Advertisment

ମଦ ନୀତି ଦୁର୍ନୀତି ମାମଲାରେ ମନିସ୍‌ ସିସୋଦିଆଙ୍କ ସମେତ ଅନ୍ୟମାନଙ୍କ ୫୨ କୋଟିର ସମ୍ପତ୍ତି ଜବତ

ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ଆମ ଆଦ୍‌ମୀ ପାର୍ଟି ନେତା ତଥା ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ତାଙ୍କ ପତ୍ନୀ ସୀମା ସିସୋଦିଆ ଓ ଅନ୍ୟ ଦୁଇ ସହଯୋଗୀଙ୍କ ୫୨.୨୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।

ଅଦ୍ୟତନ ହୋଇଛି
AAP leader Manish Sisodia

AAP leader Manish Sisodia

Advertisment

ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ଆମ ଆଦ୍‌ମୀ ପାର୍ଟି ନେତା ତଥା ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ତାଙ୍କ ପତ୍ନୀ ସୀମା ସିସୋଦିଆ ଓ ଅନ୍ୟ ଦୁଇ ସହଯୋଗୀଙ୍କ ୫୨.୨୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।

Advertisment

ଏହି ମାମଲାରେ ମନିଂ ଲଣ୍ଡ୍ରିଂ ଲିଙ୍କ ନେଇ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କ ବେଲ ଆବେଦନ ଖାରଜ କରିବାର ଦିନକ ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଏହା ଏକ ଧତବ୍ୟ ଅପରାଧ ବୋଲି ଶୁଣାଣି ବେଳେ କୋର୍ଟ ଉଲ୍ଲେଖ କରିଥିଲେ।

ଇଡି ଜବତ କରିଥିବା ସମ୍ପତ୍ତି ଭିତରେ ମନିଷଙ୍କ ୧୧.୪୯ ଲକ୍ଷ ଟଙ୍କା ବ୍ୟାଙ୍କ ବାଲାନ୍ସ, ବ୍ରିନ୍ଦକୋ ସେଲ୍ସ ପ୍ରାଇଭେଟ ଲିମିଟେଡର ୧୬.୪୫ କୋଟି ଟଙ୍କାର ସମ୍ପତ୍ତି ଓ ଅନ୍ୟାନ୍ୟ ରହିଛି।

Advertisment

ସୀମା ସିସୋଦିଆଙ୍କ ଦୁଇଟି ସମ୍ପତ୍ତି ଯାହା ସେ ରାଜେଶ ଯୋଶୀ ଓ ଗୌତମ ମାଲହୋତ୍ରାଙ୍କ ନାମରେ ରଖିଥିଲେ ତାହା ମଧ୍ୟ ଜବତ ତାଲିକାରେ ରହିଛି। ପ୍ରିଭେନ୍‌ସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ(ପିଏମ୍‌ଏଲ୍‌ଏ) ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି।

ମନିଷଙ୍କୁ ଚଳିତ ବର୍ଷ ଫେବୃଆରୀ ୨୬ ତାରିଖରେ ସିବିଆଇ ଗିରଫ କରିଥିଲା। ଏବେ ସେ ଉଭୟ ସିବିଆଇ ଓ ଇଡି ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ମଦ ନୀତି ଦୁର୍ନୀତିର ସିବିଆଇ ତଦନ୍ତ ନେଇ ଦିଲ୍ଲୀ ଏଲ୍‌ଜି ସୁପାରିଶ କରିଥିଲେ। ଯେତେବେଳେ କି ଏହି ଘଟଣାରେ ଇଡି ପିଏମ୍‌ଏଲ୍‌ଏ ଅନ୍ତର୍ଗତ ଗୋଟିଏ ମାମଲା ରୁଜୁ କରି ତଦନ୍ତ କରୁଛି।

ସୂଚନା ଥାଉକି ଏହି ମାମଲାରେ ଇଡି ୧୨୮.୭୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଯେତେବଳେ କି ୧୨ ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ପ୍ରାୟ ୧୯୩୪ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଇଡି ଅନୁମାନ କରୁଛି।

ED Raid Manish Sisodia Delhi Liquor Policy Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe