Advertisment

ବିରୋଧୀ ଦଳ ନେତା ପଦରେ ରହିବାକୁ ଚାହୁଁ ନାହାନ୍ତି ଅଜିତ ପାୱାର

ମୁମ୍ବାଇରେ ଏନସିପିର ୨୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଜିତ ପାୱାର ଏପରି ଅନୁରୋଧ କରିଛନ୍ତି।

ajit pawar

ajit pawar

Advertisment

ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଭାବେ କାମ କରୁଥିବା ବରିଷ୍ଠ ଏନସିପି ନେତା ଅଜିତ ପାୱାର ଏହି ଦାୟିତ୍ୱରୁ ଅବ୍ୟାହତି ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବିରୋଧୀ ଦଳ ନେତା ବଦଳରେ ସେ ଦଳର ସାଂଗଠନିକ ଦାୟିତ୍ୱ ନେବାକୁ ଚାହୁଁଥିବା ଏନସିପି ହାଇକମାଣ୍ଡଙ୍କୁ ଅନୁରୋଧ କରିଛନ୍ତି।

Advertisment

ମୁମ୍ବାଇରେ ଏନସିପିର ୨୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଜିତ ପାୱାର ଏପରି ଅନୁରୋଧ କରିଛନ୍ତି। ଏପରି ବୟାନକୁ ବିଭିନ୍ନ ପ୍ରକାରର ଆକଳନ କରାଯାଉଥିବା ବେଳେ ପାୱାର କହିଛନ୍ତି, “ମୁଁ କହିବାକୁ ଚାହୁଁଛି ଯେ ମୁଁ ବିରୋଧୀ ଦଳର ନେତା ଭାବେ କାମ କରିବାକୁ ଚାହୁଁନି।

ବିରୋଧୀ ଦଳର ନେତା ଭାବେ କାମ କରିବାକୁ ମୋର କେବେ ହେଲେ ଇଚ୍ଛା ନଥିଲା। କିନ୍ତୁ ଦଳର ବିଧାୟକମାନଙ୍କ ଦାବିକୁ ସମ୍ମାନ ଜଣାଇ ମୁଁ ଏହି ପଦରେ ରହିଥିଲି। ଏବେ ଏନସିପି ନେତୃବୃନ୍ଦ ମୋ ଦାବି ଉପରେ ନିଷ୍ପତ୍ତି ନେବେ। ମୋତେ ଦଳର ସାଂଗଠନିକ ସ୍ତରରେ ଦାୟିତ୍ୱ ଦିଆଯାଉ। ମୋତେ ଯାହା ବି ଦାୟିତ୍ୱ ମିଳିବ, ମୁଁ ଭଲ ଭାବେ କରିବାକୁ ଚେଷ୍ଟା କରିବି।”

Advertisment

ଶିବସେନାରେ ବିଦ୍ରୋହ ଯୋଗୁ ଗତବର୍ଷ ମହା ବିକାଶ ଅଘାଡ଼ି ସରକାର ଭୁଶୁଡ଼ି ପଡ଼ିଥିଲା। ଫଳରେ ଗତବର୍ଷ ଜୁଲାଇରୁ ପାୱାର ବିରୋଧୀ ଦଳ ନେତା ଭାବେ କାମ କରୁଛନ୍ତି।

NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe