Advertisment

ବିଜେପିରେ ଲାଗି ଗଲାଣି ପୋକ, ସିଞ୍ଚନ କରିବାକୁ ହେବ କୀଟନାଶକ: ଗଡ଼କରୀ

ନୀତିନ ଗଡ଼କରୀଙ୍କ ଏହି ବୟାନ ମହାରାଷ୍ଟ୍ରରେ ବିଜେପିର ମେଣ୍ଟକୁ ଟାର୍ଗେଟ କରିଛି। ଏହା ପୂର୍ବରୁ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଅଜିତ ପାୱାରଙ୍କ ସହ ମେଣ୍ଟକୁ ନେଇ ମଧ୍ୟ ସଂଘ ପ୍ରଶ୍ନ ଉଠାଇଥିଲା।

Nitin Gadkari

Nitin Gadkari

Advertisment

'ଯେମିତି ଯେମିତି ଫସଲ ବଢ଼ିଥାଏ, ରୋଗ ବି ବଢ଼ିଥାଏ। ବିଜେପିର ମଧ୍ୟ ଫସଲ ବଢ଼ି ଚାଲିଛି। ଆଉ ଫସଲ ବଢ଼ିବା ଯୋଗୁ ଏଥିରେ ପୋକ ମଧ୍ୟ ଲାଗିଗଲାଣି। ତେଣୁ କୀଟନାଶକ ସିଞ୍ଚନ କରିବାକୁ ପଡ଼ିବ।' ଆଗକୁ ମହାରାଷ୍ଟ୍ର ନିର୍ବାଚନ। ଏଥିପାଇଁ ସବୁ ଦଳ ଜୋର୍‌ସୋର୍‌ରେ ଲାଗି ପଡିଛନ୍ତି। ଚାଲିଛି ଜୋରଦାର ପ୍ରଚାର। ଏହାରି ଭିତରେ ନିଜ ଦଳକୁ ହିଁ ଏଭଳି କିଛି କଟାକ୍ଷ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ।

Advertisment

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଶନିବାର ବିଜେପିରେ ଦାଗୀ ନେତାଙ୍କ ପ୍ରବେଶକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଦଳ ଯେତିକି ସଦସ୍ୟ ବଢ଼ାଉଛି କିଛି ସମସ୍ୟା ଉପୁଜିଛି। ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦଳକୁ କିଛି ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ। ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ବିଜେପିର ରାଜନୈତିକ ସଫଳତାକୁ ଫସଲ ସହ ତୁଳନା କରିଛନ୍ତି। ବିଜେପିର ରାଜନୈତିକ ଫସଲ ବଢିଛି, ଫସଲ ବଡ଼ ହେଲେ ପୋକ ଲାଗିଥାଏ, ଏଭଳି ପରିସ୍ଥିତିରେ କୀଟନାଶକ ସିଞ୍ଚନ କରିବାର ଆବଶ୍ୟକତା ରହିଛି।

ବିଜେପିର ବଢୁଥିବା ସଦସ୍ୟତା ଉପରେ ସେ କହିଛନ୍ତି ଯେ ରାଜନୈତିକ ଦଳର ନେତାମାନଙ୍କ ସହ ମିଶିବା ପ୍ରକ୍ରିୟା ଉପରେ ନଜର ରଖିବାକୁ ପଡିବ। ନୂଆ ସଦସ୍ୟମାନଙ୍କୁ ଦଳର ଆଦର୍ଶ ଓ ସଂସ୍କୃତି ସମ୍ପର୍କରେ ସଚେତନ କରିବାକୁ ପଡ଼ିବ। ସେ କହିଛନ୍ତି, ବିଜେପି ହେଉଛି କର୍ମୀଙ୍କ ଦଳ। ବିଭିନ୍ନ କାରଣରୁ ନୂଆ ଲୋକ ଯୋଗ ଦେଉଛନ୍ତି। ଏବେ ସେମାନଙ୍କୁ ପ୍ରଶିକ୍ଷଣ ଦେବା, ଆଦର୍ଶ ଶିଖାଇବା ଆମର ଦାୟିତ୍ୱ। ଆମର ପ୍ରୟାସ ଜାରି ରହିଛି। ହଜାର ହଜାର କର୍ମୀ ପ୍ରୟାସ କରନ୍ତି, କିନ୍ତୁ ବେଳେବେଳେ ଜଣେ କର୍ମୀ ଏପରି କିଛି କହିଲେ ହଜାର ହଜାର କର୍ମୀଙ୍କ ପ୍ରୟାସ ବିଫଳ ହୋଇଯାଏ।

Advertisment

ନୀତିନ ଗଡ଼କରୀଙ୍କ ଏହି ବୟାନ ମହାରାଷ୍ଟ୍ରରେ ବିଜେପିର ମେଣ୍ଟକୁ ଟାର୍ଗେଟ କରିଛି। ଏହା ପୂର୍ବରୁ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଅଜିତ ପାୱାରଙ୍କ ସହ ମେଣ୍ଟକୁ ନେଇ ମଧ୍ୟ ସଂଘ ପ୍ରଶ୍ନ ଉଠାଇଥିଲା। କହିରଖୁଛୁ ଗଡ଼କରୀ ହେଉଛନ୍ତି ସଂଘର ଜଣେ ବିଶ୍ଵସ୍ଥ ନେତା। ଏହି ଅବସରରେ ଗଡ଼କରୀ ଧର୍ମନିରପେକ୍ଷତାର ନୀତି ଉପରେ ଆଲୋକପାତ କରିବା ସହ ସରକାର ଓ ପ୍ରଶାସନ ମଧ୍ୟ ଧର୍ମନିରପେକ୍ଷ ହେବା ଦରକାର ବୋଲି କହିଛନ୍ତି। ସେ କହିଛନ୍ତି ଯେ ଜଣେ ବ୍ୟକ୍ତି ଧର୍ମନିରପେକ୍ଷ ହୋଇପାରିବ ନାହିଁ କିନ୍ତୁ ସରକାର ଓ ପ୍ରଶାସନ ଧର୍ମନିରପେକ୍ଷ ହେବା ଦରକାର।

୨୦୨୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପିର ପ୍ରଦର୍ଶନ ଉପରେ ନୀତିନ ଗଡ଼କରୀ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ଦଳର ଆସନ ସଂଖ୍ୟା ହ୍ରାସ ପାଇଛି। ସାଂସଦ ସଂଖ୍ୟା ୨୩ରୁ ଆସି ୯କୁ ଖସିଛି। ସେ ସ୍ଥାନୀୟ ନେତୃତ୍ୱଙ୍କ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଯଦିଓ ରାଜ୍ୟରେ ତାଙ୍କର କୌଣସି ଆନୁଷ୍ଠାନିକ ପଦବୀ ନାହିଁ, ତଥାପି ଆବଶ୍ୟକ ପଡ଼ିଲେ ସେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଏଠାକାର ନେତାମାନେ ସକ୍ଷମ, ସେମାନଙ୍କୁ ବର୍ତ୍ତମାନ ମୋର ଆବଶ୍ୟକତା ନାହିଁ ବୋଲି ଗଡ଼କରୀ କହିଛନ୍ତି।

Bjp Nitin Gadkari Maharashtra Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe