Advertisment

କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ସମ୍ପତ୍ତି ଜବତ କଲା ଇଡି

କାର୍ତ୍ତିଙ୍କ ୧୧.୦୪ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରାଯାଇଛି। ଜବତ ସମ୍ପତ୍ତି ମଧ୍ୟରେ କର୍ଣ୍ଣାଟକାର କୋରଗ ଜିଲ୍ଲାରେ ଗୋଟିଏ ଜମି ରହିଛି।

 Karti Chidambaram

Karti Chidambaram

Advertisment

ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ପୁଅ ତଥା ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ସମ୍ପତ୍ତି ଜବତ କରିଛି ଇଡି। ଆଇଏନଏକ୍ସ ମିଡିଆ ଘଟଣାରେ ଇଡି ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏବେ ଉକ୍ତ ମାମଲାରେ କାର୍ତ୍ତିଙ୍କ ୧୧.୦୪ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରାଯାଇଛି। ଜବତ ସମ୍ପତ୍ତି ମଧ୍ୟରେ କର୍ଣ୍ଣାଟକାର କୋରଗ ଜିଲ୍ଲାରେ ଗୋଟିଏ ଜମି ରହିଛି।

Advertisment

ୟୁପିଏ ସରକାର ସମୟରେ ପି ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ସେ ଅହେତୁକ ଅନୁକମ୍ପା ଦେଖାଇ ଆଇଏନଏକ୍ସ ମିଡିଆ ସଂସ୍ଥାରେ ବିଦେଶ ପୁଞ୍ଜି ନିବେଶନକୁ ଅନୁମତି ଦେଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ କରି ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ବିଦେଶ ପାଣ୍ଠିକୁ ଅନୁମୋଦନ ଦେବା ପାଇଁ ଚିଦାମ୍ବରମ ବାପ ପୁଅ ବ୍ୟାପକ ଲାଞ୍ଚ ଗ୍ରହଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

ଇଡି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆଇଏନଏକ୍ସ ମିଡିଆ ଠାରୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ବେଆଇନ ଅର୍ଥ ଗ୍ରହଣ କରାଯାଇଥିବା ତଦନ୍ତ ବେଳେ ଜଣାପଡ଼ିଛି। ପି ଚିଦାମ୍ବରମ ବିଦେଶ ପାଣ୍ଠିକୁ ଶେଲ କମ୍ପାନୀଗୁଡ଼ିକ ଜରିଆରେ ଅନୁମତି ଦେଇଥିଲେ। ଏହି ସବୁ କମ୍ପାନୀ ଅନ୍ୟତମ ଅଭିଯୁକ୍ତ କାର୍ତ୍ତି ଚିଦାମ୍ବରମଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ତେଣୁ ଆଜି କାର୍ତ୍ତିଙ୍କ ୧୧.୦୪ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ଇଡି କହିଛି।

Advertisment

୨୦୧୯ ଅଗଷ୍ଟ ମାସରେ ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ପି ଚିଦାମ୍ବରମଙ୍କୁ ଗିରଫ କରିଥିଲା। ସେହିବର୍ଷ ଅକ୍ଟୋବର ମାସରେ ଇଡି ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପୁଣି ଗିରଫ କରିଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ସେ ଜାମିନରେ ମୁକୁଳିଥିଲେ।

୨୦୧୭ରେ ସିବିଆଇ ପ୍ରଥମେ ମାମଲା ରୁଜୁ କରି ୨୦୦୭ରେ ଆଇଏନଏକ୍ସ ମିଡିଆ ୩୦୫ କୋଟିର ବିଦେଶ ପାଣ୍ଠି ପାଇଥିବା କହିଥିଲା। ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।

Karti Chidambaram ED Raid Congress CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe