Advertisment

ପୁରୀରେ ଲୁଚିଥିଲା ଅତିକଙ୍କ ସହଯୋଗୀ ଗୁଡୁ ମୁସଲିମ୍‌

ଅତିଙ୍କ ପୁଅ ଅସଦ ଓ ସହଯୋଗୀ ଗୁଲାମର ଏନକାଉଣ୍ଟର ପରେ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିବା ଗୁଡୁ ମୁସଲିମର ଶେଷ ଠିକଣା ପୁରୀରେ ଥିଲା।

ଅଦ୍ୟତନ ହୋଇଛି
Guddu Muslim

Guddu Muslim

Advertisment

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନି ଗୁଳି ମାଡ଼ରେ ନିହତ ହୋଇଥିବା ଅତିକ ଅହମଦଙ୍କର ଘନିଷ୍ଠ ସହଯୋଗୀ ତଥା ଉତ୍ତର ପ୍ରଦେଶର କୁଖ୍ୟାତ ଅପରାଧୀ ଗୁଡୁ ମୁସଲିମ ଓଡ଼ିଶାର ପୁରୀରେ ଲୁଚିଥିଲା। ଅତିଙ୍କ ପୁଅ ଅସଦ ଓ ସହଯୋଗୀ ଗୁଲାମର ଏନକାଉଣ୍ଟର ପରେ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିବା ଗୁଡୁ ମୁସଲିମର ଶେଷ ଠିକଣା ପୁରୀରେ ଥିଲା।

Advertisment

ସେ ବିଭିନ୍ନ ରାଜ୍ୟରେ ଲୁଚିବା ପରେ ଶେଷରେ ପୁରୀରେ ଆଶ୍ରୟ ନେଇଥିଲା। ତେବେ ତା’କୁ ଟ୍ରାକ୍‌ କରି ଉତ୍ତର ପ୍ରଦେଶ ଏସଟିଏଫ ପୁରୀରେ ପହଞ୍ଚିଲା ବେଳକୁ ସେ ଫେରାର ହୋଇଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଉମେଶ ପାଲ ହତ୍ୟାକାଣ୍ଡ ଘଟଣାର ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ଗୁଡୁ ମୁସଲିମ ଅନ୍ୟତମ। ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ପ୍ରାଣ ହରାଇଥିବା ବେଳେ ଗୁଡୁ ମୁସଲିମ ସମେତ ଆଉ ୪ ଅଭିଯୁକ୍ତ ଏବେ ଫେରାର ଅଛନ୍ତି। ଗୁଡୁ ମୁସଲିମ ଜଣେ ବୋମା ବିଶେଷଜ୍ଞ ଭାବେ ପରିଚିତ। ସେ ଉମେଶ ପାଲଙ୍କୁ ପ୍ରୟାଗରାଜରେ ହତ୍ୟା କରିବା ପୂର୍ବରୁ ପ୍ରଥମେ ବୋମା ମାଡ଼ କରିଥିଲା। ଏହାର ସିସିଟିଭି ଫୁଟେଜ ମଧ୍ୟ ରହିଛି। ଗୁଡୁ ମୁସଲିମକୁ ଧରିବା ପାଇଁ ପୁଲିସ୍‌ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅତିକଙ୍କ ଭାଇ ଅଶରଫ ଗୁଳିମାଡ଼ରେ ପ୍ରାଣ ହରାଇବାର ଠିକ ପୂର୍ବରୁ ଗଣମାଧ୍ୟମ ଆଗରେ ଗୁଡୁ ମୁସଲିମର ନାଁ ମଧ୍ୟ ନେଇଥିଲେ। ସେ କହିଥିଲେ ଯେ “ମୁଖ୍ୟ କଥା ହେଲା ଗୁଡୁ ମୁଲସଲିମ...।” ବାସ ସେ ଏତିକି କହିଥିବା ବେଳେ ଶନିବାର ୩ ଜଣ ଯୁବକ ଅତିକ ଓ ଅଶରଫଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପୂର୍ବରୁ ଉତ୍ତର ପ୍ରଦେଶ ଏସଟିଏଫ ଝାନସୀରେ ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଥିବା ଅତିକଙ୍କ ପୁଅ ଅସଦ ଓ ଗୁଲାମକୁ ଏନକାଉଣ୍ଟର କରିଥିଲା।

ଏହାପରେ ଗୁଡୁ ମୁସଲିମକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି। ପ୍ରୟାଗରାଜରେ ଉମେଶ ପାଲଙ୍କୁ ହତ୍ୟା କରିବା ପରେ ଗୁଡୁ ମୁସଲିମ ୫ ଦିନ କାଳ ଝାନସୀରେ ରହିଥିଲା। ସେଠାରୁ ମୀରଟ ଯାଇଥିଲା। ଓଡ଼ିଶାର ପୁରୀକୁ ଆସିବା ପୂର୍ବରୁ ତା’ର ଶେଷ ଲୋକେସନ କର୍ଣ୍ଣାଟକାରେ ରହିଥିଲା। ସେ ନିୟମିତ ତା’ର ଠିକଣା ବଦଳାଉଥିବାରୁ ପୁଲିସ୍‌ ଏକାଧିକ ଟିମ ଗଠନ କରି, ତା’କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

Guddu Muslim Odisha Shooting Encounter Atiq Ahmed Puri Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe