Advertisment

ଅଟଳ ସେତୁକୁ ନେଇ ଦୁର୍ନୀତି ଅଭିଯୋଗ, କଂଗ୍ରେସ- ବିଜେପି ମୁହାଁମୁହିଁ

ମାତ୍ର ୫ ମାସ ପୂର୍ବେ ନିର୍ମିତ ହୋଇଥିବା ଏହି ସାମୁଦ୍ରିକ ସେତୁରୁ ଫାଟ ସୃଷ୍ଟି ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହେବା ପରେ ଏହାର ଉତ୍ତର ରଖିଛି ବିଜେପି।

atal-setu-bridge

atal-setu-bridge

Advertisment

ଦେଶର ସର୍ବବୃହତ୍ତ ସାମୁଦ୍ରିକ ସେତୁର ଆଖ୍ୟା ପାଇଥିବା ଅଟଳ ସେତୁକୁ ନେଇ ବିବାଦ ଜୋର ଧରିଛି। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି। ମାତ୍ର ୫ ମାସ ପୂର୍ବେ ନିର୍ମିତ ହୋଇଥିବା ଏହି ସାମୁଦ୍ରିକ ସେତୁରୁ ଫାଟ ସୃଷ୍ଟି ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହେବା ପରେ ଏହାର ଉତ୍ତର ରଖିଛି ବିଜେପି।

Advertisment

ଗତକାଲି କଂଗ୍ରେସ ସଭାପତି ନାନା ପାଟୋଲେ ନୂଆ କରି ଖୋଲିଥିବା ବ୍ରିଜରେ ଫାଟ ଦେଖାଯାଇଥିବା ସ୍ଥାନରେ ପହଞ୍ଚି ସ୍ଥିତି ପରଖିଥିଲେ। ଏଥିସହ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

ସେ କହିଥିଲେ, “ଆମେ ଯାହା କହୁଛୁ, ସେସବୁ କେବଳ ଅଭିଯୋଗ ନୁହେଁ ବୋଲି ପ୍ରମାଣ କରିବାକୁ ମୁଁ ଏଠାକୁ ଆସିଛି। ସରକାର ଦେଖାଇବାକୁ ଚେଷ୍ଟା କରୁଛନ୍ତି ଯେ ସେମାନେ ଲୋକଙ୍କ ପାଇଁ କାମ କରୁଛନ୍ତି। କିନ୍ତୁ ଆପଣମାନେ ଏଠାରେ ହୋଇଥିବା ଦୁର୍ନୀତିକୁ ଦେଖିପାରୁଥିବେ। ସେମାନେ ନିଜ ପକେଟକୁ ଫୁଲ କରିବାରେ ଲାଗିଛନ୍ତି। କିନ୍ତୁ ଲୋକଙ୍କୁ ବିପଦରେ ପକାଇବାକୁ ଅଧିକାର ସେମାନଙ୍କୁ କିଏ ଦେଲା? ଲୋକମାନେ ଏବେ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ କେମିତି ହଟା ଯିବ, ତା’ର ଯୋଜନା କରିବା ଦରକାର।”

Advertisment

ଏହାର ଉତ୍ତର ଦେବାକୁ ଯାଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ ନିଜ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଅଟଳ ସେତୁରେ କୌଣସି ଫାଟ ସୃଷ୍ଟି ହୋଇ ନାହିଁ। କେବଳ ସେତିକି ନୁହେଁ, ଅଟଳ ସେତୁ ପ୍ରତି କୌଣସି ବିପଦ ବି ନାହିଁ। ଏହା ହେଉଛି ଆପ୍ରୋଚ ରୋଡର ଚିତ୍ର। କଂଗ୍ରେସ ମିଥ୍ୟାର ସାହାରା ନେଇ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି। ମାତ୍ର ସେ ସେଥିରେ ସଫଳ ହୋଇ ପାରିବ ନାହିଁ।

ଏଥିସହ ସେ ଲେଖିଛନ୍ତି, ଅଟଳ ସେତୁରେ ଫାଟ ଦେଖାଇବାକୁ କଂଗ୍ରେସ ଯୋଜନାବଦ୍ଧ ଭାବେ ପ୍ଲାନିଂ କରିଛି। ଦେଶର ଜନତା ଏପରି ଭ୍ରଷ୍ଟ ଆଚରଣକୁ ପରାସ୍ତ କରିବେ।

ଅଟଳ ସେତୁକୁ ନିର୍ମାଣ କରିବା ପାଇଁ ୧୭,୮୪୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ଏହି ସର୍ବବୃହତ୍ତ ସାମୁଦ୍ରିକ ବ୍ରିଜକୁ ଉଦଘାଟନ କରିଥିଲେ। ଭାରତ ରତ୍ନ ସମ୍ମାନରେ ସମ୍ମାନୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନାମିତ କରାଯାଇଛି। ମୁମ୍ବାଇ ଓ ନଭି ମୁମ୍ବାଇ ମଧ୍ୟରେ ଦୂରତା ହ୍ରାସ କରିବାକୁ ଏହି ସେତକୁ ନିର୍ମାଣ କରାଯାଇଥିଲା।

ପାଟୋଲେ କହିଛନ୍ତି, “ଏହି ବ୍ରିଜଟିକୁ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନାମିତ କରାଯାଇଛି। ଆମେ ସମସ୍ତେ ତାଙ୍କୁ ସମ୍ମାନ କରୁ। କିନ୍ତୁ ତାଙ୍କ ନାଁରେ ନିର୍ମାଣ ହୋଇଥିବା ବ୍ରିଜରେ ବି ଦୁର୍ନୀତି ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ପ୍ରଧାନମନ୍ତ୍ରୀ ମୋଦି ଏସବୁ ବିଚାରକୁ ନିଅନ୍ତୁ।”

Bjp Congress Mumbai Atal Setu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe