Advertisment

ଦୁଷ୍କର୍ମ ମାମଲାରେ ଆଶାରାମକୁ ପୁଣି ଆଜୀବନ ଜେଲ୍‌

ସେସନ୍ସ କୋର୍ଟ ବିଚାରପତି ଡିକେ ସୋନି ସମସ୍ତ ଯୁକ୍ତି ଶୁଣିବା ପରେ ଆଶାରାମକୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

Asaram Bapu

Asaram Bapu

Advertisment

ଆଶ୍ରମ ଭିତରେ ମହିଳା ଅନୁଗାମୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଆତ୍ମଘୋଷିତ ବାବା ଆଶାରାମ ବାପୁକୁ ଆଜୀବନ ଜେଲଦଣ୍ଡ ମିଳିଛି। ସୋମବାର ଗୁଜରାଟର ଗାନ୍ଧିନଗରରେ ଥିବା ଗୋଟିଏ କୋର୍ଟ ଏହି ମାମଲାରେ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ସେସନ୍ସ କୋର୍ଟ ବିଚାରପତି ଡିକେ ସୋନି ସମସ୍ତ ଯୁକ୍ତି ଶୁଣିବା ପରେ ଆଶାରାମକୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

Advertisment

ଏହାପୂର୍ବରୁ ୨୦୧୩ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଆଶାରାମ ବାପୁକୁ ଆଜୀବନ ଜେଲଦଣ୍ଡ ମିଳିଥିଲା। ଏବେ ୮୧ ବର୍ଷୀୟ ଆଶରାମ ଯୋଧପୁର ଜେଲରେ ରହିଛି। ୨୦୧୮ରେ ତାକୁ ରାଜସ୍ଥାନର ଗୋଟିଏ କୋର୍ଟ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ସେବେଠାରୁ ସେ ଜେଲରେ ଥିବା ବେଳେ ଆଜି ଆଉ ଗୋଟିଏ ଦୁଷ୍କର୍ମ ମାମଲାରେ ତାକୁ ଆଜୀବନ ସଜ୍ଜା ମିଳିଛି।

ଆଜି ଆଶରାମ ଯେଉଁ ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡ ପାଇଛି, ତାହା ୨୦୧୩ରେ ଘଟିଥିଲା। ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣଙ୍କ ଆଶରାମର ଆଶ୍ରମରେ ରହୁଥିଲେ। ସେ ଆଶ୍ରମରେ ରହୁଥିବା ବେଳେ ତାଙ୍କୁ ଆଶାରାମ ବାରମ୍ବାର ଦୁଷ୍କର୍ମ କରିଥିଲା। ଅହମଦାବାଦର ମୋଟେରାରେ ଥିବା ଆଶ୍ରମରେ ପୂରା ଘଟଣା ଘଟିଥିଲା। ଏହାର ଶୁଣାଣି କରି ଆଶାରାମକୁ ଗାନ୍ଧିଗନଗର ସେସନ୍ସ କୋର୍ଟ ସୋମବାର ଦୋଷୀ ସାବ୍ୟସ୍ତ କରିଥିଲେ।

Advertisment

ଆଇପିସିର ଧାରା ୩୪୨, ୩୫୪ଏ, ୩୭୦(୪), ୩୭୬, ୫୦୬ ଓ ୧୨୦(ବି) ଅନୁଯାୟୀ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ହେଉଛି ଆଶାରାମର ପୁଅ ନାରାୟଣ ସାଇ। ଆଶାରାମର ପତ୍ନୀ ଲକ୍ଷ୍ମୀ, ଝିଅ ଭାରତୀ ଓ ୪ ଜଣ ମହିଳା ଅନୁଗାମୀ ଧ୍ରୁବବେନ, ନିର୍ମଳା, ଯଶୀ ଓ ମୀରା ମଧ୍ୟ ଏହି ମାମଲାର ଅଭିଯୁକ୍ତ ଥିଲେ। ତେବେ ପ୍ରମାଣ ଅଭାବରୁ ସମସ୍ତଙ୍କୁ ଗାନ୍ଧିନଗର କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

୨୦୧୩ ଅଗଷ୍ଟରେ ପୁଲିସ୍‌ ପ୍ରଥମେ ଆଶାରାମକୁ ଇନ୍ଦୋରରୁ ଗିରଫ କରିଥିଲା। ଏହାପରେ ତାକୁ ଯୋଧପୁର ଅଣାଯାଇଥିଲା। ଆଶାରାମର ପୁଅ ନାରାୟଣ ସାଇ ମଧ୍ୟ ଗୋଟିଏ ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡ ପାଇଛି। ୨୦୧୯ରେ ତାକୁ ସଜ୍ଜା ହୋଇଥିଲା।

Asaram Bapu Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe