Advertisment

ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ, ୧୦ ମୃତ

ଅଗ୍ନିକାଣ୍ଡ ଯୋଗୁ ଆପାର୍ଟମେଣ୍ଟର ୬ଷ୍ଠ ଓ ୭ମ ମହଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।

fire

fire

Advertisment

ଝାରଖଣ୍ଡର ଧନବାଦରେ ଥିବା ଗୋଟିଏ ଆବାସିକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆପାର୍ଟମେଣ୍ଟ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି। ପ୍ରାଥମିକ ସ୍ତରରେ ୩ ଜଣଙ୍କ ମୃତ୍ୟୁ ଖବର ଆସିଥିଲା। ତେବେ ବର୍ତ୍ତମାନ ୧୦ ଜଣ ଜୀବନ ହରାଇଥିବା ଜଣାପଡ଼ିଛି।

Advertisment

କିଛି ଲୋକ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିବା ବେଳେ ଆଉ କିଛି ଶ୍ୱାସରୁଦ୍ଧ ହୋଇ ଆଖି ବୁଜିଛନ୍ତି। ଏବେ ବି ନିଆଁ ଲିଭା କାର୍ଯ୍ୟ ଚାଲିଥିବାରୁ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନି। ପ୍ରାଥମିକ ସୂଚନା ଅନୁସାରେ, ଧନବାଦରେ ଥିବା ଆଶୀର୍ବାଦ ଟାୱାର ନାମକ ଗୋଟିଏ ଆପାର୍ଟମେଣ୍ଟରେ ନିଆଁ ଲାଗିଛି। ପ୍ରଥମେ ଆପାର୍ଟମେଣ୍ଟର ଗୋଟିଏ ମହଲାରେ ନିଆଁ ଲାଗିଥିଲା।

ତେବେ ଆଖି ପିଛୁଳାକେ ଅନ୍ୟ ମହଲାକୁ ନିଆଁ ବ୍ୟାପି ଯାଇଛି। ନିଆଁ ଏତେ ଜୋରରେ ବ୍ୟାପିବାରେ ଲାଗିଛି ଯେ ଏହାକୁ ନିୟନ୍ତ୍ରଣ କରିବା ଅଗ୍ନିଶମ ବାହିନୀ ପାଇଁ ଚ୍ୟାଲେଞ୍ଜ ହୋଇଛି। ୧୦ରୁ ଅଧିକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

Advertisment

କିନ୍ତୁ ଏଯାଏ ନିଆଁ ସଂପୂର୍ଣ୍ଣ ଭାବେ ଆୟତ୍ତ ହୋଇନି। ସେହିପରି ଆପାର୍ଟମେଣ୍ଟରେ ପ୍ରକୃତରେ କେତେ ଲୋକ ଥିଲେ ଓ କେତେ ଜଣଙ୍କୁ ଉଦ୍ଧାର କାରାଯାଇଛି, ସେବିଷୟରେ ପ୍ରଶାସନ ପକ୍ଷରୁ କିଛି ବି ସୂଚନା ମିଳିନି। ଅଗ୍ନିକାଣ୍ଡ ଯୋଗୁ ଆପାର୍ଟମେଣ୍ଟର ୬ଷ୍ଠ ଓ ୭ମ ମହଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।

Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe