ଶାହିସ୍ତାଙ୍କୁ ଖୋଜୁଛି ଡ୍ରୋନ; ଗଙ୍ଗା କୂଳରେ ଚାଲିଛି ସର୍ଚ୍ଚ ଅପରେସନ

ଶାହିସ୍ତା ପରବୀନଙ୍କୁ ଧରିବାକୁ ଏସଟିଏଫ ଓ ପୁଲିସ୍‌ ଟିମ୍‌ ପ୍ରୟାଗରାଜ ସମେତ ଗଙ୍ଗା କୂଳବର୍ତ୍ତୀ ଅଞ୍ଚଳରେ ଖାନତଲାସୀ ଜାରି ରଖିଛି।

Atiq Ahmed wife Shaista Photoବାମରୁ ଶାହିସ୍ତା ଓ ଅତିକ (ଫାଇଲ ଫଟୋ)

OpIndia

Niharika Rout
  • Published: Thursday, 20 April 2023
  • Updated: 20 April 2023, 09:08 AM IST

Sports

Latest News

ଗ୍ୟାଙ୍ଗଷ୍ଟର ଅତିକ ଅହମଦ ହତ୍ୟାର ଶିକାର ହେବା ପରେ ଏବେ  ପତ୍ନୀ ଶାହିସ୍ତା ପରବୀନଙ୍କୁ ଧରିବାକୁ ଆରମ୍ଭ ହୋଇଛି ଜୋରଦାର ସର୍ଚ୍ଚ ଅପରେସନ । ବିଶ୍ୱସ୍ତ ସୂତ୍ରକୁ ଆଧାର କରି ଏସଟିଏଫ ଓ ପୁଲିସ୍‌ ଟିମ୍‌ ପ୍ରୟାଗରାଜ ସମେତ ଗଙ୍ଗା କୂଳବର୍ତ୍ତୀ ଅଞ୍ଚଳରେ ଖାନତଲାସୀ ଜାରି ରଖିଛି। ଏପରିକି ଶାହିସ୍ତା ଓ ତାଙ୍କ ସହଯୋଗୀଙ୍କୁ ଖୋଜିବାକୁ ଡ୍ରୋନ୍‌ର ସାହାଯ୍ୟ ମଧ୍ୟ ନିଆଯାଉଛି।

ସୂଚନାନୁସାରେ, ସୁଟର ଶାବୀର ଏବଂ ଅତିକର ଭଉଣୀ ଆୟେଶାଙ୍କ ସହ ଶାହିସ୍ତା ଗଙ୍ଗା କୂଳବର୍ତ୍ତୀ ଅଞ୍ଚଳରେ ଲୁଚି ରହିଛନ୍ତି। ସେଠାରୁ ସେମାନେ ଜଳପଥ ଦେଇ ପଶ୍ଚିମବଙ୍ଗ ଚାଲିଯିବାର ଯୋଜନା କରିଥିବା ସୂଚନା ମିଳିଛି। ପୁଲିସ୍‌ କବଳରୁ ବର୍ତ୍ତିବା ପାଇଁ ସେମାନେ ବାରମ୍ବାର ନିଜ ଲୋକେସନ ସହ ଫୋନ୍‌ ନମ୍ବର ବି ପରିବର୍ତ୍ତନ କରୁଛନ୍ତି। ଫଳରେ ସେମାନଙ୍କୁ ଧରିବା ପୁଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି।

ରାଜୁ ପାଲ ହତ୍ୟା ମାମଲାର ସାକ୍ଷୀ ଉମେଶ ପାଲଙ୍କ ହତ୍ୟାରେ ଶାହିସ୍ତା ମଧ୍ୟ ଅନ୍ୟତମ ଅଭିଯୁକ୍ତ। ଅତିକ ସାବରମତି ଜେଲ୍‌ରେ ଥିବା ବେଳେ ଶାହିସ୍ତା ସ୍ୱାମୀଙ୍କୁ ସାକ୍ଷାତ କରିବାକୁ ସେଠାକୁ ଯାଇଥିଲେ। ସେଠାରେ ହିଁ ଉଭୟ ପତିପତ୍ନୀ ମଧ୍ୟରେ ବିଧାୟକ ଉମେଶ ପାଲଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ହୋଇଥିଲା। ପରେ ଜଣେ ପୁଲିସ୍‌ କର୍ମଚାରୀ ଜରିଆରେ ଜେଲ୍‌କୁ ଏକ ଫୋନ୍‌ ସେଟ୍‌ ପଠାଇଥିଲେ ଶାହିସ୍ତା । ସେହି ଫୋନ୍‌ ଦ୍ୱାରା ଷଡଯନ୍ତ୍ର କରାଯାଇ ଉମେଶ ପାଲଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ କହିଛି। ତେଣୁ ଏହି ହତ୍ୟା ଘଟଣାରେ ଶାହିସ୍ତାଙ୍କୁ ଖୋଜୁଛି ପୁଲିସ୍‌ । ଏପରିକି ତାଙ୍କ ମୁଣ୍ଡ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।

Also Read

ପୁଅ ଅସଦର ଏନକାଉଣ୍ଟର ତଥା ସ୍ୱାମୀ ଅତିକ ଅହମଦଙ୍କ ହତ୍ୟାକାଣ୍ଡ ପରେ ଉଭୟଙ୍କ ଅନ୍ତିମ ସଂସ୍କାରରେ ଶାହିସ୍ତା ସାମିଲ ହେବେ ବୋଲି ପୂର୍ବରୁ ପୁଲିସ୍‌କୁ ସୂଚନା ମିଳିଥିଲା। ତେଣୁ ତାଙ୍କୁ କାବୁ କରିବାକୁ ପୁଲିସ୍‌ ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରିଥିଲା। ହେଲେ ଶାହିସ୍ତାଙ୍କ ଦେଖା ମିଳି ନ ଥିଲା ।  

ଶାହିସ୍ତା ପରୱିନର ପିତା ମହମ୍ମଦ ହରୁନ ଜଣେ ଅବସରପ୍ରାପ୍ତ ପୁଲିସ୍‌ କର୍ମଚାରୀ ଥିଲେ। ୬ ଭାଇ-ଭଉଣୀଙ୍କ ମଧ୍ୟରୁ ଶାହିସ୍ତା ସବୁଠୁ ବଡ଼ । ୧୯୯୬ ମସିହାରେ ଅତିକ ଅହମଦଙ୍କୁ ବିବାହ ପରେ ଧିରେ ଧିରେ ଅପରାଧ ସାମ୍ରାଜ୍ୟରେ ପାଦ ରଖିଥିବା ଶାହିସ୍ତା ଏବେ ୟୁପି ପୁଲିସ୍‌ର ମୋଷ୍ଟ ୱାଣ୍ଟେଡ ଅପରାଧୀ ତାଲିକାରେ ଅଛନ୍ତି। ଅତିକ ଓ ତାଙ୍କ ଭାଇ ଅଶରଫ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ତାଙ୍କ ଅପରାଧିକ ସାମ୍ରାଜ୍ୟର ମଙ୍ଗ ଧରିଥିଲେ ଶାହିସ୍ତା ।

 ଅତିକ ଅହମଦ ଓ ଶାହିସ୍ତାଙ୍କ ମୋଟ ୫ ପୁଅଙ୍କ ମଧ୍ୟରୁ ଅସଦ ଏନକାଉଣ୍ଟରରେ ପ୍ରାଣ ହରାଇ ସାରିଛି। ବଡ଼ ୨ ପୁଅ ଅଲ୍ଲୀ ଓ ଉମର ଏବେ ଜେଲ୍‌ରେ ଥିବା ବେଳେ ଆଉ ୨ ନାବାଳକ ପୁଅ ଏବେ ସ୍ୱଧାର ଗୃହରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story