ଯୁବ କଂଗ୍ରେସ ମୁଖିଆଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଅଙ୍ଗକିତା ଦତ୍ତ

ଅଙ୍ଗକିତା ହେଉଛନ୍ତି ତରୁଣ ଗୋଗୋଇ ସରକାରରେ ମନ୍ତ୍ରୀ ଭାବେ କାମ କରିସାରିଥିବା ଅଞ୍ଜନ ଦତ୍ତଙ୍କ ଝିଅ। ଏବେ ଅଙ୍ଗକିତା ସିଧାସଳଖ ଯୁବ କଂଗ୍ରେସର ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

Congress PhotoTwitter

ବାମରୁ ଅଙ୍ଗିକତା ଓ ଶ୍ରୀନିବାସ

Hemant Lenka
  • Published: Tuesday, 18 April 2023
  • Updated: 18 April 2023, 08:19 PM IST

Sports

Latest News

ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଆସାମ ଯୁବ କଂଗ୍ରେସର ସଭାପତି ଅଙ୍ଗକିତା ଦତ୍ତ ଖୋଲାଖୋଲି ଭାବେ ଶ୍ରୀନିବାସଙ୍କ ବିରୋଧରେ ପ୍ରତାରଣା ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଅଙ୍ଗକିତା ହେଉଛନ୍ତି ତରୁଣ ଗୋଗୋଇ ସରକାରରେ ମନ୍ତ୍ରୀ ଭାବେ କାମ କରିସାରିଥିବା ଅଞ୍ଜନ ଦତ୍ତଙ୍କ ଝିଅ। ଏବେ ଅଙ୍ଗକିତା ସିଧାସଳଖ ଯୁବ କଂଗ୍ରେସର ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ସେ ଆଜି ଏକାଧିକ ଟ୍ୱିଟ କରି ପ୍ରିୟଙ୍କା ଗାନ୍ଧି ଓ ତାଙ୍କ ଭାଇ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଅଭିଯୋଗ ସତ୍ତ୍ୱେ ଶ୍ରୀନିବାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରତାରଣା ଓ ନିର୍ଯାତନା ସମ୍ପର୍କରେ ଅଙ୍ଗକିତା ବାରମ୍ବାର ରାହୁଲ ଓ ପ୍ରିୟଙ୍କାଙ୍କୁ ଜଣାଇଥିଲେ ମଧ୍ୟ ଶ୍ରୀନିବାସଙ୍କ ବିରୋଧରେ ତଦନ୍ତ ପାଇଁ କୌଣସି ପ୍ରକାରର କମିଟି ଗଠନ କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଆଇୱାଇସି ସଭାପତି ଶ୍ରୀନିବାସ ବିଭି ନିୟମିତ ଭାବେ ମୋତେ ହଇରାଣ କରିଛନ୍ତି ଓ ମୋ ସହ ଲିଙ୍ଗଗତ ପାତରଅନ୍ତର କରିଥିଲେ। ମୋ ମୂଲ୍ୟବୋଧ ଓ ଶିକ୍ଷା ମୋତେ ଆଉ ସହ୍ୟ କରିବାକୁ ଅନୁମତି ଦେଉନି। ଅନେକ ଥର ବରିଷ୍ଠ ନେତୃବୃନ୍ଦଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ବଧିର ଭଳି ବ୍ୟବହାର କରୁଛନ୍ତି।

ଶ୍ରୀନାବାସଙ୍କ ବିରୋଧରେ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରି ମୁଁ ବେଶ କିଛି ମାସ ଚୁପ ରହିଥିଲି। କିନ୍ତୁ ଏବେ ଲାଗୁଛି, ସେମାନେ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଶ୍ରୀନିବାସ ନିଜର ପିଆର କାମର ଆଳରେ ସବୁ ପ୍ରକାରର ଭୁଲକୁ ଘୋଡ଼ାଇ ଦେଉଛନ୍ତି। ଜଣେ ପ୍ରତାରକ ଓ ଅରାଜକାବାଦୀ କେମିତି ଯୁବ କଂଗ୍ରେସର ସର୍ବଭାତୀୟ ସ୍ତରରେ ନେତୃତ୍ୱ ନେବେ?

ପ୍ରତିଥର ସେ କେମିତି ଜଣେ ମହିଳାଙ୍କୁ ପ୍ରତାଡ଼ିତ ଓ ନିଚା କରି ଦେଖାପାରିବେ? ପ୍ରିୟଙ୍କା ଗାନ୍ଧିଙ୍କ ‘ଲଡକି ହୁ, ଲଡ ଶକ୍ତି ହୁ’ ନାରା କୁଆଡ଼େ ଗଲା?” ସେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ କେସି ଭେନୁଗୋପାଳଙ୍କୁ ମଧ୍ୟ ନିଜର ଟ୍ୱିଟ ଟ୍ୟାଗ କରିଛନ୍ତି।

ଅଙ୍ଗକିତା ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ଉପରେ ତାଙ୍କର ଯଥେଷ୍ଟ ଭରସା ଥିଲା। ଭାରତ ଯୋଡ଼ୋ ଯାତ୍ରା ଜମ୍ମୁରେ ପହଞ୍ଚିବା ବେଳେ ସେ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇଥିଲେ। କିନ୍ତୁ କିଛି ଫଳ ମିଳି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଅଙ୍ଗକିତା କହିଛନ୍ତି, “ରାହୁଲ ଗାନ୍ଧିଙ୍କ ଉପରେ ମୋର ଯଥେଷ୍ଟ ଭରସା ଥିଲା। ଭାରତ ଯୋଡ଼ୋ ଯାତ୍ରା ଜମ୍ମୁରେ ଚାଲିଥିବା ବେଳେ ମୁଁ ରାହୁଲ ଗାନ୍ଧିଙ୍କୁ ଭେଟି ଶ୍ରୀନିବାସ ବିଭିଙ୍କ ନିର୍ଯାତନା ସମ୍ପର୍କରେ କହିଥିଲି। ସେ କେମିତି ମୋ ପ୍ରତି ଅଭଦ୍ର ଶବ୍ଦ ପ୍ରୟୋଗ କରୁଛନ୍ତି, ସେକଥା ମଧ୍ୟ ଜଣାଇଥିଲି। ଏବେ ଏପ୍ରିଲ ମାସ ହେଲାଣି। କିନ୍ତୁ କୌଣସି ତଦନ୍ତ ହୋଇନି। ଏହା କ’ଣ ଗୋଟିଏ ସୁରକ୍ଷତି ସ୍ଥାନ?

ରାହୁଲ ଗାନ୍ଧି ସବୁବେଳେ ମହିଳାଙ୍କ କଥା କହୁନ୍ତି। କିନ୍ତୁ..। ମୁଁ ଜଣେ ମହିଳା। ଯଦି ମୁଁ ଏମିତି ନିର୍ଯାତନା ଦେଇ ଗତି କରୁଛି, ତା’ହେଲେ ମୁଁ କେମିତି ଅନ୍ୟ ମହିଳାମାନଙ୍କୁ କଂଗ୍ରେସରେ ସାମିଲ ହେବାକୁ କହିବି? ଶ୍ରୀନିବାସ ଭାବୁଛନ୍ତି ସେ ଅଧିକ ଶକ୍ତିଶାଳୀ। ତାଙ୍କ ଉପରେ ବଡ଼ ବଡ଼ ନେତାଙ୍କ ଆଶୀର୍ବାଦ ଥିବାରୁ ସେ ସଂଗଠନରେ ଥିବା ଜଣେ ମହିଳାଙ୍କୁ ନିର୍ଯାତନା ଓ ନିଚ୍ଚା କରି ଦେଖାଇ ପାରିବେ? 

ଯୁବ କଂଗ୍ରେସର ପୂର୍ବତନ ସଭାପତି କେଶକ କୁମାର ଯୌନ ଉତ୍ପୀଡ଼ନ ମାମଲାରେ ଛନ୍ଦି ହୋଇଥିଲେ। ମି ଠୁ ଯୋଗୁ ସବୁ କିଛି ବାହାରକୁ ଆସିଥିଲା। ଏଥିପାଇଁ ତାଙ୍କୁ ବିଦା କରାଯାଇଥିଲା। ଏବେ ଶ୍ରୀନିବାସ ୬ ମାସ ହେଲା ମାନସିକ ନିର୍ଯାତନା ଓ ଲିଙ୍ଗଗତ ପାତରଅନ୍ତର କରୁଥିଲେ ହେଁ ମୋତେ ଚୁପ ରହିବାକୁ କୁହାଯାଉଛି। କୌଣସି ତଦନ୍ତ ମଧ୍ୟ କରାଯାଉନି।”

ଅଙ୍ଗକିତା ହାଇକମାଣ୍ଡଙ୍କୁ ସେ ୪ର୍ଥ ପିଢ଼ିର କଂଗ୍ରେସ ନେତା ବୋଲି ମନେ ପକାଇ ଦେଇଛନ୍ତି। ସେ କହିଛନ୍ତି, “କଂଗ୍ରେସର ମୁଁ ଜଣେ ୪ର୍ଥ ପିଢ଼ିର ନେତା। ମୁଁ ସାଂଗଠନିକ ନିର୍ବାଚନ ଦୁଇ ଥର ଲଢ଼ିଛି। ଦଳ ପାଇଁ ପୁଲିସ୍‌ଠୁ ମାଡ଼ ଖାଇଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ରାଜନୀତିକ ବିଜ୍ଞାନ ଠାରୁ ଆରମ୍ଭ କରି ଏଲଏଲବି କରିଛି। ଗୌହାଟୀ ବିଶ୍ୱବିଦ୍ୟାଳୟରେ ପିଏଚଡି କରିଛି। ଆମେ ଦଳ ପାଇଁ ଚୁପ ରହିଛୁ। କିନ୍ତୁ ଶ୍ରୀନିବାସଙ୍କ ନିର୍ଯାତନା ବନ୍ଦ ହେଉନି।”

ତେବେ ଯୁବ କଂଗ୍ରେସର ଲିଗାଲ ସେଲ ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ଅଙ୍ଗକିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story