Image
ଆଜିଠୁ ସମଗ୍ର ଦେଶରେ ନୂଆ ଭାରତୀୟ ନ୍ୟାୟ ସଂହିତା ଲାଗୁ ହୋଇଛି । ଓଡ଼ିଶାରେ ବି ଏହି ନିୟମ ଲାଗୁ ହୋଇଥିବା ବେଳେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ରୁଜୁ ହୋଇଛି ପ୍ରଥମ ମାମଲା । ଏକ ହତ୍ୟା ଉଦ୍ୟମ ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।
ଚିନ୍ତାମଣିଶ୍ୱର ମନ୍ଦିର ଅଞ୍ଚଳର ଗୌରାଙ୍ଗ ଚରଣ ଦାସଙ୍କୁ ମରଣାନ୍ତକ ଆକ୍ରମଣ ନେଇ ତାଙ୍କ ପୁଅ ଏହି ମାମଲା ରୁଜୁ କରିଛନ୍ତି । ଜୁନ ୨୯ ରାତିରେ ଦୁଇଟି ବାଇକରେ ତିନି ଦୁର୍ବୃତ୍ତ ଆସି ଗୌରାଙ୍ଗଙ୍କ ବେକକୁ ବ୍ଲେଡରେ କାଟି ଦେଇଥିଲେ।
ଏନେଇ ଥାନାରେ ଅଭିଯୋଗ କଲେ ଅବସ୍ଥା ଖରାପ ହେବ ବୋଲି ବି ଅଭିଯୁକ୍ତମାନେ ଧମକ ଦେଉଥିଲେ। ମାତ୍ର ଆଜି ସକାଳେ ଗୌରାଙ୍ଗ ଚରଣଙ୍କ ପୁଅ ଥାନାର ଦ୍ୱାରସ୍ଥ ହୋଇ ଏହି ମାମଲା ରୁଜୁ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା ଧାରା 2023 ଅନୁଯାୟୀ ୧୨୬(୨), ୧୧୫(୨), ୧୦୯(୧) ଓ ୩(୫)ରେ ମାମଲା ରୁଜୁ ହୋଇଛି ।
ଏନେଇ ଲକ୍ଷ୍ମୀସାଗର ଥାନା ଆଇଆଇସିଙ୍କ କହିବାନୁଯାୟୀ, ଆଜି ସକାଳେ ଗୌରାଙ୍ଗ ଚରଣଙ୍କ ପୁଅ ଥାନାରେ ପହଞ୍ଚି ତାଙ୍କ ବାପାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ମାମଲା ରୁଜୁ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।
ସମଗ୍ର ଦେଶରେ ୩ ନୂଆ ଆଇନ କାର୍ଯ୍ୟକାରିତାକୁ ସ୍ୱାଗତ କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏନେଇ ସେ କହିଛନ୍ତି, ପୁରୁଣା ଆଇନ ବଦଳିବା ଯୋଗୁଁ ଲୋକେ ଉପକୃତ ହେବେ, ମାମଲାର ଶୀଘ୍ର ସମାଧାନ ହେବ । ନୂଆ ଆଇନ ସଂପର୍କରେ ସବୁ ପକ୍ଷକୁ ସଚେତନ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ ।
ହାଇକୋର୍ଟ ଓ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବିଚାରପତି, ଓକିଲଙ୍କ ପାଇଁ ସଚେତନତା ଶିବିର କରାଯାଇଛି । ଆଗକୁ ଆହୁରି ସଚେତନତା କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।
ସମଗ୍ର ଦେଶରେ ଆଜି ନୂଆ ଭାରତୀୟ ନ୍ୟାୟ ସଂହିତା ଲାଗୁ ହୋଇଥିବା ବେଳେ ଦିଲ୍ଲୀ ପୁଲିସ୍ ପକ୍ଷରୁ ପ୍ରଥମ ମାମଲା ରୁଜୁ ହୋଇଛି। ଦିଲ୍ଲୀ କମଳା ମାର୍କେଟ ଥାନାରେ ଜଣେ ଭେଣ୍ଡର ବିରୋଧରେ ମାମଲା ରୁଜୁ ହୋଇଛି ।ଏଥିପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା । ଏହାଦ୍ୱାରା ନ୍ୟାୟିକ ପ୍ରକ୍ରିୟା ତୱରିତ ହେବ ଓ ପୀଡ଼ିତ ଖୁବ୍ ଶୀଘ୍ର ନ୍ୟାୟ ପାଇ ପାରିବେ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
