Advertisment

ଅତିକଙ୍କ ଶୁଟରମାନଙ୍କୁ ଆତଙ୍କୀ କହିଲେ, ୟୁଏପିଏ କାହିଁକି ଲାଗିନି ବୋଲି ପଚାରିଲେ ଓୱେସୀ

ଅତିକ ଓ ଅଶରଫଙ୍କ ହତ୍ୟାକାରୀମାନଙ୍କୁ ସେ ଆତଙ୍କବାଦୀ ବୋଲି କହିଛନ୍ତି। ଏଥିସହ ସେମାନଙ୍କ ନାଁରେ କାହିଁକି ସଶକ୍ତ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ବା ୟୁଏପିଏ ଲାଗୁ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି।

Asaduddin Owaisi

Asaduddin Owaisi

Advertisment

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନି ୩ ଯୁବକଙ୍କ ମିଳିତ ଆକ୍ରମଣରେ ପ୍ରାଣ ହରାଇଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏହିକ୍ରମରେ ଆଜି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ସିଧାସଳଖ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛନ୍ତି।

Advertisment

ଅତିକ ଓ ଅଶରଫଙ୍କ ହତ୍ୟାକାରୀମାନଙ୍କୁ ସେ ଆତଙ୍କବାଦୀ ବୋଲି କହିଛନ୍ତି। ଏଥିସହ ସେମାନଙ୍କ ନାଁରେ କାହିଁକି ସଶକ୍ତ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ବା ୟୁଏପିଏ ଲାଗୁ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି।

ହାଇଦ୍ରାବାଦରେ ଗୋଟିଏ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଓୱେସୀ କହିଛନ୍ତି, “ସେମାନେ(ଅତିକଙ୍କ ୩ ହତ୍ୟାକାରୀ) ହେଉଛନ୍ତି ଆତଙ୍କବାଦୀ। ସେମାନେ ମୌଳବାଦୀ ଚିନ୍ତାଧାରରେ ପ୍ରଭାବିତ। ସରକାର ସେମାନଙ୍କୁ ଯେମିତି ହେଲେ ଅଟକାଇବା ଦରକାର।”

Advertisment

ପୁଲିସ୍‌ ଆଗରେ ୩ ଜଣ ଯୁବକ ଅତିକ ଓ ଅଶରଫଙ୍କୁ ଗୁଳି କରି ହତ୍ୟା କରିଥିଲେ। ହେଲେ ପୁଲିସ୍‌ ଗୋଟିଏ ହେଲେ ବି ଗୁଳି ଚଳାଇ ନଥିବାରୁ ଏହାକୁ ଓୱେସୀ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଆମ ଦେଶରେ ଯେଉଁମାନେ ହ୍ୟାଣ୍ଡକଫରେ ରହୁଛନ୍ତି, ଯେଉଁମାନେ ପୁଲିସ୍‌ ହେପାଜତରେ ରହୁଛନ୍ତି, ସେମାନଙ୍କୁ ହତ୍ୟା କରାଯାଉଛି।

ଯେତେବେଳେ ସେମାନଙ୍କ ଉପରେ ଗୁଳିମାଡ଼ କରାଗଲା, ସେଠାରେ ଉପସ୍ଥିତ ଥିବା ପୁଲିସ୍‌ କର୍ମଚାରୀମାନେ ଗୋଟିଏ ହେଲେ ଗୁଳି ଚଳାଇ ନଥିଲେ। ଲାଗୁଛି ପୁଲିସ୍‌ କର୍ମଚାରୀମାନେ ବରଯାତ୍ରୀରେ ଆସିଥିଲେ।”

ଏପ୍ରିଲ ୧୫ ତାରିଖରେ ଅତିକ ଓ ଅଶରଫଙ୍କୁ ରାତି ୧୦ଟା ବେଳେ ପୁଲିସ୍‌ କର୍ଡନ ମଧ୍ୟରେ ମେଡିକାଲ ଚେକଅପ ପାଇଁ ହସ୍ପିଟାଲକୁ ଅଣାଯାଉଥିଲା। ଏହି ସମୟରେ ସେମାନେ ଗଣମାଧ୍ୟମକୁ କିଛି ବାଇଟ ଦେଉଥିଲେ। ଏତିକି ବେଳେ ସାମ୍ବାଦିକ ବେଶରେ ଥିବା ୩ ଜଣ ଯୁବକ ପଏଣ୍ଟ ବ୍ଲାଙ୍କରୁ ଅତିକ ଓ ଅଶରଫଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି। 

୩ ଯୁବକ ଅତ୍ୟାଧୁନିକ ବନ୍ଧୁକ ବ୍ୟବହାର କରିଥିବାରୁ ଏହା ଉପରେ ମଧ୍ୟ ଓୱେସୀ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ଶୁଟରମାନେ ବ୍ୟବହାର କରିଥିବା ଗୋଟିଏ ଲେଖାଏ ବନ୍ଧୁକର ଦାମ ୮ ଲକ୍ଷ। ସେମାନେ ଏତେ ଟଙ୍କା ପାଇଲେ କେଉଁଠୁ? ଏହି ହତ୍ୟାକାରୀମାନେ ତାଲିମ ନେଇଛନ୍ତି। ସେମାନେ ଆତଙ୍କୀ ସେଲର ସଦସ୍ୟ। ଯେତେବେଳେ ମୋତେ ଗୁଳି କରାଯାଇଥିଲା, ସେତେବେଳେ ଆକ୍ରମଣକାରୀମାନେ ଜୟ ଶ୍ରୀରାମ ନାରା ଦେଇଥିଲେ। ଏବେ ମଧ୍ୟ ସେମାନେ ଜୟ ଶ୍ରୀରାମ ନାରା ଦେଇଛନ୍ତି। ସେମାନେ ମୋତେ ମାରିବା ପାଇଁ ଆଉ ଥରେ ଉଦ୍ୟମ କରିପାରନ୍ତି। କିନ୍ତୁ ମୁଁ ଡେରେ ନାହିଁ।”

ଚଳିତ ବର୍ଷ ଫେବୃଆରୀ ମାସ ୩ ତାରିଖରେ ୱୱେସୀ ପଶ୍ଚିମ ଉତ୍ତର ପ୍ରଦେଶରୁ ଦିଲ୍ଲୀ ଫେରୁଥିବା ବେଳେ ହାପୁର ନିକଟରେ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିଲା। ଆଜି ସେ ଏକଥା ପୁଣି ଉଠାଇ କେହି ବି ଭୟଭୀତ ହେବା ଦରକାର ନାହିଁ ବୋଲି କହିଛନ୍ତି।

Atiq Ahmed Asaduddin Owaisi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe