Advertisment

କ୍ୟାନସରରେ ଚାଲିଗଲେ ପତ୍ନୀ, ଆଇସିୟୁ ଭିତରେ ନିଜକୁ ଗୁଳି କରିଦେଲେ ଗୃହ ସଚିବ

ପତ୍ନୀଙ୍କ ମୃତ୍ୟୁ ଖବର ଶୁଣି ହସ୍ପିଟାଲ ଭିତରେ ହିଁ ନିଜକୁ ଗୁଳି କରି ଜୀବନ ହାରିଛନ୍ତି ଆସାମ ସରକାରରେ ଗୃହ ସଚିବ ଭାବେ କାମ କରୁଥିବା ବରିଷ୍ଠ ଆଇପିଏସ ଅଧିକାରୀ।

ଅଦ୍ୟତନ ହୋଇଛି
assam

assam

Advertisment

ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିବା ପତ୍ନୀ ହସ୍ପିଟାଲ ବେଡରେ ଆଖି ବୁଜିଲେ। ଏହାକୁ କିନ୍ତୁ ସହ୍ୟ କରି ପାରିଲେ ନାହିଁ ସ୍ୱାମୀ। ପତ୍ନୀଙ୍କ ମୃତ୍ୟୁ ଖବର ଶୁଣି ହସ୍ପିଟାଲ ଭିତରେ ହିଁ ନିଜକୁ ଗୁଳି କରି ଜୀବନ ହାରିଛନ୍ତି ଆସାମ ସରକାରରେ ଗୃହ ସଚିବ ଭାବେ କାମ କରୁଥିବା ବରିଷ୍ଠ ଆଇପିଏସ ଅଧିକାରୀ। ଗୁହାଟୀରେ ଥିବା ଗୋଟିଏ ହସ୍ପିଟାଲରେ ଆସାମର ଗୃହ ସଚିବ ସିଲାଦିତ୍ୟ ଛେତିଆ ଆତ୍ମହତ୍ୟା କରିଛନ୍ତି।

Advertisment

୨୦୦୯ ବ୍ୟାଚ୍‌ର ଆଇପିଏସ ଅଫିସର ସିଲାଦିତ୍ୟଙ୍କ ପତ୍ନୀ କ୍ୟାନସରରେ ପୀଡ଼ିତ ହୋଇ ଗୁହାଟୀର ଗୋଟିଏ ହସ୍ପିଟାଲର ଆଇସିୟୁରେ ଥିଲେ। ତେବେ ତାଙ୍କର ଆଜି ମୃତ୍ୟୁ ହୋଇଥିଲା। ଏହି ଖବର ଶୁଣିବା ମାତ୍ରେ ଆଇସିୟୁ ଭିତରେ ହିଁ ସିଲାଦିତ୍ୟ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଦେଇଥିଲେ। ଘଟଣାସ୍ଥଳରେ  ତାଙ୍କର ମୃତ୍ୟୁ ଘଟିଛି।

ସିଲାଦିତ୍ୟଙ୍କ ପତ୍ନୀ କାରସିନୋମାର ୪ର୍ଥ ଷ୍ଟେଜରେ ଥିଲେ। ଏଥିପାଇଁ ତାଙ୍କୁ ବେଶ କିଛି ଦିନ ଧରି ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ପତ୍ନୀଙ୍କ ଅସୁସ୍ଥତା ପାଇଁ ସିଲାଦିତ୍ୟ ୪ ମାସ ହେଲା ଛୁଟିରେ ରହିଥିଲେ। ଏସବୁ ଭିତରେ ଏତେ ବଡ଼ ଘଟଣା ଘଟିଛି।

Advertisment

ଆସାମର ତିନସୁକିଆ ଓ ସୋନିତପୁର ଜିଲ୍ଲାର ଏସ୍‌ପି ଭାବେ ସିଲାଦିତ୍ୟ କାର୍ଯ୍ୟ କରିଥିଲେ। ଗୃହ ସଚିବ ଭାବେ କାର୍ଯ୍ୟ କରିବା ପୂର୍ବରୁ ସେ ଆସାମ ପୁଲିସ୍‌ ୪ର୍ଥ ବାଟାଲିଅନର କମାଣ୍ଡାଣ୍ଟ ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳିଥିଲେ।

ଆସାମ ଡିଜିପି ଜିପି ସିଂହ କହିଛନ୍ତି, “ଗୋଟିଏ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ୨୦୦୯ ବ୍ୟାଚ୍‌ର ଆଇପିଏସ୍‌ ତଥା ଆସାମ ସରକାରରେ ଗୃହ ସଚିବ ଥିବା ସିଲାଦିତ୍ୟ ଛେତିଆ ଆଜି ସନ୍ଧ୍ୟାରେ ନିଜ ଜୀବନ ନେଇ ଯାଇଛନ୍ତି। ତାଙ୍କ ପତ୍ନୀଙ୍କୁ ଡାକ୍ତର ମୃତ ଘୋଷଣା କରିବାର କିଛି ମିନିଟ ପରେ ସେ ଏପରି ପଦକ୍ଷେପ ନେଇଛନ୍ତି। ପୂରା ଆସାମ ପୁଲିସ୍‌ ପରିବାର ଆଜି ଦୁଃଖରେ ରହିଛି।”

ପତ୍ନୀଙ୍କ ଅସୁସ୍ଥତା କାରଣରୁ ସିଲାଦିତ୍ୟ ମାନସିକ ଚିନ୍ତାରେ ରହୁଥିଲେ। ସେ ଦୀର୍ଘ ମାସ ହେଲା ହସ୍ପିଟାଲରେ ରହି ପତ୍ନୀଙ୍କ ସେବା କରୁଥିଲେ।

Suicide Assam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe