Advertisment

ବହୁ ବିବାହ ପ୍ରଥାକୁ ବ୍ୟାନ କରିବେ ଆସାମ ସରକାର!

ଏହାର ଆଇନଗତ ଦିଗର ତର୍ଜମା କରିବା ପାଇଁ ରାଜ୍ୟ ସରକାର ବିଶେଷଜ୍ଞମାନଙ୍କୁ ନେଇ ଗୋଟିଏ କମିଟି ଗଠନ କରିବେ।

Assam

Assam

Advertisment

ବହୁ ବିବାହ ପ୍ରଥା ଉପରେ ରୋକ ଲଗାଇବେ ଆସାମ ସରକାର। ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜ୍ୟରେ ଜାରି ରହିଥିବା ବହୁ ବିବାହ ପ୍ରଥା ଉପରେ ବ୍ୟାନ ଲଗା ଯାଇ ପାରିବ କି ନାହିଁ, ତା’ର ସମୀକ୍ଷା ସରକାର କରିବେ ବୋଲି କହିଛନ୍ତି। ଏହାର ଆଇନଗତ ଦିଗର ତର୍ଜମା କରିବା ପାଇଁ ରାଜ୍ୟ ସରକାର ବିଶେଷଜ୍ଞମାନଙ୍କୁ ନେଇ ଗୋଟିଏ କମିଟି ଗଠନ କରିବେ। ଏହି ବିଶେଷଜ୍ଞ କମିଟି ରାଜ୍ୟ ସରକାର ବହୁ ବିବାହ ପ୍ରଥା ଉପରେ ରୋକ ଲଗାଇବାକୁ ସକ୍ଷମ କି ନୁହେଁ, ସେ ସମ୍ପର୍କରେ ପରାମର୍ଶ ଦେବେ।

Advertisment

ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ଟ୍ୱିଟ କରି କହିଛନ୍ତି ଯେ “ବହୁ ବିବାହ ପ୍ରଥାକୁ ରାଜ୍ୟ ବିଧାନସଭା ବ୍ୟାନ କରିପାରିବ କି ନାହିଁ, ତା’ ଉପରେ ବିଚାର କରିବା ପାଇଁ ଆସାମ ସରକାର ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି କମିଟି ମୁସଲିମ ପର୍ସନାଲ ଲ’(ଶରିଆତ) ଆଇନ ୧୯୩୭ରେ ଥିବା ବ୍ୟବସ୍ଥାର ଅନୁଧ୍ୟାନ କରିବ। ଏହି କମିଟି ସବୁ ଅଂଶୀଦାରଙ୍କ ସହ ଆଲୋଚନା କରିବ।”

Advertisment

ମୁସଲିମ ଧର୍ମରେ ଥିବା ବହୁ ବିବାହ ପ୍ରଥ ଓ ନିକାହ ହଲାଲ ପ୍ରଥାର ସାମ୍ବିଧାନିକ ବୈଧତା ‌ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ୫ ଜଣିଆ ସାମ୍ବିଧାନିକ ବେଞ୍ଚ ଗଠନ କରିଛନ୍ତି। ଏହାପରେ ହିଁ ହିମନ୍ତ ବିଶ୍ୱଶର୍ମା ଏପରି କହିଛନ୍ତି।

Supreme Court Assam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe