Advertisment

ହାତ ଛାଡ଼ିଥିଲେ, ଏବେ ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ଦିଲ୍ଲୀରେ ଆପ୍‌ ସହ କଂଗ୍ରେସର ମେଣ୍ଟକୁ ନେଇ ଅରବିନ୍ଦର ସିଂହ ଲଭଲୀ ଅସନ୍ତୁଷ୍ଟ ଥିଲେ। ଏହାପରେ ସେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।

Arvinder singh lovely joined bjp

Arvinder singh lovely joined bjp

Advertisment

କିଛି ଦିନ ତଳେ ହାତ ଛାଡି ଥିଲେ। ଏବେ ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

Advertisment

ଦିଲ୍ଲୀରେ ଆପ୍‌ ସହ କଂଗ୍ରେସର ମେଣ୍ଟକୁ ନେଇ ଅରବିନ୍ଦର ସିଂହ ଲଭଲୀ ଅସନ୍ତୁଷ୍ଟ ଥିଲେ। ଏହାପରେ ସେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ହେବ ଓ କେଉଁ ଦଳକୁ ଯିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଆଜି ସେ ବିଜେପିରେ ସାମିଲ ହୋଇ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି।

ଅରବିନ୍ଦର ସିଂହଙ୍କ ସମେତ କଂଗ୍ରେସ ନେତା ରାଜକୁମାର ଚୌହାନ, ଅମିତ ମଲିକ, ତିନି ଥରର ବିଧାୟକ ଥିବା ନସିବ ସିଂହ ଓ ନୀରଜ ବସୋୟା ମଧ୍ୟ ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି। ଏମାନେ ସମସ୍ତେ ଆପ୍‌ ସହ କଂଗ୍ରେସର ମେଣ୍ଟକୁ ନେଇ ଅସନୋଷ ଥିଲେ।

Advertisment

କହିରଖୁ ଯେ, ଲୋକସଭା ନିର୍ବାଚନ ପୂର୍ବରୁ ଅରବିନ୍ଦର ସିଂହ ଲଭଲୀ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିଥିଲେ। ସେ ରାଜ୍ୟ ପ୍ରଭାରୀ ଦୀପକ ବାବରିୟା ଓ ପ୍ରାର୍ଥୀ ଉଦିତ ରାଜ ଏବଂ କହ୍ନୈୟା କୁମାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ତେବେ ଇସ୍ତଫା ଦେବା ପରେ ସେ କଂଗ୍ରେସ ଛାଡୁଛନ୍ତି କିନ୍ତୁ ଅନ୍ୟ କେଉଁ ଦଳକୁ ଯିବେନି ବୋଲି କହିଥିଲେ।

Join BJP Arvinder Singh Lovely Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe