Advertisment

ଆରଆରବି ପରୀକ୍ଷା ପାଇଁ ଆସାମରୁ ଦିଲ୍ଲୀ ଆସିଥିଲେ, କିନ୍ତୁ ଉତ୍ତରାଖଣ୍ଡରୁ ମିଳିଲା ମୃତଦେହ

ସେ ଜୁନ ୫ରେ ଦିଲ୍ଲୀରେ ପହଞ୍ଚିଥିଲେ। ସନ୍ଧ୍ୟାରେ ମା’ଙ୍କ ସହ କଥା ହେବା ସହ ଟ୍ରେନ ଯୋଗେ ଆସାମ ଫେରିବେ ବୋଲି କହିଥିଲେ।

Rasmita Hojai

Rasmita Hojai

Advertisment

ବିଗତ ୫ ଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀରୁ ନିଖୋଜ ହୋଇଯାଇଥିବା ୨୦ ବର୍ଷୀୟ ଆସାମ ଯୁବତୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉତ୍ତରାଖଣ୍ଡରୁ ମିଳିଛି। ଆସାମର ଦିମା ହାସାଓ ଜିଲ୍ଲାର ସୋନତିଲା ହୋଜାଇ ଗାଁରେ ରହୁଥିବା ୨୦ ବର୍ଷୀୟ ରଶ୍ମିତା ହୋଜାଇ ନିକଟରେ ରେଳବାଇ ନିଯୁକ୍ତି ବୋର୍ଡ ବା ଆରଆରବି ପରୀକ୍ଷା ଦେବାକୁ ଦିଲ୍ଲୀ ଆସିଥିଲେ।

Advertisment

ସେ ଜୁନ ୫ରେ ଦିଲ୍ଲୀରେ ପହଞ୍ଚିଥିଲେ। ସନ୍ଧ୍ୟାରେ ମା’ଙ୍କ ସହ କଥା ହେବା ସହ ଟ୍ରେନ ଯୋଗେ ଆସାମ ଫେରିବେ ବୋଲି କହିଥିଲେ। କିନ୍ତୁ ଜୁନ ୫ ସନ୍ଧ୍ୟାରୁ ତାଙ୍କ ସହ ପରିବାର ଲୋକଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସେବେଠାରୁ ତାଙ୍କୁ ଖୋଜା ଚାଲିଥିବା ବେଳେ ସୋମବାର ତାଙ୍କ ମୃତଦେହ ଉତ୍ତରାଖଣ୍ଡରୁ ମିଳିଛି।

ସୂତ୍ର ଅନୁସାରେ, ଯୁବତୀଙ୍କ ସହ ଶେଷଥର ପାଇଁ ୨ ଜଣଙ୍କୁ ଦେଖିବାକୁ ମିଳିଥିଲା। ସେମାନେ ଉତ୍ତରାଖଣ୍ଡର ଶିବପୁରୀ ପୁଲିସ ଷ୍ଟେସନରେ ରଶ୍ମିତାଙ୍କ ନିଖୋଜ ସଂକ୍ରାନ୍ତରେ ପ୍ରଥମେ ଖବର ଦେଇଥିଲେ। ପୌରୀ ସ୍ଥିତ ଗଙ୍ଗା ନଦୀରେ ଗାଧୋଉ ଥିବା ବେଳେ ରଶ୍ମିତା ଭାସି ଯାଇଥିବା ସେମାନେ ପୁଲିସକୁ ଜଣାଇଥିଲେ। ସେମାନଙ୍କ ଅଭିଯୋଗ ପରେ ପୁଲିସ୍‌ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

Advertisment

ଏହି ସମୟରେ ପୌରୀ ସ୍ଥିତ ଗଙ୍ଗା କୂଳରୁ ରଶ୍ମିତାଙ୍କ ମୃତଦେହ ମିଳିଛି। ଉତ୍ତରାଖଣ୍ଡ ପୁଲିସ୍‌ ମୃତଦେହକୁ ଜବତ କରିଥିଲେ ହେଁ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ କିଛି ବି କହିନାହିଁ। ରଶ୍ମିତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣି ଘଟଣାର ତଦନ୍ତ ଦାବି କରିଛନ୍ତି।

ପୁଲିସ୍‌ରେ ପ୍ରଥମେ ରଶ୍ମିତାଙ୍କ ନିଖୋଜ ସମ୍ପର୍କରେ ଦିଲ୍ଲୀର ହେମନ୍ତ ଶର୍ମା ଓ ହରିୟାଣର ପଙ୍କଜ କୋକର ଅଭିଯୋଗ କରିଥିଲେ। ଏବେ ପୁଲିସ୍‌ ଉଭୟଙ୍କୁ ଅଟକ ରଖି ଜେରା କରୁଛି। ହେମନ୍ତ ଓ ପଙ୍କଜଙ୍କୁ ଶେଷ ଥର ପାଇଁ ରଶ୍ମିତାଙ୍କ ସହ ଦେଖିବାକୁ ମିଳିଥିଲା। ସେମାନେ ସମ୍ଭବତଃ ଦିଲ୍ଲୀରୁ ପରୀକ୍ଷା ଦେବା ପରେ ଉତ୍ତରାଖଣ୍ଡ ଯାଇଥିବା କୁହାଯାଉଛି। ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ କରୁଛି। 

Assam Crime Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe