Advertisment

ଜ୍ଞାନବ୍ୟାପୀ ମସଜିଦରେ ପଶିଲା ASI ଟିମ୍‌; ଯାଞ୍ଚ ଆରମ୍ଭ, ସୁରକ୍ଷା କଡ଼ାକଡ଼ି

ବାରାଣସୀସ୍ଥିତ ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ପରିସରରେ ଆଜି ସକାଳୁ ଭାରତୀୟ ସର୍ବେକ୍ଷଣ ସଂସ୍ଥା ବା ASI ପକ୍ଷରୁ ଆରମ୍ଭ ହୋଇଛି ସର୍ଭେ ।

author-image
Niharika Rout
Gyanvapi Campus

Gyanvapi Campus

ବାରାଣସୀସ୍ଥିତ ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ପରିସରରେ ଆଜି ସକାଳୁ ଭାରତୀୟ ସର୍ବେକ୍ଷଣ ସଂସ୍ଥା ବା ASI ପକ୍ଷରୁ ଆରମ୍ଭ ହୋଇଛି ସର୍ଭେ । ଏଏସଆଇର ସ୍ୱତନ୍ତ୍ର ଟିମ ମସଜିଦ୍ ପରିସରରେ ପହଞ୍ଚି ଯାଞ୍ଚ କାମ ଆରମ୍ଭ କରିଛନ୍ତି ।

Advertisment

ASI ଟିମ୍‌ରେ ୪୩ ଜଣ ସଦସ୍ୟ ଅଛନ୍ତି। ସେମାନଙ୍କ ସହ ୪ ଓକିଲ ଓ ୪ ମହିଳା ବି ଜ୍ଞାନବ୍ୟାପୀ ମସଜିଦ୍‌ରେ ପ୍ରବେଶ କରିଥିବା ଜଣାଯାଇଛି। ଯାଞ୍ଚ ସମୟରେ ମସଜିଦ୍‌ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଆସନ୍ତା ଅଗଷ୍ଟ ୪ ତାରିଖ ସୁଦ୍ଧା ASI ଟିମ୍‌ ନିଜ ଯାଞ୍ଚ ରିପୋର୍ଟ ବାରଣାସୀ ଜିଲ୍ଲା କୋର୍ଟରେ ଦାଖଲ କରିବ ।

ଜ୍ଞାନବ୍ୟାପୀ ମସଜିଦ୍‌ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବା ପାଇଁ ୫ ମହିଳା ୧୮ ଅଗଷ୍ଟ ୨୦୨୧ରେ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। ଏପରିକି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ଆବେଦନ କରାଯାଇଥିଲା। ଏହାପରେ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଜ୍ଞାନବ୍ୟାପୀ ମସଜିଦ ପରିସରର ଭିଡିଓଗ୍ରାଫି ସର୍ଭେ କରାଯାଇଥିଲା।

Advertisment

ସଂଗଠନର ଆବେଦନ ଉପରେ ବିଚାର କରି ବିବାଦୀୟ ଅଂଶକୁ ଛାଡି ସମ୍ପୂର୍ଣ୍ଣ ପରିସରକୁ ASI ସର୍ଭେ କରିବାକୁ ମଞ୍ଜୁରୀ ଦିଆଯାଇଥିଲା। ସିଲ୍‌ ହୋଇଥିବା ବିବାଦୀୟ ଅଂଶ ବା ଭାଜୁ ଟ୍ୟାଙ୍କକୁ ବାଦ ଦେଇ ଅନ୍ୟ ଅଞ୍ଚଳକୁ ସର୍ଭେ ପାଇଁ କୋର୍ଟ ଅନୁମତି ଦେଇଥିଲେ । ଫଳରେ ଆଜିଠୁ ଆରମ୍ଭ ହୋଇଛି ସର୍ଭେ କାର୍ଯ୍ୟ ।

ଜ୍ଞାନବାପି ମସଜିଦରେ ASI ସର୍ଭେକୁ ବିରୋଧ କରି ମୁସଲିମ୍‌ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ତାହାର ଶୁଣାଣି ହେବ ବୋଲି ଜଣାଯାଇଛି।

Uttar Pradesh Gyanvapi Masjid