Advertisment

ବଡ଼ ଧରଣର ଏନ୍‌କାଉଣ୍ଟର; ୨୭ ନକ୍ସଲ ସଫା

ତିନିଟି ଜିଲ୍ଲାର ଡିଆରଜି ଯବାନମାନେ ଏହି ଅପରେସନରେ ସାମିଲ ହୋଇଥିଲେ।

ଅଦ୍ୟତନ ହୋଇଛି
Encounter

Encounter

Advertisment

ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୭ ଜଣ ନକ୍ସଲ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର ବେଳେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନ ବିପଦମୁକ୍ତ ଅଛନ୍ତି।

Advertisment

ଅବୁଝମାଡ଼ ଜଙ୍ଗଲରେ ନକ୍ସଲଙ୍କର କିଛି ଟପ୍ ନେତା ଉପସ୍ଥିତ ଥିବା ନେଇ ଛତିଶଗଡ଼ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ନାରାୟଣପୁର, ବିଜାପୁର ଓ ଦନ୍ତେୱାଡା ଜିଲ୍ଲାର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଯବାନମାନେ ବୁଧବାର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ ବେଳେ ସେମାନେ ନକ୍ସଲମାନଙ୍କୁ ଘେରି ଯାଇଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଟପ୍ ନକ୍ସଲ ମଧ୍ୟ ଥିବା କୁହାଯାଉଛି। ଏନକାଉଣ୍ଟର ଶେଷ ହୋଇଥିବା ବେଳେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

Basabrajବାସବରାଜ

ଟଳିଲା ଦୁର୍ଦ୍ଦାନ୍ତ ନକ୍ସଲ ନେତା ବାସବରାଜ

ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ନମ୍ବାଲା କେଶବ ରାଓ ଓରଫ ବାସବରାଜର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ବାସବରାଜ ନିହତ ହୋଇଥିବା ନେଇ ତାଙ୍କ ‘ଏକ୍ସ’ କରିଥିବା ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ବାସବରାଜର ମୁଣ୍ଡ ଉପରେ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଥିଲା।

Advertisment

କେନ୍ଦ୍ରୀୟ ମାଓ ସଂଗଠନର ଅନ୍ୟତମ ତୁଙ୍ଗ ନେତା ଥିଲା ବାସବରାଜ। ସିପିଆଇ ମାଓବାଦୀର ସେ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲା। ନକ୍ସଲ ନେତା ଗଣପତିଙ୍କ ପରେ ୨୦୧୮ରୁ ସାଧାରଣ ସଂପାଦକ ଦାୟିତ୍ୱରେ ଥିଲା ବାସବରାଜ।ଏନଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ବାସବରାଜ ମୁଣ୍ଡରେ ଥିଲା ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି। ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ସରକାରଙ୍କ ପାଇଁ ସେ ଥିଲା ମୋଷ୍ଟ ୱାଣ୍ଟେଡ୍। ମାଓବାଦୀ କେନ୍ଦ୍ରୀୟ ସାମରିକ କମିଶନ (ସିଏମସି)ର ମୁଖ୍ୟ ଥିଲା ବାସବରାଜ। ଗରିଲା ଯୁଦ୍ଧ, ସାମରିକ କୌଶଳ ଓ ଆଇଇଡି ପ୍ରସ୍ତୁତିରେ ବେଶ୍ ଦକ୍ଷ ଥିଲା ସେ। ଏକାଧିକ ବଡ଼ ମାଓ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ବାସବରାଜ। ୨୦୧୦ ଦାନ୍ତେୱାଡ଼ା ହମଲା (୭୬ ସିଆରପିଏଫ୍ ଯବାନ ନିହତ), ୨୦୧୩ ଜୀରାମ ଘାଟି ହମଲା (ବହୁ ରାଜନେତାଙ୍କ ସହ ୨୭ ନିହତ), ୨୦୧୮ରେ ଆରାକୁର ଜଣେ ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କୁ ହତ୍ୟାରେ ତା’ର ସଂପୃକ୍ତି ଥିଲା।

୧୯୫୫ରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଜିୟାନ୍ନାପେଟ ଗାଁରେ ଜନ୍ମ ହୋଇଥିଲା ବାସବରାଜ। ୱାରେଙ୍ଗଲର ରିଜିଓନାଲ ଇଞ୍ଜିନିୟରିଂ କଲେଜରୁ ବି.ଟେକ୍ ଡିଗ୍ରୀ ହାସଲ କରିଥିଲା। ୧୯୭୦ ଦଶକରେ ଆରଏସୟୁ ଜରିଆରେ ବାମପନ୍ଥୀ ଛାତ୍ର ରାଜନୀତିରେ ଯୋଗ ଦେଇଥିଲା। ପରେ ସିପିଆଇ-ଏମଏଲ୍ ପିପୁଲ୍ସ ୱାର ଗ୍ରୁପରେ ସାମିଲ ହୋଇଥିଲା। 

୧୯୭୦ ଦଶକର ଶେଷ ଭାଗରୁ ମାଓ ସଂଗଠନରେ ସକ୍ରିୟ ଥିଲା। ୧୯୮୭ରେ ଏଲଟିଟିଇ ଯୋଦ୍ଧାଙ୍କ ସହ ପ୍ରଶିକ୍ଷଣ ନେଇଥିଲା। ଆକ୍ରମଣ କୌଶଳ ଓ ବିସ୍ଫୋରକ ପରିଚାଳନାରେ ସେ ଖୁବ୍ ଦକ୍ଷ ଥିଲା। ଛତିଶଗଡ଼, ତେଲଙ୍ଗାନା, ମହାରାଷ୍ଟ୍ର ଓ ଆନ୍ଧ୍ର-ଓଡ଼ିଶା ସୀମା ନକ୍ସଲ କାର୍ଯ୍ୟକଳାପରେ ସକ୍ରିୟ ଥିଲା। ବେଶ୍ କିଛି ଦିନ ଧରି ଛତିଶଗଡ଼ର ଅବୁଝମାଡ଼ ଅଞ୍ଚଳରେ ଆତ୍ମଗୋପନ କରିଥିଲା। 

ସୂଚନାଯୋଗ୍ୟ, ଦୁଇ ସପ୍ତାହ ପୂର୍ବରୁ ତେଲଙ୍ଗାନା ସୀମାରେ ଛତିଶଗଡ଼ର ବିଜାପୁର ଜିଲ୍ଲାର କରେଗୁଟ୍ଟା ହିଲ୍‌ସରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୫ ଜଣ ନକ୍ସଲ ନିହତ ହୋଇଥିଲେ।

କ’ଣ କହିଛନ୍ତି ଅମିତ ଶାହ

କେନ୍ଦ୍ର ଗୃହ ମନ୍ତ୍ରୀ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ନକ୍ସଲଙ୍କ ମୂଳୋତ୍ପାଟନ ଦିଗରେ ଏକ ବଡ଼ ସଫଳତା ମିଳିଛି। ଆଜି ଛତିଶଗଡ଼ର ନାରାୟଣପୁରରେ ଏକ ଅପରେସନରେ ଆମ ସୁରକ୍ଷା ବଳ ୨୭ ଜଣ ଦୁର୍ଦ୍ଦାନ୍ତ ନକ୍ସଲଙ୍କ ନିପାତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ନମ୍ବାଲା କେଶବ ରାଓ ଓରଫ ବାସବରାଜ। ସେ ସିପିଆଇ-ମାଓବାଦୀର ସାଧାରଣ ସଂପାଦକ ତଥା ଟପ୍ ନକ୍ସଲ ନେତା ଥିଲେ। ନକ୍ସଲ ଆନ୍ଦୋଳନର ସେ ଥିଲେ ମେରୁଦଣ୍ଡ। ନକ୍ସଲ ବିରୋଧରେ ଚାଲିଥିବା ଯୁଦ୍ଧରେ ଗତ ତିନି ଦଶନ୍ଧିରେ ପ୍ରଥମ ଥର ପାଇଁ ଜଣେ ସାଧାରଣ ସଂପାଦକ ସ୍ତରର ନେତାକୁ ଆମ ସୁରକ୍ଷା ବଳ ନିପାତ କରିଛି।

ଏହି ଅପରେସନ ପାଇଁ ଅମିତ ଶାହ ସୁରକ୍ଷା ବଳ ଓ ସଂସ୍ଥାଗୁଡ଼ିକୁ ପ୍ରଶଂସା କରିଥିବା ବେଳେ ନିକଟରେ ହୋଇଥିବା ଅପରେସନ ବ୍ଲାକ ଫରେଷ୍ଟରେ ଛତିଶଗଡ଼, ତେଲଙ୍ଗାନା ଓ ମହାରାଷ୍ଟ୍ରରେ ୫୪ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ୮୪ ଜଣ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛନ୍ତି। ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ମୋଦି ସରକାର ନକ୍ସଲବାଦକୁ ଶେଷ କରି ଦେବେ ବୋଲି ଶ୍ରୀ ଶାହ ପୁନର୍ବାର କହିଛନ୍ତି। 

Naxal Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe