Advertisment

ଆଜି ଇସ୍ତଫା ଦେବେ କେଜ୍ରିଓ୍ୱାଲ, ବଙ୍ଗଳା ବି ଖାଲି କରିବେ!

ଆଜି ସନ୍ଧ୍ୟାରେ ଉପ ରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ଭେଟି କେଜ୍ରିଓ୍ୱାଲ ନିଜ ଇସ୍ତଫା ପତ୍ର ଦେବେ।

Kejriwal

Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେବେ ଆପ୍‌ ଆଦମୀ ପାର୍ଟି ସୁପ୍ରିମୋ ଆରବିନ୍ଦ କେଜ୍ରିଓ୍ୱାଲ। ଉପ ରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେବେ। ତେବେ ଇସ୍ତଫା ଦେବର କିଛି ସପ୍ତାହ ମଧ୍ୟରେ ସେ ରହୁଥିବା ସିଭିଲ୍‌ ଲାଇନ୍ସ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବେ।

Advertisment

ଏହି ବଙ୍ଗଳାରେ କେଜ୍ରିଓ୍ୱାଲ ନିଜ ପତ୍ନୀ ସୁନୀତିା କେଜ୍ରିଓ୍ୱାଲ, ଛୁଆ ଓ ବାପା-ମା'ଙ୍କ ସହ ରହୁଛନ୍ତି। ତେବେ ଇସ୍ତଫା ଦେବା ପରେ ତାଙ୍କୁ ଏହି ବଙ୍ଗଳା ଛାଡ଼ିବାକୁ ହେବ। ଏଥିପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ସୂତ୍ରରୁ ପ୍ରକାଶ ଯେ ନୂତନ ମୁଖ୍ୟମନ୍ତ୍ରୀ ଶୀଘ୍ର ସିଭିଲ୍ ଲାଇନ୍‌ରେ ଥିବା ମୁଖ୍ୟମନ୍ତ୍ରୀ ବାସଭବନକୁ ଆସି ଯାଆନ୍ତୁ ବୋଲି ଦଳ ଚାହୁଁଛି। ଏହି ବଙ୍ଗଳାକୁ ନେଇ ଅନେକ ବିବାଦ ଲାଗି ରହିଥିଲା। ୨୦୨୦-୨୧ରେ ଏହାର ନବୀକରଣରେ ହୋଇଥିବା ଖର୍ଚ୍ଚକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିଲା। ଅନିୟମିତତା ଅଭିଯୋଗ ଆଣିଥିଲା।

Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଶୁକ୍ରବାର ଜେଲରୁ ମୁକୁଳିବା ପରେ କେଜ୍ରିୱାଲ ରବିବାର ଦଳୀୟ ମୁଖ୍ୟାଳୟରେ ଆପ୍‌ କର୍ମୀମାନଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ ସମସ୍ତଙ୍କୁ ଚକିତ କରି ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।

ସେ କହିଥିଲେ ଯେ ଏହି ମାମଲାର ଶୁଣାଣି ଶେଷ ହେବା ପାଇଁ ଅଧିକ ସମୟ ଲାଗିବାର ସମ୍ଭାବନା ଥିବାରୁ ସେ ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଜନତାଙ୍କ କୋର୍ଟକୁ ଯିବାକୁ ଚାହୁଁଛନ୍ତି। ଆପଣମାନେ ଯେତେ ଯାଏଁ ମୋତେ ପୁଣି ଥରେ ଭୋଟ ଦେଇ ନାହାନ୍ତି ସେତେ ଯାଏଁ ମୁଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିବି ନାହିଁ ବୋଲି କହିଥିଲେ।

Arvind Kejriwal AAP Arvind Kejriwal To Resign
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe