Advertisment

ଅତିକ ହତ୍ୟା ଘଟଣା: ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ପୁଲିସ୍‌ ଓ ଗଣମାଧ୍ୟମ ସମ୍ମୁଖରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସାମ୍ବାଦିକ ବେଶରେ ପଶି ଏହି ହତ୍ୟାକାଣ୍ଡ ଘଟାଇଥିବା ୩ ଅଭିଯୁକ୍ତଙ୍କୁ ପୁଲିସ୍‌ ରିମାଣ୍ଡରେ ନେଇ ସତ ଉଗାରିବ ।

ଅଦ୍ୟତନ ହୋଇଛି
Accused

Accused

Advertisment

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ହତ୍ୟା କରିଥିବା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୁଲିସ୍‌। ଏହି ଘଟଣାର ୩ ମୁଖ୍ୟ ଅଭିଯୁକ୍ତ ସନ୍ନି ସିଂହ, ଅରୁଣ ମୌର୍ଯ୍ୟ ଓ ଲଭଲେଶ ତିୱାରିଙ୍କ ରିମାଣ୍ଡ ପାଇଁ ପୁଲିସ୍‌ ଆବେଦନ କରିଥିବା ବେଳେ ଆଜି ତାହା ମଞ୍ଜୁର ହୋଇଥିବା ଜଣାଯାଇଛି। ଏହି ୩ ଅଭିଯୁକ୍ତଙ୍କୁ ୪ ଦିନିଆ ପୁଲିସ୍‌ ରିମାଣ୍ଡ ପାଇଁ ଅନୁମତି ମିଳିଛି। 

Advertisment

୩ ଅଭିଯୁକ୍ତଙ୍କୁ ଆଜି ପ୍ରତାପଗଡ଼ ଜେଲ୍‌ରୁ କଡ଼ା ସୁରକ୍ଷା ବଳୟରେ ପ୍ରୟାଗରାଜର ସିଏଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ସେମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୁଲିସ୍‌। ତେବେ ସେମାନଙ୍କ ରିମାଣ୍ଡ ଅବଧି କେତେ ଦିନ ପାଇଁ ମଞ୍ଜୁର ହୋଇଛି ତାହା ସ୍ପଷ୍ଟ ହୋଇଛି। କୋର୍ଟରୁ ବାହାରିବା କ୍ଷଣି ତତ୍‌କ୍ଷଣାତ ପୁଲିସ୍‌ ସେମାନଙ୍କୁ ଭ୍ୟାନ୍‌ରେ ନେଇ ପଳାଇଥିଲା।

ପୁଲିସ୍‌ ଓ ଗଣମାଧ୍ୟମ ସମ୍ମୁଖରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସାମ୍ବାଦିକ ବେଶରେ ପଶି ଏହି ହତ୍ୟାକାଣ୍ଡ ଘଟାଇଥିବା ୩ ଅଭିଯୁକ୍ତଙ୍କୁ ପୁଲିସ୍‌ ରିମାଣ୍ଡରେ ନେଇ ସତ ଉଗାରିବ । ଏପରିକି ଏହି ଘଟଣା ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ ଓ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ବି ପଚରାଉଚରା କରିବ ପୁଲିସ୍‌। ଏଥିସହ ଅଭିଯୁକ୍ତମାନେ ବ୍ୟବହାର କରିଥିବା ବନ୍ଧୁକ କେଉଁଠୁ ଆଣିଥିଲେ ସେ ନେଇ ବି ସେମାନଙ୍କୁ ପଚରାଉଚରା କରାଯିବ ବୋଲି ଜଣାଯାଇଛି। 

Advertisment

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ପୁଲିସ୍‌ ଏନକାଉଣ୍ଟରରେ ଅତିକ ଅହମଦ ପୁଅ ଅସଦ ପ୍ରାଣ ହରାଇଥିଲେ। ଏହାର ୨ ଦିନ ପରେ ଅର୍ଥାତ ୧୫ ତାରିଖରେ କଡ଼ା ପୁଲିସ୍‌ ସୁରକ୍ଷା ବଳୟରେ ମେଡିକାଲ ଚେକ୍‌ଅପ୍‌ ପାଇଁ ଯାଉଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ୩ ସୁଟ୍‌ର ସର୍ବ ସମ୍ମୁଖରେ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରିଥିଲେ। ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।

ଗୁଳି ମାଡ଼ ପରେ ପୁଲିସ୍‌ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। କୋର୍ଟ ସମସ୍ତଙ୍କୁ ୧୪ ଦିନ ପାଇଁ ନୈନି ଜେଲକୁ ପଠାଇ ଦେଇଥିଲେ । ମାତ୍ର ସୁରକ୍ଷା ଦୃଷ୍ଟିକୋଣରୁ ସେମାନଙ୍କୁ ପ୍ରତାପଗଡ଼ ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

Murder Jail Atiq Ahmed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe