ଜେଲରୁ ବାହାରିବ ଆଶାରାମ ବାପୁ, ମିଳିଲା ପାରୋଲ

ନିଜର ଆଶ୍ରାମ ଭିତରେ ଜଣେ କିଶୋରୀଙ୍କୁ ଆଶାରାମ ଦୁଷ୍କମ କରିଥିଲା। ଏଥିପାଇଁ ଯୋଧପୁରରେ ଥିବା ଗୋଟିଏ ପୋକ୍‌ସ କୋର୍ଟ ତାକୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ଆଶାରାମ ବାପୁ (ଫାଇଲ ଫଟୋ)

  • Published: Tuesday, 13 August 2024
  • , Updated: 13 August 2024, 06:42 PM IST

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ଆତ୍ମଘୋଷିତ ବାବା ଆଶାରାମ ବାପୁକୁ ମିଳିଛି ବଡ଼ ଆଶ୍ୱସ୍ତି। ସେ ଏବେ ଜେଲରୁ ମୁକୁଳିବ। ତାକୁ ରାଜସ୍ଥାନ ହାଇକୋର୍ଟ ଚିକିତ୍ସା ନିମନ୍ତେ ୭ ଦିନର ପାରୋଲ ଦେଇଛନ୍ତି। ୮୫ ବର୍ଷୀୟ ଆଶାରାମ ଏବେ ପୁଲିସ୍‌ର କଡ଼ା ସୁରକ୍ଷାବଳୟ ମଧ୍ୟରେ ନିଜର ଚିକିତ୍ସା ପାଇଁ ମହାରାଷ୍ଟ୍ର ଯିବ।

ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ଆଶାରାମ ବାପୁ ୨ଥର ପାରୋଲ ପାଇଁ କରିଥିବା ଆବେଦନକୁ ଖାରଜ କରିଥିଲେ। ସେ ପାରୋଲରେ ଗଲେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବା କୋର୍ଟ କହିଥିଲେ। ହେଲେ ଏଥର ଚିକିତ୍ସା ପାଇଁ ତାକୁ ୭ ଦିନର ପାରୋଲ ମିଳିଛି।

ଚଳିତ ବର୍ଷ ଫେବୃଆରୀ ମାସରେ ଆଶାରାମ ବାପୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାକୁ ଜେଲରୁ ଯୋଧପୁର ଏମ୍ସକୁ ନିଆଯାଇଥିଲେ। ଚିକିତ୍ସା ପରେ ସେ ଜେଲକୁ ଫେରିଥିଲା।

ନିଜର ଆଶ୍ରାମ ଭିତରେ ଜଣେ କିଶୋରୀଙ୍କୁ ଆଶାରାମ ଦୁଷ୍କମ କରିଥିଲା। ଏଥିପାଇଁ ଯୋଧପୁରରେ ଥିବା ଗୋଟିଏ ପୋକ୍‌ସ କୋର୍ଟ ତାକୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ଯୋଧପୁରର କେନ୍ଦ୍ରୀୟ ଜେଲରେ ବନ୍ଦୀ ଜୀବନ କାଟୁଛି।

ଏହାବାଦ ୨୦୧୩ରେ ଆଶାରାମ ସୁରଟ ଆଶ୍ରମରେ ଜଣେ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଘଟଣାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛି। ଏଥିପାଇଁ ଗତବର୍ଷ ଗୁଜରାଟର ଗୋଟିଏ ନିମ୍ନ ଅଦାଲତ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଦଣ୍ଡାଦେଶକୁ ମେଡିକାଲ ଚିକିତ୍ସା ଆଳରେ ଖାରଜ କରିବା ପାଇଁ ଆଶାରାମ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିଥିଲ। ଏହା ଖାରଜ ହୋଇଯିବାରୁ ସେ ସୁପ୍ରିମକୋର୍ଟ ଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କି ନଥିଲେ। ତେବେ ଚିକିତ୍ସା ପାଇଁ ଆଶାରାମ ହାଇକୋର୍ଟରେ ଆବେଦନ କରିପାରିବ। ଏହାପରେ ପାରୋଲ ପାଇଁ ଆଶାରାମର ଓକିଲ ହାଇକୋର୍ଟରେ ଆବେଦନ କରିଥିଲେ।

ସେ କହିଥିଲେ ଯେ ୧୧ ବର୍ଷ ହେଲା ଜେଲରେ ଥିବା ଆଶାରାମ ସାଂଘାତିକ ହାର୍ଟ ଆଟାକର ସମ୍ମୁଖୀନ ହୋଇଛି। ଜାନୁଆରୀ ୧୪ରେ ହୋଇଥିବା ଏଞ୍ଜିଓଗ୍ରାଫିରୁ ସେ ୯୯% ବ୍ଲକେଜର ସମ୍ମୁଖୀନ ହେଉଥିବା ସ୍ପଷ୍ଟ ହୋଇଥିଲା।

ବୟସ ମଧ୍ୟ ୮୫ ହେଲାଣି। ତେଣୁ ଚିକିତ୍ସା ପାଇଁ ପାରୋଲ ଦିଆଯାଉ। ଏହି ଆବେଦନକୁ ଯାଞ୍ଚ କରିବା ପରେ ହାଇକୋର୍ଟ ଆଶାରାମକୁ ପାରୋଲରେ ଛାଡ଼ିଛନ୍ତି।

Related story