Advertisment

ନାବାଳିକା ଗଣଦୁଷ୍କର୍ମ ମାମଲା: ସିନ୍‌ ରିକ୍ରିଏଟ୍‌ ବେଳେ ପୋଖରୀକୁ ଡେଇଁଲା ଅଭିଯୁକ୍ତ

ପ୍ରାୟ ଦୁଇ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ଅଭିଯୁକ୍ତର ମୃତଦେହକୁ ପାଣିରୁ ଉଦ୍ଧାର କରିଛନ୍ତି।

Accused Dies

Accused Dies

Advertisment

ଆସାମର ନାବାଳିକା ଗଣଦୁଷ୍କର୍ମ ମାମଲାରେ ପ୍ରାଣ ହରାଇଲା ଅଭିଯୁକ୍ତ। କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ ବେଳେ ହେଲା ମୃତ୍ୟୁ। ଖସି ପଳାଇବାକୁ ଚେଷ୍ଟା କରି ପୋଖରୀକୁ ଡେଇଁ ଅଭିଯୁକ୍ତ ଜଣକ ପ୍ରାଣ ହରାଇଥିବା ସୂଚନା ମିଳିଛି।

Advertisment

ଆସାମରେ ନିକଟରେ ଜଣେ ୧୪ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗତକାଲି ତିନିଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ତଫଜୁଲ ଇସଲାମଙ୍କୁ ଗିରଫ କରିଥିଲା ପୁଲିସ। ଆଜି ଭୋର ୪ ଟା ବେଳେ ତାକୁ କ୍ରାଇମ ସ୍ପଟ୍‌କୁ ନିଆଯାଇ ସିନ୍‌ ରିକ୍ରିଏଟ୍‌ କରାଯାଉଥିଲା।

ଏହି ସମୟରେ ପୁଲିସ ହେପାଜତରୁ ଖସିଯିବାକୁ ଚେଷ୍ଟା କରିଥିଲା ତଫଜୁଲ। ନିକଟରେ ଥିବା ପୋଖରୀକୁ ସେ ଡେଇଁ ପଡିଥିଲା। ସେ ବୁଡ଼ିଯିବାର ସମ୍ଭାବନା ଥିବାରୁ ପୁଲିସ ତୁରନ୍ତ ପୋଖରୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ପ୍ରାୟ ଦୁଇ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ଇସଲାମର ମୃତଦେହକୁ ପାଣିରୁ ଉଦ୍ଧାର କରିଛନ୍ତି।

Advertisment

ତଦନ୍ତ ପରେ ପୁଲିସ ଶୁକ୍ରବାର ଦିନ ଇସଲାମକୁ ଗିରଫ କରିଥିଲା। ଏହି ଗଣଦୁଷ୍କର୍ମରେ ସମ୍ପୃକ୍ତ ତୃତୀୟ ଅଭିଯୁକ୍ତ ଭାବେ ସେ ଚିହ୍ନଟ ହୋଇଥିଲା। ଅନ୍ୟପକ୍ଷରେ ଏହି ସାମଲାରେ ସମ୍ପୃକ୍ତ ଅନ୍ୟ ଦୁଇ ଅପରାଧୀଙ୍କୁ ପୁଳିସ ଖୋଜାଖୋଜି ଜାରି ରଖିଛି। ଖୁବଶୀଘ୍ର ଉଭୟଙ୍କୁ ଗିରଫ କରାଯିବ ବୋଲି ନାଗାଓଁ ଏସ୍‌ପି କହିଛନ୍ତି।

ସୂଚନା ମୁତାବକ, ଅଗଷ୍ଟ ୨୨ ତାରିଖ ଗୁରୁବାର ରାତି ୮ଟାରେ ଟ୍ୟୁସନରୁ ଫେରୁଥିବା ବେଳେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ତିନି ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ବାଇକ୍‌ରେ ଆସି ନାବାଳିକାଙ୍କୁ ଘେରି ନେଇଥିଲେ। ପରେ ତାକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପୋଖରୀ ନିକଟରେ ଥିବା ରାସ୍ତା କଡରେ ଛାଡି ପଳାଇଥିଲେ। ଏହାପରେ ସ୍ଥାନୀୟ ନାବାଳିକାଙ୍କୁ ଏଭଳି ଅବସ୍ଥାରେ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପରେ ପୀଡିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେପଟେ ଏହି ମାମଲା ସାମ୍ନାକୁ ଆସବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ରାସ୍ତାକୁ ଓହ୍ଲାଇ ଲୋକେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଛାତ୍ର ସଙ୍ଗଠନ ବନ୍ଦ ଡାକରା ଦେଇଥିବା ବେଳେ ଦୋକାନ ବଜାର ବନ୍ଦ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି।

Assam Accused Dies Minor Girl Rape Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe