Advertisment

ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀକୁ ଯଥାର୍ଥ ବୋଲି କହିବା ସହ ତାଙ୍କର ସମସ୍ତ ଯୁକ୍ତିକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଇଡି ତଦନ୍ତ ବେଳେ ପାଇଥିବା ସାମଗ୍ରୀ ଗିରଫଦାରୀ ପାଇଁ ଯଥେଷ୍ଟ ବୋଲି କୋଟଆ କହିଛନ୍ତି। 

ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଥିବାରୁ ସେ ପୂର୍ବଭଳି ତିହାର ଜେଲରେ ରହିବେ। କାରଣ ଏପ୍ରିଲ ୧୫ ଯାଏ ତଳ କୋର୍ଟ କେଜ୍ରିୱାଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା। ତେବେ ହାଇକୋର୍ଟଙ୍କ ରାୟ ବିରୋଧରେ କେଜ୍ରିୱାଲଙ୍କ ଆପ ସୁପ୍ରିମକୋର୍ଟ ଯିବ ବୋଲି କହିଛି।

Advertisment

ମାର୍ଚ୍ଚ ୨୧ରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହା ବିରୋଧରେ ସେ ହାଇକୋର୍ଟକୁ ଯାଇଥିଲେ। ଆଜି ଶୁଣାଣି ବେଳେ କୋର୍ଟ କହିଛନ୍ତି, ଇଡି ଜବତ କରିଥିବା ସାମଗ୍ରୀରୁ ସ୍ପଷ୍ଟ ହୋଇଛି ଯେ କେଜ୍ରିୱାଲ ଅନ୍ୟମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ।

ନିଜର ବ୍ୟକ୍ତିଗତ କ୍ଷମତା ଓ ଆପର ଜାତୀୟ ଆବାହକ ଭାବେ ସେ ଅନ୍ୟମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ। ଇଡି ପାଖରେ ଏମିତି କିଛି ସାମଗ୍ରୀ ରହିଛି, ଯାହା ମନିଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଯଥେଷ୍ଟ।

ପ୍ରଥମେ ଗିରଫ ଓ ପରେ ରାଜସାକ୍ଷୀ ବନିଥିବା କିଛି ଲୋକଙ୍କ ବୟାନ ଆଧାରରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିବା ଠିକ ନୁହେଁ ବୋଲି କୋର୍ଟରେ ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। କିନ୍ତୁ ଏହାକୁ ମଧ୍ୟ କୋର୍ଟ ଗ୍ରହଣ କରି ନାହାନ୍ତି।

କୋର୍ଟ କହିଛନ୍ତି, “ରାଜସାକ୍ଷୀଙ୍କୁ କ୍ଷମା ଦେବା ଇଡିର କ୍ଷମତା ନୁହେଁ। ଏହା ନ୍ୟାୟିକ ପ୍ରକ୍ରିୟା। ଯଦି ଆପଣ କ୍ଷମା ଦେବା ଉପରେ ପ୍ରଶ୍ନ ଉଠାଉଛନ୍ତି, ତା’ହେଲେ ଆପଣ ବିଚାରପତିଙ୍କ ଉପରକୁ ଅଙ୍ଗୁଳି ଦେଖାଉଛନ୍ତି। ଟ୍ରାଏଲ ବେଳେ ରାଜସାକ୍ଷୀଙ୍କ ବୟାନକୁ ବିଚାର କରାଯାଏ। ଶୁଣାଣି ବେଳେ ଏଠାରେ ଅରବିନ୍ଦ କେଜ୍ରିୱାଲ ଏହାର ସମୀକ୍ଷା କରିପାରିବେ।”

କେଜ୍ରିୱାଲ ଭିଡିଓ କନଫରେନ୍ସିଂରେ ଜେରା କରିବାକୁ ଆବେଦନ କରିଥିଲେ। ଏହାକୁ ମଧ୍ୟ କୋର୍ଟ ଗ୍ରହଣ କରି ନାହାନ୍ତି। କୋର୍ଟ କହିଛନ୍ତି, ତଦନ୍ତ କେମିତି ହେବ, ସେକଥା ଜଣେ ଅଭିଯୁକ୍ତ ନିଷ୍ପତ୍ତି ନେଇ ପାରିବେ ନାହିଁ।

ଅଭିଯୁକ୍ତଙ୍କ କଥାରେ ସବୁ କିଛି ପରିଚାଳିତ ହେବ ନାହିଁ। ଆଇନ ସମସ୍ତଙ୍କ ପାଇଁ ସମାନ। ଜଣେ ମୁଖ୍ୟମନ୍ତ୍ରୀ ଆଇନରୁ ଉପରେ ନୁହନ୍ତି। କୋର୍ଟ କେବେ ହେଲେ ସାଧାରଣ ଲୋକ ଓ ଜନ ସେବକଙ୍କ ପାଇଁ ଭିନ୍ନ ଭିନ୍ନ ଆଇନ ପ୍ରଣୟନ କରିପାରିବେ ନାହିଁ ବୋଲି କହିଛନ୍ତି।

ଗିରଫଦାରୀ ସମୟ ଉପରେ କେଜ୍ରିୱାଲ ପ୍ରଶ୍ନ ଉଠାଇଥିଲେ ମଧ୍ୟ ଏଥିରେ କୋର୍ଟ ହସ୍ତକ୍ଷେପ କରି ନାହାନ୍ତି। କୋର୍ଟ କେବଳ ଗିରଫଦାରୀ ଓ ରିମାଣ୍ଡର ଆଇନଗତ ଦିଗକୁ ବିଚାର କରୁଛନ୍ତି। ଗିରଦାରୀ କିମ୍ବା ରିମାଣ୍ଡକୁ ବେଆଇନ କୁହାଯାଇ ପାରିବ ନାହିଁ। କୋର୍ଟ ନିର୍ବାଚନ ସମୟରେ ଗିରଫଦାରୀ ପ୍ରସଙ୍ଗକୁ ଏଠାରେ ବିଚାର କରୁ ନାହାନ୍ତି।

Arvind Kejriwal ED Raid