Advertisment

ଇଡି ହେପାଜତରେ ରାତି କାଟିଲେ କେଜ୍ରିୱାଲ, ଆଜି କୋର୍ଟରେ ହେବେ ହାଜର

ଆଜି କେଜ୍ରିୱାଲଙ୍କର ସମସ୍ତ ମେଡିକାଲ ଟେଷ୍ଟ କରାଯିବ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଇଡି ମୁଖ୍ୟାଳୟରେ ପହଞ୍ଚିଛନ୍ତି।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଇଡି ହେପାଜତରେ ରାତି କାଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗତ ରାତିରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି ସ୍ୱତନ୍ତ୍ର PMLA କୋର୍ଟରେ ତାଙ୍କୁ ହାଜର କରାଯିବ।

Advertisment

ଆଜି କେଜ୍ରିୱାଲଙ୍କର ସମସ୍ତ ମେଡିକାଲ ଟେଷ୍ଟ ମଧ୍ୟ କରାଯିବ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଇଡି ମୁଖ୍ୟାଳୟରେ ପହଞ୍ଚିଛନ୍ତି। ସେପଟେ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଆପ୍ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଆଜି ଶୁଣାଣି ହେବ।

ବିଳମ୍ବିତ ରାତିରେ ତତ୍କାଳ ଶୁଣାଣି ପାଇଁ ଗତକାଲି ଆପ୍ ପକ୍ଷରୁ ନିବେଦନ କରାଯାଇଥିଲା। ହେଲେ ସୁପିମ କୋର୍ଟ ଗତ ରାତିରେ ଶୁଣାଣି ପାଇଁ ମନା କରିଥିବା ବେଳେ ଆଜି ଏହାର ଶୁଣାଣି କରିବେ। ୯ ଥର ସମନ ସତ୍ତ୍ୱେ କେଜ୍ରିୱାଲ ଇଡିରେ ହାଜର ହେଉନଥିଲେ।

Advertisment

ଅନ୍ତରୀଣ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଇଡି ଟିମ୍ ଗତକାଲି କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲା । ଦୁଇ ଘଣ୍ଟା ଧରି ଜେରା କରିଯିବା ପରେ ଇଡି ଟିମ୍‌ ଗତ ରାତିରେ ତାଙ୍କୁ ଗିରଫ କରିଥିଲା। ତେବେ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛି ଆମ୍ ଆଦମି ପାର୍ଟି। ଯାହାର ଜବାବ ରଖିଛି ବିଜେପି।

ମଦ ଦୁର୍ନୀତି ମାମଲାରେ ପୂର୍ବରୁ ତତ୍କାଳୀନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ସାଂସଦ ସଞ୍ଜୟ ସିଂହ ଗିରଫ ହୋଇଥିବା ବେଳେ ଏହି ଲିଙ୍କରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା BRS ନେତ୍ରୀ କେ. କବିତା ମଧ୍ୟ କିଛି ଦିନ ତଳେ ଗିରଫ ହୋଇଛନ୍ତି ।

Delhi Arvind Kejriwal Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe