Advertisment

Republic Day: ସ୍ପେଶ ଷ୍ଟେସନ ଯାଇଥିବା ଶୁଭାଂଶୁ ଶୁକ୍ଳାଙ୍କୁ ରାଷ୍ଟ୍ରପତି ପିନ୍ଧାଇଲେ ଅଶୋକ ଚକ୍ର

ଆତଙ୍କବାଦ ନିରୋଧୀ ଅପରେସନ, ବିପର୍ଯ୍ୟୟ ପରିଚାଳନା ଓ ଜାତୀୟ ସୁରକ୍ଷାରେ ନିଜର ଅଦମ୍ୟ ସାହାସ ଦେଖାଇଥିବା ବୀରଙ୍କୁ ସାଧାରଣତଃ ଅଶୋକ ଚକ୍ର ମିଳିଥାଏ। କିନ୍ତୁ ପ୍ରଥମଥର ପାଇଁ ସ୍ପେଶ ଫ୍ଲାଇଟ ସହ ଯୋଡ଼ି ହୋଇଛି ଅଶୋକ ଚକ୍ର।

author-image
Hemant Lenka
Subhanshu

ରାଷ୍ଟ୍ରପତି ଦେଲେ ଅଶୋକ ଚକ୍ର

ପୃଥିବୀ ବାହାରେ ନିଜର ସାହାସ ଦେଖାଇଥିବା ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କୁ ମିଳିଛି ଅଶୋକ ଚକ୍ର। ଏହା ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ସମ୍ମାନ। କର୍ତ୍ତବ୍ୟ ପଥରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପରେଡ ଅବସର(Republic Day)ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ଅଶୋକ ଚକ୍ର ଗ୍ରହଣ କରିଛନ୍ତି ଶୁଭାଂଶୁ ଶୁକ୍ଳା। ବିପଦପୂର୍ଣ୍ଣ ସ୍ପେଶ ମିଶନ ପାଇଁ ଶୁଭାଂଶୁ ଏହି ସମ୍ମାନ ମିଳିଛି।

Advertisment

ଆତଙ୍କବାଦ ନିରୋଧୀ ଅପରେସନ, ବିପର୍ଯ୍ୟୟ ପରିଚାଳନା ଓ ଜାତୀୟ ସୁରକ୍ଷାରେ ନିଜର ଅଦମ୍ୟ ସାହାସ ଦେଖାଇଥିବା ବୀରଙ୍କୁ ସାଧାରଣତଃ ଅଶୋକ ଚକ୍ର ମିଳିଥାଏ। କିନ୍ତୁ ପ୍ରଥମଥର ପାଇଁ ସ୍ପେଶ ଫ୍ଲାଇଟ ସହ ଯୋଡ଼ି ହୋଇଛି ଅଶୋକ ଚକ୍ର। ପ୍ରଥମଥର ପାଇଁ ଜଣେ ଏୟାର ଫୋର୍ସ ଅଫିସରଙ୍କୁ ନିଜର ସ୍ପେଶ ମିଶିନ ଯୋଗୁ ଦିଆଯାଇଛି ଅଶୋକ ଚକ୍ର। 

ଶୁକ୍ଳା ହେଉଛନ୍ତି ଜଣେ ଦକ୍ଷଣ ପାଇଲଟ ଓ ଭାରତର ଅନ୍ୟତମ ଜଣାଶୁଣା ମହାକାଶଚାରୀ। ସେ ଭାରତର ମାନବ ସ୍ପେଶ ଫ୍ଲାଇଟ କାର୍ଯ୍ୟକ୍ରମର ମଙ୍ଗ ସମ୍ଭାଳିଛନ୍ତି। ମାଇକ୍ରୋ ଗ୍ରାଭିଟୀ ଓ ଅର୍ବିଟ ପରିବେଶରେ କାମ କରିବାକୁ ଶ୍ରୀ ଶୁକ୍ଳା ତାଲିମପ୍ରାପ୍ତ।

Advertisment

୧୯୮୪ରେ ସ୍କ୍ୱାର୍ଡନ ଲିଡର ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଥିଲେ। କିନ୍ତୁ ଶୁଭାଂଶୁ ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଥିବା ବେଳେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ପହଞ୍ଚିଥିଲେ। 

ଜୁନ ୨୫ ତାରିଖ ଭାରତୀୟ ସମୟ ଦିନ ୧୨ଟା ୧ରେ ଲଞ୍ଚ ହୋଇଥିଲା ଆକ୍ସିଅମ୍-୪ ମିଶନ। କେନେଡୀ ସ୍ପେଶ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯A ରୁ ଉତକ୍ଷେପଣ ହୋଇଥିଲା ‘ସ୍ପେଶ୍ ଏକ୍ସ୍'ର ଶକ୍ତିଶାଳୀ ଫାଲକନ୍-୯ ରକେଟ୍। ଡ୍ରାଗନ୍ ସ୍ପେଶ କ୍ୟାପସୁଲରେ ସ୍ପେଶ ଷ୍ଟେସନକୁ ଯାଇଥିଲେ ୪ ମହାକାଶଚାରୀ। ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଆକ୍ସିଅମ-୪ର ମିଶନ ପାଇଲଟ୍ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିଲେ।

ଏହି ମିଶନରେ ଭାରତ, ଆମେରିକା, ପୋଲାଣ୍ଡ୍ ଓ ହଙ୍ଗେରୀର ୪ ମହାକାଶଚାରୀ ସାମିଲ ହୋଇଥିଲେ । ୪ ଦଶନ୍ଧି ମଧ୍ୟରେ ଏହା ଭାରତ, ପୋଲାଣ୍ଡ୍ ଓ ହଙ୍ଗେରୀର ପ୍ରଥମ ମହାକାଶ ଅଭିଯାନ। ଶୁଭାଂଶୁଙ୍କ ବ୍ୟତୀତ ଆମେରିକାର ପେଗି ହ୍ୱିଟସନ୍, ହଙ୍ଗେରୀର ଟିବୋର୍ କାପୁ ଓ ପୋଲାଣ୍ଡର ସ୍ଲାବୋଜ୍ ଉଜନାସ୍କି ୱିସନାସ୍କି ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ରେକର୍ଡ କରିଥିଲେ। 

ଡ୍ରାଗନ ସ୍ପେଶକ୍ରାଫ୍ଟ ପୃଥିବୀ ଠାରୁ ୪୧୮ କିମି ଉପରେ ଉଡ଼ାଣ କରିଥିଲା ଓ ଘଣ୍ଟାକୁ ୧୭ ହଜାର କିମି ବେଗରେ ଗତି କରିଥିଲା। ଏଥିପାଇଁ ପୂର୍ବରୁ ହିଁ ମହାକାଶଚାରୀଙ୍କ ମେଡିକାଲ ଚେକ ଅପ କରାଯାଇଥିଲା। ମହାକାଶରେ ପହଞ୍ଚିବା ପରେ ଶୁଭାଂଶୁ ନମସ୍କାର କରି ସମସ୍ତ ଭାରତୀୟଙ୍କୁ କୃତଜ୍ଞତା ଜଣାଇଥିଲେ। ସେ ନିଜର ସହ ତ୍ରିରଙ୍ଗା ନେଇ ଯାଇଥିବାରୁ ପୂରା ଭାରତ ତାଙ୍କ ସହ ରହିଥିବା ସେ ଅନୁଭବ କରୁଥିବା ମହାକାଶରୁ ବାର୍ତ୍ତା ମଧ୍ୟ ଦେଇଥିଲେ।

Republic Day