Advertisment

ବୁଥ ମୁହାଁ ପୋଲିଂ ପାର୍ଟି, ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ଭୋଟ୍‌

ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାର ସମସ୍ତ ୨୮୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।

author-image
Madhupriya Mistry
ଅଦ୍ୟତନ ହୋଇଛି
Polling Officer

Polling Officer

ଆସନ୍ତାକାଲି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ପାଇଁ ପଡ଼ିବ ଭୋଟ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୁଥ ମୁହାଁ ହେଲେଣି ପୋଲିଂ ପାର୍ଟି। ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାର ସମସ୍ତ ୨୮୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।

Advertisment

ସେହିପରି ଝାଡ଼ଖଣ୍ଡରେ ଗତ ୧୩ରେ ପ୍ରଥମ ପର୍ଯ୍ୟାୟରେ ୪୩ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ଆସନ୍ତାକାଲି ବାକି ୩୮ ଆସନ ପାଇଁ ଭୋଟ ଗ୍ରହଣ ହେବ। ନଭେମ୍ବର ୨୩ରେ ଉଭୟ ରାଜ୍ୟର ଫଳାଫଳ ସାମ୍ନାକୁ ଆସିବ।

ଏହି ଦୁଇ ରାଜ୍ୟରେ କିଏ ଗଢ଼ିବ ସରକାର ତାକୁ ନେଇ ଚାଲିଛି ଜୋରଦାର କସରତ। ଗତକାଲି ପ୍ରଚାରର ଶେଷ ଦିନ ଥିଲା। ଜନତାଙ୍କୁ ନିଜ ସପକ୍ଷକୁ ଟାଣିବାକୁ ପ୍ରଚାର ମୈଦାନରେ ଝାଳ ବୁହାଉଛନ୍ତି ନେତା ଓ ପ୍ରାର୍ଥୀ। ଏହି ଦୁଇ ରାଜ୍ୟରେ NDA ଓ ଇଣ୍ଡି ମେଣ୍ଟ ମଧ୍ୟରେ ଟକ୍କର ହେଉଛି।

Advertisment

NDA ପାଇଁ ପିଏମ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଚାର କରିଥିବା ବେଳେ ଇଣ୍ଡି ମେଣ୍ଟ ଓ କଂଗ୍ରେସ ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ, ରାହୁଲ ଗାନ୍ଧି ପ୍ରମୁଖ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ।

Jharkhand Assembly Poll Maharashtra Assembly Election