Advertisment

ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି, ୧୩ ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ

୭୭ଟି ଗାଁ ପାଣି ଘେରରେ ରହିଥିବା ବେଳେ ୨୦୯.୬୭ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି।

ଅଦ୍ୟତନ ହୋଇଛି
Assam Floods

Assam Floods

Advertisment

ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି। ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବ୍ରହ୍ମପୁତ୍ର ନଦୀ। ଫଳରେ ଅନେକ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହେବାରେ ଲାଗିଲାଣି। ୧୩ ଜିଲ୍ଲାର ପ୍ରାୟ ୩୮ ହଜାର ଲୋକେ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ୭୭ଟି ଗାଁ ପାଣି ଘେରରେ ରହିଥିବା ବେଳେ ୨୦୯.୬୭ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି।

Advertisment

ଅନ୍ୟପଟେ ସ୍ଥିତି ମୁକାବିଲା ଲାଗି ପ୍ରସ୍ତୁତ ଥିବା କହିଛନ୍ତି ରାଜ୍ୟ ସରକାର। ନଦୀରେ ପାଣି ବଢ଼ୁଥିବାରୁ ଗୁଆହଟୀ ନିକଟରେ ଜଳମଗ୍ନ ହୋଇଗଲାଣି ତଳିଆ ଅଞ୍ଚଳ। ବୁଡ଼ିଗଲାଣି ରାସ୍ତାଘାଟ। ପାଣି ଘେରରେ ରହିଛି କନଷ୍ଟ୍ରକ୍ସନ ସାଇଟ୍। ବ୍ରହ୍ମପୁତ୍ର ନଦୀ ମଝିରେ ଥିବା ଭଗବାନ ବିଷ୍ଣୁଙ୍କର ଅନନ୍ତ ଶୟନ ମୂର୍ତ୍ତି ମଧ୍ୟ ବୁଡ଼ିବାକୁ ବସିଲାଣି। ଖାଲି ଗୁଆହାଟୀ କାହିଁକି, ଆସାମର ଅନେକ ଜିଲ୍ଲାରେ ତଳିଆ ଅଞ୍ଚଳରେ ପଶିଲାଣି ବ୍ରହ୍ମପୁତ୍ର ନଦୀର ପାଣି।

ଆସାମର ଢେମଜି ଜିଲ୍ଲାର ଅନେକ ଗାଁରେ ଲହଡି ଭାଙ୍ଗୁଛି ବନ୍ୟା ପାଣି। ଘରେ ପାଣି ପଶିବା ପରେ ଲୋକେ ଘର ଛାଡି ନଦୀ ବନ୍ଧରେ ଅସ୍ଥାୟୀ କୁଡ଼ିଆ କରି ଆଶ୍ରୟ ନେଇଛନ୍ତି। ଲକ୍ଷ୍ମୀପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟ ବନ୍ୟା ପାଣି ଗାଁରେ ପ୍ରବେଶ କଲାଣି। ଘରଦ୍ୱାର ବୁଡିବାକୁ ବସିଥିବା ବେଳେ ଲୋକେ ଏବେ ଆଶ୍ରୟ ଲାଗି ଜାଗା ଖୋଜୁଛନ୍ତି। 

Advertisment

ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଲାଗି ସେନା ବାହିନୀ, ଏୟାରଫୋର୍ସ ଏବଂ ଏନଡିଆରଏଫ୍ ସମେତ ବିଭିନ୍ନ ସଂସ୍ଥା ପ୍ରସ୍ତୁତ ରହିଛନ୍ତି।

Assam Flood In Assam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe