Advertisment

ଜିରୋ ଟେରର୍ ପ୍ଲାନ, ମୂଳପୋଛ ହେବେ ଆତଙ୍କବାଦୀ

ନିର୍ଣ୍ଣାୟକ ମୋଡ଼ରେ ରହିଛି ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦ ବିରୋଧୀ ଲଢ଼େଇ।

Amit Shah

Amit Shah

Advertisment

ନିର୍ଣ୍ଣାୟକ ମୋଡ଼ରେ ରହିଛି ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦ ବିରୋଧୀ ଲଢ଼େଇ। ସଂଗଠିତ ଆତଙ୍କୀ ହିଂସାରୁ ଏହା ଛଦ୍ମ ଲଢ଼େଇକୁ ସଂକୁଚିତ ହେବାକୁ ବାଧ୍ୟ ହୋଇଛି। ତେବେ ଏହାର ମୂଳୋତ୍ପାଟନ ପାଇଁ ମଧ୍ୟ ଆମେ ସଂକଳ୍ପ ବଦ୍ଧ। ରବିବାର ଜମ୍ମୁ-କଶ୍ମୀର ସୁରକ୍ଷା ସ୍ଥିତି ଏବଂ ଅମରନାଥ ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରି ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Advertisment

ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ NSA ଅଜିତ ଡୋଭାଲ, ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଓ କେନ୍ଦ୍ର ଗୃହ ସଚିବଙ୍କ ସମେତ ସ୍ଥଳସେନା ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ସିଆରପିଏଫ୍ ଡିଜି ଅନିଶ ଦୟାଲ, ବିଏସଏଫ୍ ଡିଜି ନୀତିନ ଅଗ୍ରୱାଲଙ୍କ ସମେତ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ଏରିଆ ଡୋମିନେସନ୍ ପ୍ଲାନ୍ ଓ ଜିରୋ ଟେରର୍ ପ୍ଲାନ ଦ୍ୱାରା କଶ୍ମୀରରେ ମିଳିଥିବା ସଫଳତାକୁ ଜମ୍ମୁ ଡିଭିଜନରେ ଦୋହରାଇବା ପାଇଁ ଏହି ଅବସରରେ ବିଭିନ୍ନ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ଶାହ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସୂଚନା ଯୋଗ୍ୟ ଯେ, ଗତ ସପ୍ତାହରେ ରଇସି ଆତଙ୍କୀ ହମଲାରେ ୧୦ ଜଣ ତୀର୍ଥଯାତ୍ରୀଙ୍କ ଜୀବନ ଯାଇଥିଲା। ଏହାପରେ ଘାଟିରେ ଜୋରଦାର ହୋଇଛି ଆତଙ୍କୀ ନିପାତ ଅଭିଯାନ।

Amit Shah J&K; Review Meet Terrorist Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe