ଅସଂଗଠିତ କ୍ଷେତ୍ର ପାଇଁ ସୁରକ୍ଷିତ ଅବସର ଅଟଳ ପେନସନ ଯୋଜନା

ଅସଂଗଠିତ କ୍ଷେତ୍ରରେ ଗରିବ ଏବଂ ଅବହେଳିତ ଶ୍ରମିକଙ୍କ ପାଇଁ ଲକ୍ଷ୍ୟ ରଖାଯାଇଥିବା, ଏହି ଯୋଜନା ଭାରତରେ ସବୁଠାରୁ ଅନ୍ତର୍ଭୁକ୍ତ ଏବଂ ସୁଗମ ସାମାଜିକ ସୁରକ୍ଷା ଯୋଜନା ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି।

Atal Pension Yojana

Atal Pension Yojana

Debendra Prusty
  • Published: Friday, 16 May 2025
  • Updated: 16 May 2025, 12:00 PM IST

Sports

Latest News

ଭାରତର ବିଶାଳ ଅସଂଗଠିତ ଶ୍ରମଶକ୍ତି ମଧ୍ୟରେ ବଢିଚାଲିଥିବା ଆୟୁ ଏବଂ ଅବସର ସୁରକ୍ଷାର ଅଭାବ ଭଳି ଦ୍ୱୈତ ଚ୍ୟାଲେଞ୍ଜର ମୁକାବିଲା ପାଇଁ, ଭାରତ ସରକାର ୯ ମଇ ୨୦୧୫ରେ ଅଟଳ ପେନସନ ଯୋଜନା (ଏପିୱାଇ) ଆରମ୍ଭ କରିଥିଲେ ଏବଂ ତାହା ୧ ଜୁନ୍ ୨୦୧୫ରୁ କାର୍ଯ୍ୟକ୍ଷମ ହୋଇଥିଲା। ଏହି ଯୋଜନାଟି ଅବସର ପାଇଁ ସ୍ୱେଚ୍ଛାକୃତ ସଞ୍ଚୟକୁ ଉତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଥିଲା, ଯାହାକି ଯୋଗଦେବାର ବୟସ ଓ ଅବଦାନ ପରିମାଣ ସହ ସଂପର୍କିତ ଥିଲା। ମୁଖ୍ୟତଃ ଅସଂଗଠିତ କ୍ଷେତ୍ରରେ ଗରିବ ଏବଂ ଅବହେଳିତ ଶ୍ରମିକଙ୍କ ପାଇଁ ଲକ୍ଷ୍ୟ ରଖାଯାଇଥିବା, ଏହି ଯୋଜନା ଭାରତରେ ସବୁଠାରୁ ଅନ୍ତର୍ଭୁକ୍ତ ଏବଂ ସୁଗମ ସାମାଜିକ ସୁରକ୍ଷା ଯୋଜନା ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି।

ଏପ୍ରିଲ୍ ୨୦୨୫ ସୁଦ୍ଧା, ଅଟଳ ପେନସନ ଯୋଜନା ୭.୬୫ କୋଟିରୁ ଅଧିକ ଗ୍ରାହକ ସଂଗ୍ରହ କରିଛି, ମୋଟ ୪୫,୯୭୪.୬୭ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଛି, ଏବଂ ଏଥିରେ ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଇଛି ଓ ବର୍ତ୍ତମାନ ସମସ୍ତ ଗ୍ରାହକଙ୍କ ପ୍ରାୟ ୪୮% ହେଉଛନ୍ତି ମହିଳା।

ଅଟଳ ପେନସନ ଯୋଜନାର ବୈଶିଷ୍ଟ୍ୟ

୧. ଟାର୍ଗେଟ୍ ଗ୍ରୁପ୍

• ଏହା ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ପ୍ରାୟତଃ ଆନୁଷ୍ଠାନିକ ପେନସନ କଭରେଜରୁ ବଞ୍ଚିତ।

• ପ୍ରାରମ୍ଭିକ ଭାବରେ ୧୮ ରୁ ୪୦ ବର୍ଷ ବୟସ ମଧ୍ୟରେ ଭାରତର ସମସ୍ତ ନାଗରିକଙ୍କ ପାଇଁ ଏହା ଉପଲବ୍ଧ।

• ୧ ଅକ୍ଟୋବର ୨୦୨୨ ଠାରୁ, ଆୟକର ଦେଉଥିବା ବ୍ୟକ୍ତିମାନେ ଏହି ଯୋଜନାରେ ଯୋଗଦାନ କରିବାକୁ ଯୋଗ୍ୟ ନୁହଁନ୍ତି।

୨. ନିର୍ଦ୍ଧାରିତ ପେନସନ ଲାଭ

• ଗ୍ରାହକମାନଙ୍କୁ ସେମାନଙ୍କର ଆର୍ଥିକ ଅବଦାନ ଉପରେ ଆଧାର କରି ୬୦ ବର୍ଷ ବୟସଠାରୁ ଏକ ସ୍ଥିର ମାସିକ ପେନସନ ପ୍ରଦାନ କରେ। ଉପଲବ୍ଧ ପେନସନ ସ୍ଲାବ ମାସକୁ ଟ.୧,୦୦୦, ଟ.୨,୦୦୦, ଟ.୩,୦୦୦, ଟ.୪,୦୦୦, ଏବଂ ଟ.୫,୦୦୦ ହୋଇପାରେ।

୩. ଅବଦାନ ଅବଧି ଏବଂ ହିସାବ

• ଯୋଗଦାନର ବୟସ ଉପରେ ଅନୁସାରେ ସର୍ବନିମ୍ନ ଯୋଗଦାନ ବୟସ ୨୦ ବର୍ଷ। ପଂଜୀକରଣ ସମୟରେ ବୟସ ଓ ଇପସିତ ପେନସନ ପରିମାଣ ଅନୁସାରେ ମାସିକ ଜମାଭିନ୍ନ ଭିନ୍ନ ହୋଇଥାଏ।

୪. ସରକାରୀ ସହ-ଯୋଗଦାନ (ପ୍ରାରମ୍ଭିକ ଯୋଗଦାନକାରୀଙ୍କ ପାଇଁ)

୧ ଜୁନ୍ ୨୦୧୫ ରୁ ୩୧ ମାର୍ଚ୍ଚ ୨୦୧୬ ମଧ୍ୟରେ ଯୋଗଦାନ କରିଥିବା ଯୋଗ୍ୟ ସବସ୍କ୍ରାଇବରଙ୍କ ପାଇଁ (ଏହି ଯୋଜନା ଜାରି ରହିଛି କିନ୍ତୁ ସରକାରୀ ସହ-ଯୋଗଦାନ ବିନା)। ସରକାର ୫ ବର୍ଷ ପାଇଁ ମୋଟ ଅବଦାନର ୫୦% କିମ୍ବା ବାର୍ଷିକ ୧,୦୦୦ ଟଙ୍କା (ଯେଉଁଟି କମ୍) ସହ-ଯୋଗଦାନ ଦେଇଥିଲେ। ଏହା କେବଳ ସେହି ସବସ୍କ୍ରାଇବରଙ୍କ ପାଇଁ ପ୍ରଯୁଜ୍ୟ ଯେଉଁମାନେ କୌଣସି ବୈଧାନିକ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ନଥିଲେ ଏବଂ ସେହି ସମୟରେ ଆୟକରଦାତା ନଥିଲେ।

୫. ପ୍ରଶାସନିକ ସଂସ୍ଥା

ଏହି ସ୍କିମ ପେନସନ ପାଣ୍ଠି ନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ଦ୍ବାରା ନିୟନ୍ତ୍ରିତ ଓ ଏହା ଜାତୀୟ ପେନସନ ସିଷ୍ଟମ ଦ୍ୱାରା ପରିଚାଳିତ।

୬. ପ୍ରତ୍ୟାହାର ବିକଳ୍ପ

୬୦ ବର୍ଷ ପରେ ପ୍ରତ୍ୟାହାର କଲେ ସୂପୂର୍ଣ୍ଣ ପେନସନ ଆରମ୍ଭ ହୁଏ। ମୃତ୍ୟୁ ଓ ଅସୁସ୍ଥତା କ୍ଷେତ୍ରରେ ୬୦ ବର୍ଷ ପୂର୍ବରୁ ପ୍ରସ୍ଥାନ କରିହେବ। ଏହାଛଡ଼ା ସ୍ୱେଚ୍ଛାକୃତଭାବେ ବି ବାହାରି ହେବ, କିନ୍ତୁ କେବଳ ନିଜର ଆର୍ଥିକ ଅବଦାନ ଅନୁସାରେ ପେନସନ ମିଳିବ କିନ୍ତୁ ସରକାରୀ ଅନୁଦାନ ମିଳିବ ନାହିଁ।

ସରକାର ଓ ପିଏଫଆରଡିଏ ପକ୍ଷରୁ ଏ ସଂପର୍କରେ ବିଗତ କିଛି ବର୍ଷ ହେଲା ବିଭିନ୍ନ ସଚେତନା ମୂଳକ କାର୍ଯ୍ୟକ୍ରମ କରାଯାଉଛି। ଏସବୁ ମଧ୍ୟରେ ରହିଛି ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରଚାର କାର୍ଯ୍ୟକ୍ରମ, ତାଲିମ ଓ ସଚେତନତା କାର୍ଯ୍ୟକ୍ରମ। ଗଣମାଧ୍ୟମରେ ବି ଏ ନେଇ ସଚେତନତା କରାଯାଉଛି। ଏହା ଛଡ଼ା ଏପିୱାଇ ଚାଟବଟ୍ ଓ ହେଲପଡେସ୍କ ବି ଆରମ୍ଭ କରାଯାଇଛି। ଏପିୱାଇ ଉପଭୋକ୍ତା ସେବା, ଏପିୱାଇ କାରବାର ସେବା, ଏପିୱାଇ ସୂଚନା ସେବା, ଏପିୱାଇ ପଡକାଷ୍ଟ/ଭିଡିଓ, ଏପିୱାଇ କଲ୍ ସେଣ୍ଟର ପାଇଁ କ୍ୟୁଆର କୋଡ୍ ଏପିୱାଇର ଲାଭ ଏବଂ ଏପିଓ୍ବାଇ ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଉପଲବ୍ଧ।

ଉପସଂହାର

ଅଟଳ ପେନସନ ଯୋଜନା ଭାରତର ସାମାଜିକ ସୁରକ୍ଷା ଇକୋସିଷ୍ଟମର ଏକ ମେରୁଦଣ୍ଡ ଭାବରେ ଉଭା ହୋଇଛି, ବିଶେଷକରି ଦେଶର ବିଶାଳ ଅସଂଗଠିତ ଶ୍ରମଶକ୍ତି ପାଇଁ। ପ୍ରାୟ ୭.୬୫ କୋଟି ଗ୍ରାହକ ଏବଂ ନିରନ୍ତର ବର୍ଦ୍ଧିତ ପେନସନ ପାଣ୍ଠି ସହିତ, ଏହି ଯୋଜନା କେବଳ ବୟସ୍କମାନଙ୍କ ପାଇଁ ଆର୍ଥିକ ସ୍ୱାଧୀନତା ସୁନିଶ୍ଚିତ କରେ ନାହିଁ ବରଂ ନିମ୍ନ ଆୟକାରୀ ପରିବାର ମଧ୍ୟରେ ଦୀର୍ଘକାଳୀନ ସଞ୍ଚୟ ସଂସ୍କୃତିକୁ ମଧ୍ୟ ପ୍ରୋତ୍ସାହିତ କରେ। ଡିଜିଟାଲ ସମନ୍ୱୟ, ମହିଳା ଅଂଶଗ୍ରହଣ ଏବଂ ଗ୍ରାମୀଣ ପ୍ରସାର ଉପରେ ସରକାରଙ୍କ ନିରନ୍ତର ଧ୍ୟାନ ସମଗ୍ର ଭାରତରେ ଅଟଳ ପେନସନ ଯୋଜନାର ପ୍ରସ୍ତାର କରିବାରେ ସାହାଯ୍ୟ କରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ନୂତନ ଗ୍ରାହକଙ୍କ ମଧ୍ୟରୁ ୫୫% ରୁ ଅଧିକ ମହିଳା ଥିଲେ। ଏହା ସହିତ ସମସ୍ତଙ୍କ ପାଇଁ ପେନସନ ଲକ୍ଷ୍ୟ ହାସଲ ଦିଗରେ ଅଟଳ ପେନସନ ଯୋଜନା ଅଗ୍ରଗତି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story