Advertisment

ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ

ଗୁଜରାଟର ଗୋଟିଏ କୋର୍ଟ ଆଶାରାମକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣଙ୍କ ଆଶରାମର ଆଶ୍ରମରେ ରହୁଥିଲେ।

author-image
Hemant Lenka
Asaram Bapu

Asaram Bapu

ଆତ୍ମଘୋଷିତ ବାବା ଆଶାରାମ ବାପୁ ୧୦ ବର୍ଷ ପୁରୁଣା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି। ଗୁଜରାଟର ଗୋଟିଏ କୋର୍ଟ ଆଶାରାମକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣଙ୍କ ଆଶରାମର ଆଶ୍ରମରେ ରହୁଥିଲେ। ସେ ଆଶ୍ରମରେ ରହୁଥିବା ବେଳେ ତାକୁ ବାରମ୍ବାର ଆଶାରାମ ଦୁଷ୍କର୍ମ କରିଥିଲା। ଅହମଦାବାଦର ମୋଟେରାରେ ଥିବା ଆଶ୍ରମରେ ପୂରା ଘଟଣା ଘଟିଥିଲା। ଏହାର ଶୁଣାଣି କରି ଆଶାରାମକୁ ଗାନ୍ଧିଗନଗର ସେସନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତାକାଲି ତାଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ।

Advertisment

ଆଇପିସିର ଧାରା ୩୪୨, ୩୫୪ଏ, ୩୭୦(୪), ୩୭୬, ୫୦୬ ଓ ୧୨୦(ବି) ଅନୁଯାୟୀ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ହେଉଛି ଆଶାରାମର ପୁଅ ନାରାୟଣ ସାଇ। ଆଶାରାମର ପତ୍ନୀ ଲକ୍ଷ୍ମୀ, ଝିଅ ଭାରତୀ ଓ ୪ ଜଣ ମହିଳା ଅନୁଗାମୀ ଧ୍ରୁବବେନ, ନିର୍ମଳା, ଯଶୀ ଓ ମୀରା ମଧ୍ୟ ଏହି ମାମଲାର ଅଭିଯୁକ୍ତ ଥିଲେ। ତେବେ ପ୍ରମାଣ ଅଭାବରୁ ସମସ୍ତଙ୍କୁ ଗାନ୍ଧିନଗର କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଆଶାରାମ ବାପୁ ଏବେ ଯୋଧପୁର ଜେଲରେ ଅଛି। ୨୦୧୮ରେ ଯୋଧପୁର ଟ୍ରାଏଲ କୋର୍ଟ ତାକୁ ଆଉ ଏକ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଜେଲ ପଠାଇ ଦେଇଥିଲେ। ୨୦୧୩ରେ ସେ ଯୋଧପୁର ସ୍ଥିତ ଆଶ୍ରମରେ ଜଣେ ୧୬ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିଥିଲା। ସେହି ସମୟରେ ୭୭ ବର୍ଷୀୟ ଆଶାରାମକୁ ଆଇପିସିର ୩୭୬ ଓ ପକସୋ ଆକ୍ଟ ବଳରେ ଦଣ୍ଡବିଧାନ କରାଯାଇଥିଲା।

Advertisment

୨୦୧୩ ଅଗଷ୍ଟରେ ପୁଲିସ୍‌ ପ୍ରଥମେ ଆଶାରାମକୁ ଇନ୍ଦୋରରୁ ଗିରଫ କରିଥିଲା। ଏହାପରେ ତାକୁ ଯୋଧପୁର ଅଣାଯାଇଥିଲା।

Asaram Bapu