Advertisment

ବାହାନଗା ଟ୍ରେନ୍‌ ଟ୍ରାଜେଡି: ବିଦ୍ୟୁତ୍‌ ଆଘାତରେ ଯାଇଛି ୪୦ ଜୀବନ

ବାଲେଶ୍ୱରର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏଥିରେ ୨୭୫ ଜଣଙ୍କର ଅକାଳ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବିଦ୍ୟୁତ୍‌ ଆଘାତ ଯୋଗୁ ୪୦ ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Train Accident

Train Accident

ବାଲେଶ୍ୱରର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏଥିରେ ୨୭୫ ଜଣଙ୍କର ଅକାଳ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବିଦ୍ୟୁତ୍‌ ଆଘାତ ଯୋଗୁ ୪୦ ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି। ଟ୍ରେନ୍‌ ଟ୍ରାଜେଡିର ତଦନ୍ତ କରୁଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ଗତ ଶୁକ୍ରବାର ରାତିରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ରେ ପ୍ରଥମେ ଲୁପ୍‌ ଲାଇନ୍‌ରେ ଥିବା ଏକ ମାଲବାହୀ ଟ୍ରେନ୍‌ରେ କରମଣ୍ଡଳ ଏକ୍ସପ୍ରେସ୍‌ ପିଟି ହୋଇଥିଲା। ଏହାପରେ ଅନ୍ୟ ଏକ ମୁଖ୍ୟ ଲାଇନ୍‌ରେ କରମଣ୍ଡଳ ଏକ୍ସପ୍ରେସର ୨ଟି ବଗି ଛିଟିକି ପଡ଼ିଥିବା ବେଳେ ଅପରପାର୍ଶ୍ୱରୁ ଆସୁଥିବା ଯଶୋବନ୍ତପୁର ଏକ୍ସପ୍ରେସ ତାହାକୁ ଧକ୍କା ଦେଇଥିଲା। ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ କରମଣ୍ଡଳ ଏକ୍ସପ୍ରେସ୍‌ର ବଗିଗୁଡ଼ିକୁ ଧକ୍କା ଦେବା ପରେ ବିଦ୍ୟୁତ୍‌ ତାର ଛିଣ୍ଡି ବଗିଗୁଡ଼ିକ ଉପରେ ପଡ଼ି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

ଦୁର୍ଘଟଣା ପରେ ଟ୍ରାକ୍‌ରେ ତଥା ବଗିରେ ଶହ ଶହ ମୃତଦେହ ପଡ଼ିଥିବା ବେଳେ ବହୁ ମୃତଦେହରେ ସାଂଘାତିକ କ୍ଷତଚିହ୍ନ ଦେଖିବାକୁ ମିଳିଥିଲା । ମାତ୍ର କିଛି ମୃତଦେହରେ କିଛି ବି କ୍ଷତ ଚିହ୍ନ ନ ଥିବାରୁ ବିଦ୍ୟୁତ୍‌ ଆଘାତରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଭୟଙ୍କର ଦୁର୍ଘଟଣାରେ ବିଦ୍ୟୁତ୍‌ ଆଘାତ ଯୋଗୁ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଜଣ ଗୁରୁତର ହୋଇଥିବା ଜଣାଯାଇଛି।

Advertisment

ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ତାର ଟ୍ରେନ୍‌ ବଗି ସଂସ୍ପର୍ଶରେ ଆସିବା ସମୟରେ ଯାତ୍ରୀମାନେ କୌଣସି ଜିନିଷ ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ୍‌ ଆଘାତରେ ସେମାନଙ୍କ ଜୀବନ ଯାଇଥିବା ଅନୁମାନ କରାଯାଉଛି ବୋଲି ଇଷ୍ଟ କୋଷ୍ଟ ରେଲୱେର ଜଣେ ଅବସରପ୍ରାପ୍ତ ଅଧିକାରୀପୂର୍ଣ୍ଣ ଚନ୍ଦ୍ର ମିଶ୍ର କହିଛନ୍ତି।

Train Accident TrainMishapInOdisha