Advertisment

ସରକାରୀ ବଙ୍ଗଳା ଛାଡ଼ିଲେ କେଜ୍ରିୱାଲ, ଏହି ସାଂସଦଙ୍କ ଘରେ ରହିବେ

ଏତେ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହି ମଧ୍ୟ ଦିଲ୍ଲୀରେ ତାଙ୍କର ନିଜସ୍ୱ ଘର ନାହିଁ। ତେଣୁ ସେ ଆପ୍‌ର ଜଣେ ସାଂସଦଙ୍କ ଘରକୁ ଶିଫ୍ଟ ହୋଇଛନ୍ତି।

ଅଦ୍ୟତନ ହୋଇଛି
Kejriwal

Kejriwal

Advertisment

ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ତାଙ୍କ ସରକାରୀ ବଙ୍ଗଳା ଖାଲି କରିଛନ୍ତି। ଦିଲ୍ଲୀର ଫ୍ଲାଗସଷ୍ଟାଫ ରୋଡରେ ଥିବା ମୁଖ୍ୟମନ୍ତ୍ରୀ ବାସଭବନରେ କେଜ୍ରିୱାଲ ପ୍ରାୟ ସାଢ଼େ ୯ ବର୍ଷ ହେଲା ପରିବାର ଲୋକଙ୍କ ସହ ରହୁଥିଲେ।

Advertisment

ଆଜି ସେ ସରକାରୀ ବଙ୍ଗଳା ଖାଲି କରି ଲୁଟୟେନ୍ସ ଜୋନକୁ ଯାଇଛନ୍ତି। ଏତେ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହି ମଧ୍ୟ ଦିଲ୍ଲୀରେ ତାଙ୍କର ନିଜସ୍ୱ ଘର ନାହିଁ। ତେଣୁ ସେ ଆପ୍‌ର ଜଣେ ସାଂସଦଙ୍କ ଘରକୁ ଶିଫ୍ଟ ହୋଇଛନ୍ତି।

ବାପା, ମା’, ପତ୍ନୀ ଓ ଦୁଇ ପିଲାଙ୍କୁ ଧରି କେଜ୍ରିୱାଲ ସରକାରୀ ବଙ୍ଗଳା ଖାଲି କରି କାରରେ ଯାଉଥିବାର ଭିଡିଓ ସାମ୍ନାକୁ ଆସିଛି। ବଙ୍ଗଳା ଛାଡ଼ିବା ପୂର୍ବରୁ ସେଠାରେ ଦୀର୍ଘ ବର୍ଷ ଧରି ତାଙ୍କ ସହ କର୍ମଚାରୀ ଭାବେ କାମ କରୁଥିବା ଲୋକମାନଙ୍କୁ କେଜ୍ରିୱାଲ ଭେଟିଥିଲେ। ଏହାପରେ ପତ୍ନୀ ଘରର ଛାବି ଉପଯୁକ୍ତ ଅଧିକାରୀଙ୍କୁ ପ୍ରଦାନ କରି, ସେଠାରୁ ବିଦାୟ ନେଇଥିଲେ।

Advertisment

ସରକାରୀ ବଙ୍ଗଳାରୁ ବାହାରି କେଜ୍ରିୱାଲ ସିଧା ଦଳର ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ମଣ୍ଡି ହାଉସ ନିକଟ ୫ ଫିରୋଜ ଶାହ ରୋଡରେ ମିତ୍ତଲଙ୍କ ସରକାରୀ ବାସଭବନ ରହିଛି। ସେଠାରେ ଏବେ କେଜ୍ରିୱାଲ ପରିବାର ଲୋକଙ୍କ ସହ ରହିବେ। ମିତ୍ତଲ ହେଉଛନ୍ତି ପଞ୍ଜାବର ରାଜ୍ୟସଭା ସାଂସଦ।

Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe