Advertisment

ଗେହଲଟ- ପାଇଲଟ କଳିରେ ପୂର୍ଣ୍ଣଛେଦ; ଏକାଠି ନିର୍ବାଚନ ଲଢ଼ିବାକୁ ଜଣାଇଲେ ସମ୍ମତି

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବସିଥିବା ରୁଦ୍ଧଦ୍ୱାର ବୈଠକରେ ରାହୁଲ ଗାନ୍ଧି, ରାଜସ୍ଥାନର ପିସିସି ସଭାପତି ଓ କଂଗ୍ରେସର ସାଧାରଣ ସମ୍ପାଦକ କେ.ଭି ଭେନୁଗୋପାଳ ସାମିଲ ହୋଇଥିଲେ।

ଅଦ୍ୟତନ ହୋଇଛି
Meeting

Meeting

Advertisment

ରାଜସ୍ଥାନର ଦୁଇ ତୁଙ୍ଗ ନେତା ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଚାଲିଥିବା ତୁ ତୁ ମେ’ମେ’ରେ ଲାଗିଛି ବିରାମ ଆସନ୍ତା ବିଧାନସଭା ନିର୍ବାଚନ ନିମନ୍ତେ ସେମାନେ କଂଗ୍ରେସ ପାଇଁ ମିଳିତ ଭାବେ କାମ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଫଳରେ ରାଜ୍ୟରେ ପାର୍ଟି ନେତୃତ୍ୱକୁ ନେଇ ଦୀର୍ଘ ଦିନ ହେଲା ଲାଗିଥିବା ଛକାପଞ୍ଝାରେ ଏବେ ପୂର୍ଣ୍ଣଛେଦ ପଡ଼ିଛି। ଗେହଲଟ ଓ ପାଇଲଟଙ୍କୁ ଏକାଠି ଦେଖି କଂଗ୍ରେସ ନେତା ହମ ସାଥ ସାଥ ହେଁର ଗୀତ ଗୁଣୁ ଗୁଣୁ ହେଉଛନ୍ତି।

Advertisment

ଦୀର୍ଘ ଦିନ ହେଲା ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ଲାଗିଥିବା କଳିର ସମାଧାନ ପାଇଁ ଗତକାଲି ଦିଲ୍ଲୀରେ ବସିଥିଲା ବୈଠକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବସିଥିବା ରୁଦ୍ଧଦ୍ୱାର ବୈଠକରେ ରାହୁଲ ଗାନ୍ଧି, ରାଜସ୍ଥାନର ପିସିସି ସଭାପତି ଓ କଂଗ୍ରେସର ସାଧାରଣ ସମ୍ପାଦକ କେ.ଭି ଭେନୁଗୋପାଳ ସାମିଲ ହୋଇଥିଲେ।

ସନ୍ଧ୍ୟା ୬ଟାରେ ଖଡଗେଙ୍କ ଘରେ ଆୟୋଜିତ ବୈଠକରେ ପ୍ରଥମେ ଗେହଲଟ ଯୋଗ ଦେଇଥିବା ବେଳେ ୮ଟା ବେଳେ ପାଇଲଟ ସାମିଲ ହୋଇଥିଲେ। ପ୍ରାୟ ୪ ଘଣ୍ଟା କାଳ ଆଲୋଚନା ଚାଲିବା ପରେ ବିଳମ୍ବିତ ରାତିରେ ଉଭୟ ନେତା ବାହାରକୁ ଆସି ଆଗାମୀ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

କଂଗ୍ରେସର ସାଧାରଣ ସମ୍ପାଦକ କେ.ଭି ଭେନୁଗୋପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଉଭୟ ନେତା ଏବେ ହାତ ମିଳାଇ ନେଇଛନ୍ତି। ଏଥିସହ ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ସେମାନେ ସ୍ୱୀକାର କରିନେବେ ବୋଲି ମଧ୍ୟ କହିଛନ୍ତି ।

ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ । ତେଣୁ ଏବେଠୁ ଦଳୀୟ କନ୍ଦଳକୁ ସମାଧାନ କରି ଦଳକୁ ମଜଭୁତ କରିବାକୁ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି। ଏହାବାଦ ରାଜସ୍ଥାନ କଂଗ୍ରେସରେ ଗଡ଼ ହୋଇଥିବା ବେଳେ ଆଗାମୀ ନିର୍ବାଚନରେ ବି ବହୁମତ ହାସଲ କରି ସରକାର ଗଠନ କରିବା ନିମନ୍ତେ ଉଭୟ ନେତା ଏକାଠି ହେବାକୁ ସମ୍ମତି ପ୍ରକାଶ କରିଥିବାରୁ କଂଗ୍ରେସ ଶିବିରରେ ବେଶ୍‌ ଉତ୍ସାହ ଖେଳି ଯାଇଛି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତାକୁ ନେଇ ବହୁ ଦିନ ହେଲା ଶୀତଳ ଯୁଦ୍ଧ ଚାଲି ରହିଥିଲା। ଏହା ବେଳେ ବିସ୍ଫୋରକ ରୂପ ନେବାକୁ ପଛାଉ ନ ଥିଲା। ଦୁଇ ବର୍ଷ ତଳେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାକୁ ଆଶା କରି ଗେହଲଟଙ୍କ ବିରୋଧରେ କିଛି ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇଥିଲେ।

ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଚାର ହେବାରୁ ଗେହଲଟଙ୍କ ସପକ୍ଷରେ ଥିବା ୯୦ ବିଧାୟକ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିବେ ବୋଲି ଧମକ ଦେଇଥିଲେ।

Congress Rahul Gandhi Sachin Pilot Ashok Gehlot Mallikarjun Kharge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe