Advertisment

ଅତିକ ଲେଖିଥିବା ଗୁପ୍ତ ଚିଠି ସିଜେଆଇ ଓ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଗଲା, ଓକିଲଙ୍କ ବୟାନ ପରେ ହଇଚଇ

ଶନିବାର ରାତିରେ ଅତିକ ଓ ଅଶରଫଙ୍କୁ ପ୍ରୟାଗରାଜର ଗୋଟିଏ ମେଡିକାଲକୁ ପୁଲିସ୍‌ ଚେକଅପ ପାଇଁ ନେଉଥିଲା। ଉଭୟ ପୁଲିସ କର୍ଡନ ଭିତରେ ଚାଲି ଚାଲି ଯାଉଥିବା ବେଳେ ୩ ଜଣ ଯୁବକ ସାମ୍ବାଦିକ ବେଶରେ ଆସି ପଏଣ୍ଟ ବ୍ଲାଙ୍କରୁ ଉଭୟଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

author-image
Hemant Lenka
Atiq ahmed

Atiq ahmed

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦଙ୍କ ହତ୍ୟା ପରେ ତାଙ୍କ ଓକିଲ ଆଜି ସାଂଘାତିକ ତଥ୍ୟ ଦେଇଛନ୍ତି। ଅତିକ ଅହମଦ ବହୁ ପୂର୍ବରୁ ଗୋଟିଏ ଗୁପ୍ତ ଚିଠି ଲେଖିଥିଲେ। ତାଙ୍କ ସହ କୌଣସି ଅଘଟଣ ଘଟିଲେ, ଏହାକୁ ଦେଶର ପ୍ରଧାନ ବିଚାରପତି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇ ଦେବାକୁ କହିଥିଲେ।

Advertisment

ଶନିବାର ୩ ଜଣ ଯୁବକଙ୍କ ଗୁଳିମାଡ଼ରେ ଅତିକ ଓ ତାଙ୍କ ଭାଇ ଅଶରଫଙ୍କ ମୃତ୍ୟୁ ହେବାରୁ ଉକ୍ତ ଗୁପ୍ତ ଚିଠିକୁ ଅଜଣା ଠିକଣାରୁ ସିଜେଆଇ ଓ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇ ଦିଆଯାଇଛି। ଅତିକଙ୍କ ଓକିଲ ବିଜୟ ମିଶ୍ରା ଆଜି ଏହି ସୂଚନା ଦେବା ପରେ ହଇଚଇ ସୃଷ୍ଟି ହୋଇଛି।

ଚିଠିରେ ଅତିକ କ’ଣ ସବୁ ଲେଖିଛନ୍ତି ଓ ତାଙ୍କ ଅପରାଧିକ ସାମ୍ରାଜ୍ୟ ସହ ଆଉ କେଉଁମାନେ ସବୁ ସାମିଲ ଥିଲେ, ସେ ବିଷୟରେ କିଛି ସେ ଉଲ୍ଲେଖ କରିଛନ୍ତି କି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି।

Advertisment

ଅତିକଙ୍କ ଓକିଲ ବିଜୟ ମିଶ୍ରା କହିଛନ୍ତି, “ଉକ୍ତ ଚିଠିଟି ବନ୍ଦ ଲଫାପାରେ ରହିଛି। ଚିଠିଟି ମୋ ପାଖରେ ନାହିଁ କିମ୍ବା ମୁଁ ଏହାକୁ ପଠାଇନି। ଅତିକ ଏହାକୁ ଜଣେ ଅଜଣା ସ୍ଥାନରେ ରଖିଥିଲେ। ଏବେ ଅଜଣା ବ୍ୟକ୍ତି ଚିଠିଟିକୁ ଅତିକଙ୍କ ପୂର୍ବ କଥା ଅନୁସାରେ ସିଜେଆଇ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ପଠାଇ ଦେଇଛନ୍ତି। ମୁଁ ଉକ୍ତ ଚିଠିରେ କ’ଣ ସବୁ ବିଷୟବସ୍ତୁ ରହିଛି, ସେ ବିଷୟରେ ଜାଣନି।

ଅତିକ ଅହମଦ କହିଥିଲେ ଯେ ଯଦି ତାଙ୍କ ସହ କୌଣସି ଅଘଟଣ ଘଟେ କିମ୍ବା ଯଦି ତାଙ୍କର ହତ୍ୟା ହୋଇଯାଏ, ତା’ହେଲେ ଉକ୍ତ ସିଲ୍‌ ଲଫାପାରେ ଥିବା ଚିଠିକୁ ସିଜେଆଇ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇ ଦେବେ। ସେହି ଅନୁସାରେ ଚିଠିକୁ ପଠାଯାଇଛି।”

ଶନିବାର ରାତିରେ ଅତିକ ଓ ଅଶରଫଙ୍କୁ ପ୍ରୟାଗରାଜର ଗୋଟିଏ ମେଡିକାଲକୁ ପୁଲିସ୍‌ ଚେକଅପ ପାଇଁ ନେଉଥିଲା। ଉଭୟ ପୁଲିସ କର୍ଡନ ଭିତରେ ଚାଲି ଚାଲି ଯାଉଥିବା ବେଳେ ୩ ଜଣ ଯୁବକ ସାମ୍ବାଦିକ ବେଶରେ ଆସି ପଏଣ୍ଟ ବ୍ଲାଙ୍କରୁ ଉଭୟଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ଏପ୍ରିଲ ୧୩ରେ ଅତିକଙ୍କ ପୁଅ ଅସଦଙ୍କୁ ପୁଲିସ୍‌ ଝାନସୀ ଠାରେ ଏନକାଉଣ୍ଟର କରିଥିଲା। ଏହାର ଦିନକ ପରେ ଅତିକଙ୍କୁ ହତ୍ୟା କରାଯାଇଥିଲା।

Uttar Pradesh Atiq Ahmed