Advertisment

ପୁଅର ଏନକାଉଣ୍ଟର ଖବର ଶୁଣି କୋର୍ଟରେ କାନ୍ଦିଲେ ଅତିକ ଅହମଦ

ଆଜି ଉତ୍ତର ପ୍ରଦେଶର ଝାନସୀ ଠାରେ ପୁଲିସ୍‌ ଏନକାଉଣ୍ଟରେ ଅତିକଙ୍କ ପୁଅ ଅସଦ ଓ ତା’ର ଜଣେ ସହଯୋଗୀ ଗୁଲାମ ନିହତ ହୋଇଥିଲେ।

author-image
Hemant Lenka
Atique Ahmed

Atique Ahmed

ପୁଅର ଏନକାଉଣ୍ଟର ଖବର ଶୁଣି କୋର୍ଟ ଭିତରେ କାନ୍ଦିଛନ୍ତି ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ। ଆଜି ଉତ୍ତର ପ୍ରଦେଶର ଝାନସୀ ଠାରେ ପୁଲିସ୍‌ ଏନକାଉଣ୍ଟରେ ଅତିକଙ୍କ ପୁଅ ଅସଦ ଓ ତା’ର ଜଣେ ସହଯୋଗୀ ଗୁଲାମ ନିହତ ହୋଇଥିଲେ। ଉମେଶ ପାଲ ହତ୍ୟା କାଣ୍ଡରେ ଉଭୟ ମୋଷ୍ଟ ୱାଣ୍ଟେଡ ରହିଥିଲେ। ସେମାନଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରହିଥିଲା। ତେବେ ଆଜି ୟୁପି ପୁଲିସ୍‌ର ଏସଟିଏଫ କରିଥିବା ଏନକାଉଣ୍ଟରରେ ଉଭୟଙ୍କ ମୃତ୍ୟୁ ଘଟିଛି।

Advertisment

ଉମେଶ ପାଲ ହତ୍ୟା ଘଟଣାରେ ଆଜି ଅତିକ ଓ ତାଙ୍କ ଭାଇଙ୍କୁ ପ୍ରୟାଗରାଜ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତେବେ କୋର୍ଟର ଶୁଣାଣି ବେଳେ ପୁଅ ଅସଦର ଏନକାଉଣ୍ଟର ଖବର ଅତିକଙ୍କ ପାଖରେ ପହଞ୍ଚିଥିଲା। ଏହି ଖବର ଶୁଣି ସେ କୋର୍ଟ ଭିତରେ ହିଁ କାନ୍ଦି ପକାଇଥିଲେ।

ଅନ୍ୟପକ୍ଷରେ ଅସଦ ଓ ଗୁଲାମର ଏନକାଉଣ୍ଟର ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଦେଇଛନ୍ତି ଉମେଶ ପାଲଙ୍କ ମା’ ଓ ପତ୍ନୀ। ଏବେ ନ୍ୟାୟ ମିଳିଲା ବୋଲି ଉଭୟ କହିଛନ୍ତି। ପ୍ରୟାଗରାଜରେ ଉମେଶ ପାଲଙ୍କ ମା’ ଶାନ୍ତି ଦେବୀ କହିଛନ୍ତି, “ନ୍ୟାୟ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଉଛି। ଆଗକୁ ମଧ୍ୟ ଆମକୁ ସେ ନ୍ୟାୟ ଦେବେ ବୋଲି ଆମର ଆଶା। ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି।”

Advertisment

ଉମେଶ ପାଲ ହେଉଛନ୍ତି ୨୦୦୫ର ତତ୍କାଳୀନ ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ତର ମୁଖ୍ୟ ସାକ୍ଷୀ। ଅତିକ ଅହମଦ ଓ ତାଙ୍କ ସହଯୋଗୀମାନେ ରାଜୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଚଳିତ ବର୍ଷ ଫେବୃଆରୀ ୨୪ରେ ଉମେଶ ପାଲ ଓ ତାଙ୍କ ସୁରକ୍ଷାକାର୍ଯ୍ୟରେ ନିୟୋଜତତ ୨ ଜଣ ପୁଲିସ୍‌ କର୍ମଚାରୀଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ଅତିକଙ୍କ ପୁଅ ଅସଦ ଓ ତା’ର ସହଯୋଗୀମାନେ ସାମିଲ ଥିବା କୁହାଯାଇଥିଲା।

Uttar Pradesh Yogi Aditya Nath Atiq Ahmed