Advertisment

ବଦଳିଲା ଭୋଟ ଗଣତି ତାରିଖ, ଏହି ଦିନ ଆସିବ ରେଜଲ୍ଟ

ପୂର୍ବରୁ ଜୁନ୍‌ ୪ ତାରିଖରେ ଫଳାଫଳ ଆସିବ ବୋଲି ଘୋଷଣା ହୋଇଥିଲା। ତେବେ ଏହି ତାରିଖକୁ ଏବେ ପରିବର୍ତ୍ତନ କରାଯାଇଛି।

voting

voting

Advertisment

ବଦଳିଲା ଭୋଟ ଗଣତି ତାରିଖ। ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ତାରିଖ ପରିବର୍ତ୍ତନ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଏହି ଦୁଇ ରାଜ୍ୟରେ ଜୁନ୍ ୨ ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ।

Advertisment

ଶନିବାର ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରିବାବେଳେ ନିର୍ବାଚନ ଆୟୋଗ କହିଥିଲେ ଯେ ଲୋକସଭା ଏବଂ ଚାରିଟି ବିଧାନସଭା ନିର୍ବାଚନର ଫଳାଫଳ ଜୁନ୍‌ ୪ ତାରିଖରେ ଆସିବ। କିନ୍ତୁ ଆୟୋଗ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭା ନିର୍ବାଚନର ରେଜଲ୍ଟ ଜୁନ୍ ୨ରେ ଘୋଷଣା ହେବ।

କହିରଖୁ ଯେ, ଲୋକସଭା ନିର୍ବାଚନ ସମେତ ଅରୁଣାଚଳ ପ୍ରଦେଶ, ସିକ୍କିମ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।ଏପ୍ରିଲ ୧୯ରେ ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡିବ। ସେହି ଦିନ ଉଭୟ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ହେବ। 

Advertisment

ତେବେ ପ୍ରଥମେ ଗୋଟିଏ ଦିନରେ ସମସ୍ତ ନିର୍ବାଚନର ଫଳାଫଳ ଆସିବ ବୋଲି କୁହାଯାଇଥିଲା। ଏବେ କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏଠାରେ ବିଧାନସଭା ନିର୍ବାଚନର ଫଳାଫଳ ଲୋକସଭା ନିର୍ବାଚନ ଫଳାଫଳର ଦୁଇ ଦିନ ପୂର୍ବରୁ ଆସିବ। ଲୋକସଭା ଫଳାଫଳ କେବଳ ଜୁନ୍ ୪ତାରିଖ ଧାର୍ଯ୍ୟ ତାରିଖରେ ଆସିବ |

Loksabha Election 2024 Election Commission Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe