Advertisment

ସହକର୍ମୀଙ୍କ ଉପରକୁ ଗୁଳି କଲେ ଆସାମ ରାଇଫଲ୍ସର ଜଣେ ଯବାନ, ୬ ଆହତ

ଯବାନ ଜଣକ ସହକର୍ମୀମାନଙ୍କୁ ଗୁଳି ମାରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

Assam Rifles jawan fires at colleagues

Assam Rifles jawan fires at colleagues

Advertisment

ସହକର୍ମୀଙ୍କ ଉପରକୁ ଗୁଳି କଲେ ଆସାମ ରାଇଫଲ୍ସର ଜଣେ ଯବାନ। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯବାନ ଜଣକ ତାଙ୍କ ସହକର୍ମୀମାନଙ୍କୁ ଗୁଳି ମାରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

Advertisment

ମଣିପୁର ପୁଲିସର ସୂଚନା ମୁତାବକ, ଦକ୍ଷିଣ ମଣିପୁରର ଇଣ୍ଡୋ-ମିଆଁମାର ସୀମା ନିକଟରେ ଥିବା ଏକ ବାଟାଲିୟନ କ୍ୟାମ୍ପରେ ଆସାମ ରାଇଫଲ୍ସ ଜଣେ ଯବାନ ତାଙ୍କ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ଏଥିରେ ଆହତ ହୋଇଥିବା ସମସ୍ତ ୬ ଜଣ ସୈନିକ ମଣିପୁରର ବାସିନ୍ଦା ନୁହନ୍ତି ବୋଲି ଜଣାପଡିଛ।

ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାବାହିନୀ ସହାୟତାରେ ଆହତମାନଙ୍କୁ ମିଲିଟାରୀ ଡାକ୍ତରଖାନା ନିଆଯାଇଛି। ଗୁଳି ଚଳାଇବା ପାଇଁ ବ୍ୟବହୃତ ରାଇଫଲକୁ ଜବତ କରାଯାଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି। ଆସାମ ରାଇଫଲ୍ସ ସୈନିକ କାହିଁକି ଏହି ଅପରାଧ କରିଛନ୍ତି ତାହାକୁ ଯାଞ୍ଚ କରିବା ପାଇଁ ତାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରାଯିବ।

Advertisment

ବୁଧବାର ସକାଳେ ଏହି ଘଟଣା ପରେ ଆସାମ ରାଇଫଲ୍ସ ଦ୍ୱାରା ସ୍ପଷ୍ଟ କରାଯାଇଥିଲା ଯେ ରାଜ୍ୟରେ ଚାଲିଥିବା ହିଂସା ସହିତ ଏହି ପ୍ରସଙ୍ଗର କୌଣସି ଜଡିତ ନାହିଁ। ଏହି ଘଟଣା ଦକ୍ଷିଣ ମଣିପୁରର ମିଆଁମାର ସୀମା ନିକଟରେ ନିୟୋଜିତ ଆସାମ ରାଇଫଲ୍ସ ବାଟାଲିୟନରେ ଘଟିଛି। ଗୁଳି ମାଡ଼ କରିଥିବା ଯବାନ ଜଣକ ନିକଟରେ ଚୁରାଚାନ୍ଦ ସ୍ଥିତ ନିଜ ଘରୁ ଛୁଟି ବିତାଇ ଫେରିଥିବା କୁହାଯାଉଛି।

Manipur India Myanmar Border Assam Rifles Jawan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe