Advertisment

ହାରିଗଲା ଆର୍ଯ୍ୟନ୍‌, ବୋରଓ୍ୱେଲରୁ ଉଦ୍ଧାର ପରେ ବି ବଞ୍ଚିଲାନି ଜୀବନ

୫ ବର୍ଷୀୟ ଆର୍ଯ୍ୟନ୍‌ ଖେଳୁ ଖେଳୁ ୧୪୭ ଫୁଟ୍‌ର ପରିତ୍ୟକ୍ତ ବୋରଓ୍ୱେଲ ଗାତରେ ଖସି ପଡିଥିଲା। ତେବେ ଗତ ସୋମବାରଠୁ ତାକୁ ବଞ୍ଚାଇବା ପାଇଁ ଅପରେସନ୍‌ ଚାଲିଥିଲା।

Boy fall into Borewell

Boy fall into Borewell

Advertisment

ଜୀବନ ଯୁଦ୍ଧରେ ହାରିଗଲା ଆର୍ଯ୍ୟନ୍‌। ୫୭ ଘଣ୍ଟାର ଯୁଦ୍ଧକାଳିନ ଅପରେସନ୍‌ ପରେ ବି ବଞ୍ଚାଇ ହେଲାନି ୫ ବର୍ଷର ଏହି ନାବାଳକକୁ। ରାଜସ୍ଥାନ ଦୌସା ସ୍ଥିତ କାଲିଘଟ ଗାଁରେ ଘଟିଛି ଏଭଳି କିଛି ଘଟଣା।

Advertisment

୫ ବର୍ଷୀୟ ଆର୍ଯ୍ୟନ୍‌ ଖେଳୁ ଖେଳୁ ୧୪୭ ଫୁଟ୍‌ର ପରିତ୍ୟକ୍ତ ବୋରଓ୍ୱେଲ ଗାତରେ ଖସି ପଡିଥିଲା। ତେବେ ଗତ ସୋମବାରଠୁ ତାକୁ ବଞ୍ଚାଇବା ପାଇଁ ଅପରେସନ୍‌ ଚାଲିଥିଲା। ଜେସିବି ସାଙ୍ଗକୁ ମେସିନ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ। ତଥାପି ସଫଳତା ମିଳିପାରି ନାହିଁ।

ତାକୁ ଉଦ୍ଧାର କରିବାକୁ ଏନ୍‌ଡିଆର୍‌ଏଫ୍‌ ସମେତ ଅନ୍ୟ ରେସ୍କ୍ୟୁ ଟିମ୍‌ ଦିନ ରାତି ଏକ କରିଦେଇଥିଲେ। ଶେଷରେ ତାକୁ ବୋରଓ୍ୱେଲ ଗତ ଭିତରୁ ଉଦ୍ଧାର କରାଯାଇଥିଲା। ସେ ଅଚେତ ଥିବାରୁ ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ଆର୍ଯ୍ୟନକୁ ମୃତ ଘୋଷଣା କରିଥିଲେ। ଅତ୍ୟଧିକ ଗରମ ଏବଂ ଅସ୍ୱାସ୍ଥକର ପରିବେଶ ଯୋଗୁ ସେ ଆଖିବୁଜିଥିବା କୁହାଯାଉଛି।

Advertisment

Boy Fall Into Borewell Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe