Advertisment

ଉବୁଟୁବୁ ଆସାମ, ୩୮ ମୃତ

ବନ୍ୟା ଯୋଗୁ ୨୮ ଟି ଜିଲ୍ଲାର ୧୧.୩୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

Assam Flood

Assam Flood

Advertisment

ଉବୁଟୁବୁ ଆସାମ। ଜୁଆଡ଼େ ଚାହିଁବ ସିଆଡ଼େ କେବଳ ପାଣ ଆଉ ପାଣି। ପ୍ରବଳ ବର୍ଷା ଯୋଗୁ ଏଠାରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ୩୮ ଜଣଙ୍କ ଜୀବନ ଗଲାଣି।

Advertisment

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଏଥିପାଇଁ ସେଠାରେ ବିପର୍ଯ୍ୟସ୍ତ ସ୍ଥିତି ଉପୁଜିଛି। ପ୍ରବଳ ବର୍ଷା ହେତୁ ଉତ୍ତର-ପୂର୍ବର ନଦୀଗୁଡ଼ିକରେ ପାଣିସ୍ତର ବିପଦ ସଙ୍କେତ ଡେଇଁଛି। ଯେଉଁଥିପାଇଁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସବୁଠାରୁ ଖରାପ ଅବସ୍ଥା ଆସାମର ଅଛି। ଯେଉଁଠାରେ ବନ୍ୟା ସବୁଠୁ ଅଧିକ ବିପଦ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଆସାମରେ ବନ୍ୟା ଯୋଗୁଁ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ବନ୍ୟା ଜଳରେ ବୁଡ଼ି ୩ ଜଣ ପ୍ରାଣ ହରାଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ଅନୁସାରେ (ASDMA) ଜୁଲାଇ ୨ରେ ତିନସୁକିଆ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଧମାଜୀ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ମଙ୍ଗଳବାର ଦିନ ରାଜ୍ୟରେ ବନ୍ୟା ପରିସ୍ଥିତି ଗୁରୁତର ହୋଇପଡିଛି, ଯେଉଁଥିପାଇଁ ୨୮ ଟି ଜିଲ୍ଲାର ୧୧.୩୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। କେବଳ ଲକ୍ଷ୍ମୀପୁର ଜିଲ୍ଲାରେ ସମୁଦାୟ ୧,୬୫୩୧୯ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରାୟ ୨.୮୭ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳରେ ରଖାଯାଇଛି। ସେହିପରି ବନ୍ୟା ଯୋଗୁ ଅନେକ ଚାଷ ଜମି ମଧ୍ୟ ନଷ୍ଟ ହୋଇଛି।

ସେପଟେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଜଙ୍ଗଲର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ଫଳରେ ଏଣେତେଣେ ଦୌଡ଼ିବାକୁ ଲାଗିଛନ୍ତି ବନ୍ୟପ୍ରାଣୀ। ବନ୍ୟାରେ ଭାସିଯାଇ ୪ଟି ହରିଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବିଶେଷ କରି ହରିଣମାନଙ୍କୁ ଶୁଖିଲା ଏବଂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ପୂର୍ବ ଆସାମ ୱାଇଲ୍ଡଲାଇଫ୍ ଡିଭିଜନରେ ଥିବା ୨୩୩ଟି କ୍ୟାଂପ ମଧ୍ୟରୁ ୧୬୭ଟି କ୍ୟାଂପ ଜଳମଗ୍ନ ହୋଇସାରିଥିବା କାଜିରଙ୍ଗା ଜାତୀୟ ଉଦ୍ୟାନ ଡିଏଫଓ କହିଛନ୍ତି।

ଜୀବଜନ୍ତୁମାନେ ବନ୍ୟାରୁ ରକ୍ଷା ପାଇବା ଲାଗି ରାସ୍ତାକୁ ଚାଲିଆସୁଥିବା ଦେଖିବାକୁ ମିଳିଛି। ରାସ୍ତାରେ ଯେପରି କୌଣସି ଅଘଟଣ ନଘଟେ ସେଥିଲାଗି ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଛି। ପ୍ରଭାବିତ ଅଞ୍ଚଳରେ ଗାଡ଼ିର ବେଗକୁ ନିୟନ୍ତ୍ରଣ କରାଯାଇଥିବା ଡିଏଫଓ କହିଛନ୍ତି।

Assam Rain Assam Flood Deth Toll In Assam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe