Advertisment

ଓଓ୍ୱେସୀଙ୍କ ନେତାଙ୍କ ଉପରକୁ ଗୁଳିମାଡ଼

AIMIM ନେତାଙ୍କ ଛାତି ଓ ଗୋଡରେ ତିନୋଟି ଗୁଳି ବାଜିଛି।

firing-on-aimim-leader

firing-on-aimim-leader

Advertisment

ବିଚ୍‌ ରାସ୍ତାରେ ଫୁଟିଲା ଗୁଳି। ଅସଦୁଦ୍ଦିନ ଓଓ୍ୱେସୀଙ୍କ AIMIM ଦଳର ନେତା ତଥା ପୂର୍ବତନ ମେୟରଙ୍କ ଉପରକୁ ହେଲା ଗୁଳିମାଡ। ଦୁଇ ଜଣ ଅଜ୍ଞାତ ବନ୍ଧୁକଧାରୀ ବାଇକରେ ଆସି ପୂର୍ବତନ ମେୟର ଅବଦୁଲ ମଲ୍ଲିକଙ୍କ ଉପରକୁ ଗୁଳିମାଡ କରିଛନ୍ତି। ଏଥିରେ ଗୁରୁତର ହୋଇଥିବା ସୂଚନା ମିଳିଛି।

Advertisment

ରବିବାର ବିଳମ୍ବିତ ଏହି ଘଟଣା ଘଟିଛି। ଅବଦୁଲ ମଲିକ ଗତକାଲି ରାତିରେ ମାଲେଗାଓଁ ଛକରେ ଥିବା ଏକ ହୋଟେଲରେ ଚା ପିଇବାକୁ ବସିଥିଲେ। ଏତିକି ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରି ସେଠାରୁ ଫେରାର ହୋଇଯାଇଥିଲେ। ଅବଦୁଲଙ୍କ ଛାତି ଓ ଗୋଡରେ ତିନୋଟି ଗୁଳି ବାଜିଛି। ଏହାପରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ସେପଟେ ଏହି ଘଟଣା ପରେ ମାଲେଗାଓଁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। AIMIM କର୍ମୀମାନେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୂରା ଅଞ୍ଚଳରେ ବ୍ୟାପ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁଲିସ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇର୍‌ ରୁଜୁ କରିଛି। ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ ଚାଲିଛି। ଯେଉଁ ସ୍ଥାନରେ ଏହି ଗୁଳିମାଡ଼ ଘଟିଥିଲା ସେଠାରେ ସିସିଟିଭି ଲାଗି ନଥିବା କୁହାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Advertisment

ଏହା ପୂର୍ବରୁ ମଧ୍ୟ AIMIM ନେତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ବିହାରର ଗୋପାଳଗଞ୍ଜରେ ଆକ୍ରମଣକାରୀମାନେ AIMIMର ରାଜ୍ୟ ସଭାପତି ସାରଣ ପ୍ରଭାରୀ ଅବଦୁଲ ସଲାମ ଓରଫ ଅସଲମ ମୁଖିଆଙ୍କୁ ଗୁଳି କରି ହତ୍ୟା କରିଥିଲେ। ମୃତ ଅସଲମ ମୁଖ୍ୟା ନଭେମ୍ବର ୨-୨୩ରେ ଗୋପାଳଗଞ୍ଜ ସଦର ଆସନରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ।

Maharashtra Firing Asaduddin Owaisi AIMIM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe