Advertisment

ପରପୁରୁଷ ପ୍ରେମ ନିଆଁରେ ଜଳି ସ୍ୱାମୀ, ଶାଶୂଙ୍କ ଜୀବନ ପାଉଁଶ କରିଦେଲା ବନ୍ଦନା

ସ୍ୱାମୀ ଥାଉ ଥାଉ ପରଦେଶୀ ପ୍ରେମରେ ପଡ଼ିଥିବା ଜଣେ ମହିଳା ସବୁକିଛି ଭୁଲିଯାଇଥିଲେ।

author-image
Tapas Behera
ଅଦ୍ୟତନ ହୋଇଛି
Woman Kills Husband

Woman Kills Husband

ପାଗଳ କଲା ପରପରୁଷ। ସ୍ୱାମୀ ଥାଉ ଥାଉ ପରଦେଶୀ ପ୍ରେମରେ ପଡ଼ିଥିବା ଜଣେ ମହିଳା ସବୁକିଛି ଭୁଲିଯାଇଥିଲେ। କିନ୍ତୁ ବାଟରେ କଣ୍ଟା ସାଜିଥିଲେ ସ୍ୱୀ।ମୀ। ପ୍ରେମିକର ପ୍ରେମ ନିଆଁରେ ଜଳିବା ପରେ ସ୍ୱାମୀ ଜୀବନକୁ ପାଉଁଶ କରିବାକୁ ନିଷ୍ପତ୍ତି ନେଇଥିଲେ। ଖାଲି ସେତିକି ନୁହଁ ନିଜ ପ୍ରେମକୁ ପାଇବା ପାଇଁ ବାଧକ ସାଜିଥିବା ଶାଶୂକୁ ମଧ୍ୟ ସବୁ ଦିନ ପାଇଁ ନିଜ ରାସ୍ତାରୁ ସଫା କରିଦେଇଛନ୍ତି। ଉଭୟ ସ୍ୱାମୀ ଓ ଶାଶୂକୁ ମାରି ବହୂ ଫ୍ରିଜରେ ରଖିବା ଚର୍ଚ୍ଚାର ବିଷୟ ପାଲଟିଛି। ପରକିୟା ପ୍ରୀତିର ପରିଣତି କେତେ ଭୟଙ୍କର ହୋଇପାରେ ଆସାମ ଗୌହାଟୀର ନୁନ୍‌ମତି ଅଞ୍ଚଳରେ ତାର ଉଦାହରଣ ଦେଖିବାକୁ ମିଳିଛି । ଅଭିଯୁକ୍ତ ପତ୍ନୀ ହେଉଛନ୍ତି ବନ୍ଦନା କଲିତା। ହତ୍ୟାକାଣ୍ଡରେ ସ୍ୱାମୀ ଅମର ଜ୍ୟୋତି ଦେ ଓ ଶାଶୁ ଶଙ୍କରଦେବୀ ଶିକାର ହୋଇଛନ୍ତି।

Advertisment

ହତ୍ୟାପରେ ମୃତ ଦେହକୁ ଫ୍ରିଜ୍‌ରେ ରଖିଥିଲେ। ୩ ଦିନ ପରେ ଉଭୟଙ୍କ ମୃତ ଦେହକୁ ନିଜ ଘର ଠାରୁ ଦେଢ଼ଶହ କିମି ଦୂର ନେଇ ମେଘାଳୟର ଚେରାପୁଞ୍ଜିରେ ଫିଙ୍ଗିଥିଲେ। ଏ ସବୁ କାମରେ ବନ୍ଦନାଙ୍କୁ ତାଙ୍କ ପ୍ରେମିକ ହିଁ ସାହାଯ୍ୟ କରିଥିଲେ। ଗତବର୍ଷ ଅଗଷ୍ଟ ୧୭ରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଚଳିତ ବର୍ଷ ଫେବୃଆରୀ ୧୯ରେ ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ବୋହୂ ଅପରାଧ ସ୍ୱୀକାର କରିଥିବା ସୂଚନା ମିଳିଛି। ବନ୍ଦନା ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲେ । ପରେ ଏହାକୁ ବାହାରେ ଫିଙ୍ଗିଥିଲେ।

ଅଗଷ୍ଟ ୧୭ରେ ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା ପରେ ଭଡ଼ା ଘରୁ ବାହାରକୁ ଯାଇଥିଲେ ବନ୍ଦନା । ପରେ ଅଗଷ୍ଟ ୨୧ରେ ଘରକୁ ଆସି ସଫାସୁତୁରା କରିଥିଲେ। ଫ୍ରିଜ୍‌ରୁ ମୃତଦେହ ଖଣ୍ଡ ଗୁଡ଼ିକୁ ନେଇ ମେଘାଳୟର ଦ୍ୱାକି ଟାଉନରେ ଫିଙ୍ଗିଥିଲେ। ଏଥିପାଇଁ ତାଙ୍କୁ ତାଙ୍କର ପାର୍ଟନର ଓ ଜଣେ ସାଙ୍ଗ ସାହାଯ୍ୟ କରିଥିଲେ ବୋଲି ବନ୍ଦନା କହିଛନ୍ତି।

Advertisment
Murder India Assam Love Betrayal