Advertisment

AIUDF ନେତାଙ୍କ ବିବାଦୀୟ ବୟାନ - ଚୋରି, ଡକାୟତି, ରେପ୍‌ ସବୁଥିରେ ଆମେ ନଂ-୧

‘ଆଜିର ଯୁଗରେ ଲୋକ ଜହ୍ନକୁ ଯାଉଛନ୍ତି। ହେଲେ ଆମେ ଜେଲ୍‌ ଯାଉଛୁ। କାରଣ ଚୋରି, ଡକାୟତି, ଲୁଟ୍‌, ବଳାତ୍କାର ଆଦି ସବୁ କେସ୍‌ରେ ଆମେ ନଂ-୧।’

Badruddin Ajmal

Badruddin Ajmal

Advertisment

‘ଆଜିର ଯୁଗରେ ଲୋକ ଜହ୍ନକୁ ଯାଉଛନ୍ତି। ହେଲେ ଆମେ ଜେଲ୍‌ ଯାଉଛୁ। କାରଣ ଚୋରି, ଡକାୟତି, ଲୁଟ୍‌, ବଳାତ୍କାର ଆଦି ସବୁ କେସ୍‌ରେ ଆମେ ନଂ-୧।’ ଏକ ଜନସଭାକୁ ସମ୍ବୋଧନ କରି ନିଜ ସମ୍ପ୍ରଦାୟ ନାଁରେ ଏପରି ବିବାଦୀୟ ବୟାନ ଦେଇଛନ୍ତି ସାଂସଦ ତଥା ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟ(AIUDF) ର ପ୍ରମୁଖ ବଦରୁଦ୍ଦିନ ଅଜମଲ ।

Advertisment

ଗତ ୨୦ ତାରିଖରେ ଆସାମର ଗୋଲାପାରା ଜିଲ୍ଲାର ଏକ କଲେଜ ମିଟିଙ୍ଗକୁ ସମ୍ବୋଧିତ କରି ସେ ଏପରି ବୟାନ ଦେଇଛନ୍ତି। ନିଜ ଅଭିଭାଷଣରେ ସେ ମୁସଲିମ୍‌ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଶିକ୍ଷାର ଅଭାବ ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଏପରିକି ଶିକ୍ଷାର ଅଭାବ ଯୋଗୁ ମୁସଲିମ୍‌ ସମ୍ପ୍ରଦାୟ ପିଲା ଅପରାଧରେ ଅଧିକ ସମ୍ପୃକ୍ତ ହେଉଥିବା ମଧ୍ୟ କହିଛନ୍ତି।

ଏଥିସହ ସେ କହିଥିଲେ, ଆଜିର ଯୁଗରେ ଲୋକେ ଜହ୍ନରେ ପାଦ ଥାପୁଛନ୍ତି। କିନ୍ତୁ ଆମେ ଜେଲ୍‌ ଯାଉଛୁ। ପୁଲିସ୍‌ ଷ୍ଟେଶନ ଯାଇ ଦେଖନ୍ତୁ, ସେଠାରେ ଅପରାଧୀ ତାଲିକାରେ ଅଧିକ ମୁସଲିମ୍‌ ସମ୍ପ୍ରଦାୟ ପିଲାଙ୍କ ନାଁ ରହିଛି। ଏଥିସହ ସେ କହିଛନ୍ତି, ଜଣେ ଲୋଭ ଭୋକିଲା ଥିବା ବେଳେ ତାକୁ ପ୍ରେମ ବି ଭଲ ଲାଗେନି।

Advertisment

ବଦରୁଦ୍ଦିନ ଅଜମଲଙ୍କ ଏପରି ବୟାନକୁ ନେଇ ତମ୍ବିତୋଫାନ ଆରମ୍ଭ ହୋଇ ଯାଇଛି। ଏହାକୁ ନେଇ ବିବାଦ ଦେଖାଦେବାରୁ ସଫେଇରେ ସେ କହିଛନ୍ତି, ଦୁନିଆ ସାରା ମୁସଲିମ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଶିକ୍ଷାର ଅଭାବ ପରିଲକ୍ଷିତ ହେଉଛି। ଆମ ସମ୍ପ୍ରଦାୟ ପିଲା ଉଚ୍ଚ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଏପରିକି ବହୁ ପିଲା ଦଶମ ବି ଡେଇଁ ପାରୁ ନାହାନ୍ତି। ପାଠର ମହତ୍ତ୍ୱକୁ ବୁଝାଇବା ପାଇଁ ମୁଁ ଏପରି ମନ୍ତବ୍ୟ ଦେଇଛି।

ଏଥିସହ ସେ କହିଛନ୍ତି, ଝିଅଙ୍କୁ ଖରାପ ଦୃଷ୍ଟିରେ ଦେଖିବା ପୂର୍ବରୁ ଆମେ ଭାବିବା ଉଚିତ ଯେ ଆମ ଘରେ ବି ଝିଅ, ବୋହୂ ଅଛନ୍ତି। ତେଣୁ ଝିଅଙ୍କୁ ସମ୍ମାନ ଦେବା ଆମ ପ୍ରଥମ କାମ । ଏପରି ଭାବିଲେ ଆମ ମୁଣ୍ଡକୁ କେବେ ବି ଖରାପ ଚିନ୍ତାଧାରା ଆସିବ ନାହିଁ।

Assam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe