Advertisment

କାଳକାଜିରୁ ଆତିଶୀ ଓ ନୂଆ ଦିଲ୍ଲୀରୁ ଭାଗ୍ୟ ପରୀକ୍ଷା କରିବେ କେଜ୍ରିଓ୍ୱାଲ୍‌

ଆସନ୍ତା ବର୍ଷ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌। ଏଥିପାଇଁ ଜୋରସୋର୍‌ରେ ଚାଲିଛି ପ୍ରସ୍ତୁତି।

Atishi and Kejriwal

Atishi and Kejriwal

Advertisment

ନୂଆ ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। ସେ ପୁଣି ଥରେ ଏଠୁ କରିବେ ନିଜ ଭାଗ୍ୟ ପରୀକ୍ଷା। ସେହିପରି କାଳକାଜିରୁ ମୈଦାନକୁ ଓହ୍ଲାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ସେ ମଧ୍ୟ ପୁଣି ଏଠୁ ହିଁ ନିର୍ବାଚନ ଲଢ଼ିବେ। ଆପ୍‌ ଜାରି କରିଥିବା ତା'ର ଚତୁର୍ଥ ପ୍ରାର୍ଥୀ ତାଲିକାରୁ ଏହା ଜଣାପଡିଛି।

Advertisment

ଆସନ୍ତା ବର୍ଷ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌। ଏଥିପାଇଁ ଜୋରସୋର୍‌ରେ ଚାଲିଛି ପ୍ରସ୍ତୁତି। ସମସ୍ତ ଦଳ ଲାଗି ପଡିଛନ୍ତି। କିଏ କେଉଁଠୁ ନିର୍ବାଚନ ଲଢ଼ିବ ତାକୁ ନେଇ ଚାଲିଛି ମାନସ ମନ୍ଥନ। ଏହାରି ଭିତରେ ଆମ୍‌ ଆଦମୀ ପାର୍ଟି ଗୋଟିଏ ପରେ ଗୋଟିଏ ନିଜ ପ୍ରାର୍ଥୀ ଘୋଷଣା କରି ଚାଲିଛି। ଏବେ ବିଧାନସଭା ନିର୍ବାଚନ ପାଇଁ ଆପ୍‌ ତା'ର ଚତୁର୍ଥ ତଥା ଅନ୍ତିମ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ଏଥିରେ ୩୮ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀରୁ ନିର୍ବାଚନ ଲଢ଼ିବେ। ସେହିପରି ମୁଖ୍ୟମନ୍ତ୍ରୀ ଆତିଶୀ ପୁଣି ଥରେ କାଳକାଜୀରୁ ନିର୍ବାଚନ ଲଢ଼ିବେ। ସେହିଭଳି ସୌରଭ ଭରଦ୍ୱାଜ ଗ୍ରେଟର କୈଳାଶରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ହେବେ। ବର୍ତ୍ତମାନ ଏହି ଆସନରୁ ସେ ବିଧାୟକ ଅଛନ୍ତି।

Advertisment

ତେବେ ଦଳ ଆମ୍ ଆଦମୀ ପାର୍ଟିର ବର୍ତ୍ତମାନର ବିଧାୟକ ମଦନ ଲାଲଙ୍କ ଟିକେଟ୍ କାଟିଛି। ତାଙ୍କ ବଦଳରେ କସ୍ତୁରବା ନାଗରରୁ ରମେଶ ପେହଲୱାନଙ୍କୁ ମୈଦାନକୁ ଓହ୍ଲାଇଛି ଦଳ। ରମେଶ ପେହଲୱାନ ଏବଂ ତାଙ୍କ କାଉନସିଲର ପତ୍ନୀ କୁସୁମ ଲତା ଆଜି ହିଁ ବିଜେପି ଛାଡି ଆପ୍‌ରେ ଯୋଗ ଦେଇଥିଲେ।

ସେହିପରି ବାବରପୁରରୁ ମନ୍ତ୍ରୀ ଗୋପାଳ ରାୟ ଓ ତିଲକ ନଗରରୁ ଜରନୈଲ ସିଂହ ନିର୍ବାଚନ ଲଢ଼ିବେ। ଏହାବ୍ୟତୀତ ସତ୍ୟେନ୍ଦ୍ର କୁମାର ଜୈନ ଶକୁର ବସ୍ତିରୁ, ଓଖଲାରୁ ଅମାନତୁଲ୍ଲା ଖାନ୍‌, ମୁକେଶ କୁମାର ଅହଲାବାତ ସୁଲତାନପୁର ମାଜରାରୁ, ରଘୁବିନ୍ଦର ସୌକିନ ନାଙ୍ଗଲୋଇ ଜାଟରୁ, ସୋମ ଦତ୍ତ ସଦର ବାଜାରରୁ ଓ ଇମ୍ରାନ ହୁସେନ ବଲ୍ଲିମାରାନରୁ ନିର୍ବାଚନ ଲଢ଼ିବେ। 

ଏହି ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ସୋଶାଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି ଅରବିନ୍ଦ କେଜ୍ରିଓ୍ୱାଲ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, 'ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ୍‌ ସମସ୍ତ ୭୦ଟି ଯାକ ଆସନ ଲାଗି ନିଜ ପ୍ରାର୍ଥୀ ଘୋଷଣା କରିସାରିଛି। ଦଳ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଏବଂ ପ୍ରସ୍ତୁତି ସହିତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛି। ହେଲେ ବିଜେପି ନିଖୋଜ ଅଛି। ତାଙ୍କର କୌଣସି ମୁଖ୍ୟମନ୍ତ୍ରୀ ଚେହେରା ନାହିଁ, ଦଳ ନାହିଁ, ଯୋଜନା ନାହିଁ ଏବଂ ଦିଲ୍ଲୀ ପାଇଁ କୌଣସି ତାଙ୍କର ଭିଜନ୍‌ ନାହିଁ।'

Arvind Kejriwal Atishi Delhi Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe